ଫାଇଜରଙ୍କ ଦାବି, ଅନ୍ତିମ ଟ୍ରାଏଲରେ କରୋନା ଟୀକା ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ !

ତୃତୀୟ ପର୍ଯ୍ୟାୟର ପ୍ରୟୋଗର ଶେଷ ବିଶ୍ଳେଷଣରେ ୯୫ ପ୍ରତିଶତ ପ୍ରଭାବ ପରିଲକ୍ଷିତ ହୋଇଛି । ପ୍ରୟୋଗରେ ପାଖାପାଖି ୪୪ ହଜାର ଲୋକଙ୍କୁ ଟୀକା ଦିଆଯାଇଛି । କରୋନା ପ୍ରତିଷେଧକ ଟୀକାକୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏଥି ମଧ୍ୟରେ ଫାଇଜର ଇଙ୍କଙ୍କ କହିବା ଯେ କରୋନା ଟୀକା ତୃତୀୟ ପର୍ଯ୍ୟାୟର ଅନ୍ତିମ ବିଶ୍ଳେଷଣରେ ୯୫ ପ୍ରତିଶତ ପ୍ରଭାବ ପରିଲକ୍ଷିତ ହୋଇଛି । ଏଥିସହ କମ୍ପାନୀ ପାଇଁ ଆଗାମୀ କିଛି ଦିନ ମଧ୍ୟରେ ଫାଇନାଲ ଅପ୍ରୁଭାଲ ପାଇଁ ଆମେରିକା ନିୟାମକ ନିକଟରେ ଆବେଦନ ଦେବାର ମାର୍ଗ ସ୍ପଷ୍ଟ ହୋଇଯିବ ।

ଆମେରିକା ଔଷଧ କମ୍ପାନୀ ଓ ଏହାର ପାର୍ଟନର ବାୟୋଏନଟେକ ଏସଇ ଅନୁଯାୟୀ ତାଙ୍କ ପ୍ରତିଷେଧକ ଟୀକା ସମସ୍ତ ବୟସ ଓ ବର୍ଗର ଲୋକଙ୍କ ଠାରୁ କରୋନାରୁ ସୁରକ୍ଷିତ କରିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗମ୍ଭୀର ସୁରକ୍ଷା ସମସ୍ୟା ଆସିଲା ନାହିଁ ।

ପ୍ରୟୋଗରେ ପାଖାପାଖି ୪୪ ହଜାର ଲୋକଙ୍କୁ ଟୀକା ଲଗାଯାଇଛି । ଔଷଧ କମ୍ପାନୀ ପକ୍ଷରୁ ଘୋଷଣା କରିବା ପରେ ଫାଇଜରର ସେୟାର ପୀମାର୍କେଟ ଟ୍ରେଣ୍ଡିଙ୍ଗରେ ୨.୭ ବୃଦ୍ଧି ପାଇଛି ସେପକ୍ଷରେ ବାୟୋଏନଟେକ ସେୟାରରେ ମଧ୍ୟ ୭.୩ ପ୍ରତିଶତ ବୃଦ୍ଧି ପ୍ରାପ୍ତ ହୋଇଛି ।

ଗତ କିଛି ଦିନ ମଧ୍ୟରେ କରୋନା ଭାଇରସକୁ ନେଇ ଆଶା ବାନ୍ଧିଥିବା ଖବର ସାମ୍ନାକୁ ଆସିଛି । ମଡ଼ର୍ନ ଇଙ୍କ ମଧ୍ୟ ୯୪.୫ ପ୍ରତିଶତ ପ୍ରଭାବୀ ଟୀକାର ଦାବି କରିଛନ୍ତି । ଏଥିରୁ ରୁଷି ସ୍ପୁତନିକ ମଧ୍ୟ ନିଜ ଟୀକାକୁ ୯୨ ପ୍ରତିଶତ ପ୍ରଭାବକାରୀ ବୋଲି କହିଛନ୍ତି । ଆଗାମୀ ଦିନରେ ଏଷ୍ଟ୍ରାଜେନକା ପିଏଲସି ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ମଧ୍ୟ ପ୍ରୟୋଗ ସଂଖ୍ୟା ସାମ୍ନାକୁ ଆସୁଅଛି ।

Be the first to comment

Leave a Reply

Your email address will not be published.


*