ବୋନୀ କପୁର ସାନ ଝିଅ ଖୁଶି ସହିତ କଲେ ଏଭଳି କାମ, ରାଗରେ ଜାହ୍ନବୀ କହିଦେଲେ ଏହି କଥା !

ଦେଶ ଏବଂ ଦୁନିଆଁରେ ଦୀପାବଳି ପର୍ବ ବହୁତ ଆଡମ୍ବର ସହକାରେ ପାଳନ କରାଗଲା । ତେବେ କରୋନା ମହାମାରୀ ଯୋଗୁଁ ଦୀପାବଳି ପର୍ବ ଟିକିଏ ଫିକା ପଡିଗଲା କିନ୍ତୁ ଘରେ ରହି ସମସ୍ତେ ଏହି ପର୍ବକୁ ମଜାମସ୍ତିର ସହ ପାଳନ କଲେ । ସେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ସ୍ୱତନ୍ତ୍ର ଲୋକ ଏହି ପର୍ବର ରଙ୍ଗରେ ରଙ୍ଗେଇ ହେଉଥିବାର ଦେଖା ଯାଉଥିଲେ । ଏହି ଧାଡିରେ ବଲିଉଡ଼ କଳାକାର ମାନେ ମଧ୍ୟ ଦୀପାବଳି ପାଳନ କରିବାକୁ ପଛକୁ ହଟି ନାହାଁନ୍ତି । ବୋନୀ କପୁର ଏବଂ ତାଙ୍କର ଦୁଇ ଝିଅ ଜାହ୍ନବୀ ଏବଂ ଖୁଶି କପୁର ମଧ୍ୟ ମଜାମସ୍ତିର ସହ ଏହି ପର୍ବକୁ ପାଳନ କରିଥିଲେ । କହିରଖୁଛୁ ଯେ ଜାହ୍ନବୀ ଏବଂ ଖୁଶି ପ୍ରଥମେ ନିଜ ପିତା ବୋନୀଙ୍କ ସହ ତାଙ୍କ ଅଫିସରେ ଲକ୍ଷ୍ମୀ ପୂଜା କରିଥିଲେ । ଏହାପରେ ସେମାନେ ଜେଜେ ମାଁ ନିର୍ମଳା କପୁରଙ୍କ ଠାରୁ ଆଶୀର୍ବାଦ ନେବାପାଇଁ ତାଙ୍କ ଘରକୁ ଯାଇଥିଲେ । ଦୀପାବଳିର ସ୍ୱତନ୍ତ୍ର ଉତ୍ସବରେ ଜାହ୍ନବୀ ସୋସିଆଲ ମିଡିଆରେ କିଛି ଫୋଟ ସେୟାର କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ଫୋଟ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ କୌତୁହଳପୂର୍ଣ୍ଣ ଅଟେ ଏବଂ ଏହି ଫୋଟ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି ।

ବାସ୍ତବରେ ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫୋଟ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ସେୟାର କରିଛନ୍ତି । ଏହି ଫୋଟରେ ବୋନୀ କପୁର କ୍ରିମ୍ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଖୁଶି କପୁର ଗାଢ଼ ନୀଳ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖା ଯାଇଛନ୍ତି । ଏହି ପୋଷାକରେ ଖୁଶି ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି । ଜାହ୍ନବୀ ହଳଦିଆ ରଣଗ୍ର ଶାଢ଼ୀ ପିନ୍ଧିଛନ୍ତି, ଯେଉଁଥିରେ ସେ ଅତ୍ୟନ୍ତ ଷ୍ଟାଇଲିସ୍ ଏବଂ ସୁନ୍ଦର ଲାଗୁଛନ୍ତି ।

ଜାହ୍ନବୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଚାରୋଟି ଫୋଟ ସେୟାର କରିଛନ୍ତି । ଗୋଟିଏ ଫୋଟରେ ବୋନୀ ତାଙ୍କର ଦୁଇ ଝିଅଙ୍କ ଉପରେ ଭଲପାଇବା ଦେଖାଉଥିବାର ଦେଖା ଯାଉଥିବା ବେଳେ ଆଉ ଏକ ଫୋଟରେ ଖୁଶି ଏବଂ ଜାହ୍ନବୀଙ୍କର କ୍ୟାମେଷ୍ଟ୍ରି ଦେଖାଯାଉଛି । ତୃତୀୟ ଫୋଟରେ ଜାହ୍ନବୀ ତାଙ୍କ ପିତା ବୋନୀଙ୍କ ସହ ଦେଖା ଯାଉଛନ୍ତି । ଏଥିସହିତ ଶେଷ ତଥା ଚତୁର୍ଥ ଫୋଟରେ ବୋନୀ ସାନ ଝିଅ ଖୁଶିଙ୍କ ଉପରେ ଭଲପାଇବା ଦେଖାଉଥିବା ବେଳେ ଏହାକୁ ଦେଖି ଜାହ୍ନବୀ ମୁହଁ ଫୁଲାଉଛନ୍ତି ।

ଏହି ଫୋଟ ଗୁଡିକୁ ପ୍ରଶଂସକ ମାନଙ୍କ ସହିତ ସେୟାର କରି ଜାହ୍ନବୀ ଲେଖିଛନ୍ତି ଯେ, ସ୍ପେମିଙ୍ଗ ପାଇଁ କ୍ଷମା କରନ୍ତୁ । ଏଥିସହିତ ଆଉ ଏକ ଫୋଟରେ ସେ ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ମୁଁ ମୋ ଭଉଣୀକୁ ବିରକ୍ତ କରେନାହିଁ, ସେପର୍ଯ୍ୟନ୍ତ ମୋ ଦିନ ଅଧୁରା ରହିଥାଏ ।

ଜାହ୍ନବୀଙ୍କ କାମ ବିଷୟରେ କହିବାକୁ ଗଲେ ଶେଷଥର ପାଇଁ ସେ ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲରେ ଦେଖା ଯାଇଥିଲେ । ତାଙ୍କର ଆଗାମୀ ଚଳଚ୍ଚିତ୍ର ମଧ୍ୟରେ ରୁହିଆଫଜା, ତଖ୍ତ ଓର ଦୋସ୍ତାନା ୨ ରହିଛି । କହିରଖୁଛୁ ଯେ ବଲିଉଡ ଚଳଚ୍ଚିତ୍ର ଧଡ଼କ ମାଧ୍ୟମରେ ଜାହ୍ନବୀ କପୁର ବଲିଉଡରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଈଶାନ ଖତ୍ତର ଦେଖା ଯାଇଥିଲେ ।

Be the first to comment

Leave a Reply

Your email address will not be published.


*