ଆମେରୀକିୟ ଗାୟିକାଙ୍କୁ ପସନ୍ଦ ଆସିଲା ଭାରତୀୟ ସଂସ୍କୃତି ! ‘ଓମ୍ ଜୟ ଜଗଦୀଶ ହରେ’ ଗାନ କରି ଜଣାଇଲେ ଦୀପାବଳିର ଶୁଭେଚ୍ଛା ।

ଆଜିର ଯୁବପିଢି ମାନେ ଭାରତୀୟ ସଂସ୍କୃତି ଠାରୁ ଦୂରେଇ ଯାଉଛନ୍ତି । ସେମାନଙ୍କୁ ପାଶ୍ଚାତ୍ୟ ସଂସ୍କୃତି ଅଧିକ ପସନ୍ଦ ଲାଗୁଛି । ଯେତେବେଳେ କି ପାଶ୍ଚାତ୍ୟ ଦେଶର ଲୋକମାନେ ଭାରତୀୟ ସଂସ୍କୃତି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ବର୍ତ୍ତମାନ ଆମେରିକାର ପ୍ରସିଦ୍ଧ ଗାୟିକା ମେରୀ ମିଲବେନଙ୍କୁ ଦେଖା ଯାଉ । ସେ ଦୀପାବଳି ଅବସରରେ ଭାରତୀୟ ମାନଙ୍କୁ ସେମାନଙ୍କର ଶୈଳୀରେ ଶୁଭକାମନା ଜଣାଇଛନ୍ତି ।

ବାସ୍ତବରେ ଏହି ପ୍ରସିଦ୍ଧ ଗାୟିକା ଭାରତର ଲୋକମାନଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ପାଇଁ ନିଜର ମଧୁର ସ୍ୱରରେ ‘ଓମ୍ ଜୟ ଜଗଦୀଶ ହରେ’ ଆରତୀ ଗାନ କରିଛନ୍ତି । କେବଳ ଏତିକି ନୁହେଁ, ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି , ଯେଉଁଥିରେ ସେ ଭାରତୀୟ ପୋଷାକରେ ଦେଖା ଯାଇଛନ୍ତି ।

ଆମେରୀକିୟ ଗାୟିକା ମେରୀ ମିଲବେନଙ୍କ ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି । ସେ ନିଜର ଗୀତ ରିଲିଜ୍ କରିବା ପୂର୍ବରୁ ଏହାର ଏକ ମେକିଂ ଭିଡିଓ ଟ୍ୱିଟରେ ସେୟାର କରି ଏକ ନୋଟ୍ ଲେଖିଥିଲେ, ଯାହା ଏହି ପ୍ରକାରର ଥିଲା ।

ଚଳିତବର୍ଷ ଦୀପାବଳି ପାଇଁ ପ୍ରଦର୍ଶନ କରି ନିଜକୁ ଭାଗ୍ୟଶାଳୀ ମନେ କରୁଛି । ସେ ଆଗକୁ ଆହୁରିମଧ୍ୟ କହିଛନ୍ତି ଯେ , ଦୀପାବଳି ଏଭଳି ଏକ ଦିନ ଅଟେ, ଯେଉଁଦିନ ଲୋକମାନେ ଏକତ୍ରିତ ହୋଇ ନୂତନ ଫସଲ, ସମୃଦ୍ଧତାର ଆଭାର ଏବଂ ଦୀପର ଆଲୋକ ସହ ଅନ୍ଧକାରକୁ ହଟାଇବାର ପର୍ବ ପାଳନ କରିଥାନ୍ତି ।

ଏହା ସହିତ ସେ କହିଛନ୍ତି ଯେ , ‘ଓମ ଜୟ ଜଗଦୀଶ ହରେ’ ଗୀତକୁ ସାରା ବିଶ୍ୱରେ ଭାରତୀୟ ମାନେ ନିଜ ନିଜ ଘରେ ଗାନ କରିଥାନ୍ତି । ଏହା ପୂଜା ଏବଂ ଉତ୍ସବର ଗୀତ ଅଟେ । ଏହା ସର୍ବଦା ମୋତେ ପ୍ରଭାବିତ କରିଛି । ଏହି ଭାରତୀୟ ସଂସ୍କୃତି ମୋର ଆଗ୍ରହ ବଢ଼ାଇଥାଏ ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହାପୂର୍ବରୁ ୧୫ ଅଗଷ୍ଟ ୨୦୨୦ ଦିନ ଭାରତର ଦିବସ ଅବସରରେ ମେରୀ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି ଭାରତ ପ୍ରତି ନିଜ ଭଲପାଇବାକୁ ପ୍ରଦର୍ଶନ କରିଥିଲେ ।

Be the first to comment

Leave a Reply

Your email address will not be published.


*