IPS ଅଧିକାରୀ ମୋହିତା ଶର୍ମା ହେଲେ କୌନ୍ ବନେଗା କରୋଡ଼ପତି ସିଜନର ଦ୍ୱିତୀୟ କୋଟିପତି !

କୌନ୍ ବନେଗା କରୋଡ଼ପତିର ଦ୍ୱିତୀୟ କୋଟିପତି ମିଳିଯାଇଛି । KBC୧୨ର ଦ୍ୱିତୀୟ କୋଟିପତି ମୋହିତା ଶର୍ମା ଅଟନ୍ତି । ମୋହିତା ୨୦୧୭ ବ୍ୟାଚର ଆଇପିଏସ ଅଧିକାରୀ ଅଟନ୍ତି, ଯାହାଙ୍କୁ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ପୋଷ୍ଟ କରାଯାଇଛି । ମୋହିତାଙ୍କ ଜନ୍ମ ସ୍ଥାନ ହିମାଚଳ ପ୍ରଦେଶର କଙ୍ଗରା ଅଟେ କିନ୍ତୁ ପରେ ତାଙ୍କ ପରିବାର ଦିଲ୍ଲୀ ସିଫ୍ଟ ହୋଇ ଯାଇଥିଲେ ।

କହିଦଉଛୁ ଯେ ଯେତେବେଳେ ବିଗ୍ ବି ମୋହିତାଙ୍କୁ ପଚାରିଥିଲେ, ଆପଣଙ୍କୁ କିପରି ଲାଗୁଛି ୧କୋଟିର ପ୍ରଶ୍ନ ? ସେତେବେଳେ ସେ କହିଥିଲେ-‘ସେ ଯାହା ମଧ୍ୟ ଧନରାଶି ଜିତନ୍ତୁ କିନ୍ତୁ ରାତିରେ ଶୋଇଲା ସମୟରେ ଶାନ୍ତି ମିଳିବା ଦରକାର ।’

ମୋହିତାଙ୍କୁ ପଚରା ଯାଇଥିବା ୧କୋଟି ପ୍ରଶ୍ନର ଉତ୍ତରକୁ ନେଇ ମୋହିତା ଦ୍ୱନ୍ଦ୍ୱରେ ପଡିଥିବାର ନଜର ଆସିଥିଲେ, ଏହା ପରେ ମୋହିତା ଆସ୍କ ଦ ଏକ୍ସପର୍ଟ ଲାଇଫ ଲାଇନ ସାହାଯ୍ୟରେ ସଠିକ୍ ଉତ୍ତର ଦେଇଥିଲେ ଏବଂ ସେ ୨୦୨୦ର ଦ୍ୱିତୀୟ କୋଟିପତି ହୋଇଥିଲେ । ପ୍ରଶ୍ନ ବିଷୟରେ କହିବାକୁ ଗଲେ, ଯାହାକୁ ଶୁଣିବା ପରେ ମୋହିତାଙ୍କୁ ଲାଇଫ ଲାଇନ ନେବାକୁ ପଡିଥିଲା, ସେହି ପ୍ରଶ୍ନ ଥିଲା କି

ଏଥି ମଧ୍ୟରୁ କେଉଁ ବିସ୍ଫୋରକ ପ୍ରଦାର୍ଥର ପେଟେଣ୍ଟ ସବୁଠାରୁ ପ୍ରଥମେ ୧୮୯୮ରେ ଜର୍ମାନ ରସାୟନ ବିଜ୍ଞାନୀ ଜର୍ଜ ଫେଡ୍ରିକ୍ ହେନିଙ୍ଗଙ୍କ ଦ୍ଵାରା କରାଯାଇଥିଲା ଏବଂ ଯାହାର ପ୍ରଥମ ଥର ବ୍ୟବହାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ କରାଯାଇଥିଲା । ଏହି ପ୍ରଶ୍ନ ଆପଣଙ୍କ ପାଇଁ ଯେତିକି ଜଟିଳ ମନେହଉଛି, ସେହି ସମୟରେ ମୋହିତା ମଧ୍ୟ ଅଳ୍ପ ଦ୍ୱନ୍ଦ୍ୱରେ ଥିଲେ, କିନ୍ତୁ ବିଶେଷଜ୍ଞଙ୍କ ସଠିକ୍ ମତ ପରେ ମୋହିତା ନିଶ୍ଚିତ ହୋଇଥିଲେ ଯେ ଏହି ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଆରଡିଏକ୍ସ ।

ଶୋ’ରେ ସେ ଏହି ସବୁପାଇଁ ସ୍ୱାମୀ ରାହୁଲ ଗର୍ଗଙ୍କୁ ଶ୍ରେୟ ଦେଇଥିଲେ । ସେ କହିଥିଲେ କି ତାଙ୍କ ସ୍ୱାମୀ ନିଜେ ମଧ୍ୟ ପୂର୍ବ ୨୦ବର୍ଷରୁ KBCକୁ ଆସିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏହି ସୁଯୋଗ ମତେ ମିଳିଲା ଏବଂ ଏହି ସୁଯୋଗକୁ ନିଜର କରି ଦେଖେଇଲି ଯାହାର ଶ୍ରେୟ ରାହୁଲଙ୍କୁ ମଧ୍ୟ ମିଳିବା ଉଚିତ ।

Be the first to comment

Leave a Reply

Your email address will not be published.


*