ଏହି ବ୍ୟକ୍ତି ଜଣକ ମାଗଣା ଶିକ୍ଷା ଦାନ କରି ପିଲାମାନଙ୍କର ପରିବର୍ତ୍ତନ କରୁଛନ୍ତି ଜୀବନ, ଗରିବ ପିଲାମାନଙ୍କୁ IAS ଓ IPS କରିବାକୁ ଚାହୁଁଛନ୍ତି !

ଶିକ୍ଷା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶିକ୍ଷା ଆମ ଆଖପାଖର ଜିନିଷକୁ ଶିଖିବାର କାର୍ଯ୍ୟ ଅଟେ । ଏହା ଆମକୁ ଯେକୌଣସି ସମସ୍ୟାକୁ ସହଜରେ ବୁଝିପାରିବା ଏବଂ ତା ସହ ମୁକାବିଲା କରିବାପାଇଁ ସାହାଯ୍ୟ କରିଥାଏ । ଶିକ୍ଷା ଆମ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସନ୍ତୁଳନ ତିଆରି କରିଥାଏ । ଶିକ୍ଷାକୁ ପ୍ରତ୍ୟେକ ମଣିଷର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିକାର ଭାବରେ ବିବେଚନା କରାଯାଇଥାଏ । ଆପଣ ଏଭଳି ବୁଝିପାରିବେ ଯେ ବିନା ଶିକ୍ଷାରେ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଧୁରା ଅଟେ । ଶିକ୍ଷା ଆମକୁ ଆମ ଜୀବନର ଲକ୍ଷ୍ୟ ନିର୍ଧାରିତ କରିବା ଏବଂ ଜୀବନସାରା ସେହି କାମକୁ କରି ଆଗକୁ ବଢିବାପାଇଁ ସାହାଯ୍ୟ କରିଥାଏ । ଶିକ୍ଷା ଦାନ ସବୁଠାରୁ ବଡ଼ ଦାନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ଏଭଳି କିଛି କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ମଧ୍ୟପ୍ରଦେଶରେ ରହୁଥିବା ପରାଗ ଦୀୱାନ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦାନ କରି ସେମାନଙ୍କ ଜୀବନକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ସେ ପିଲାମାନଙ୍କୁ ପଢ଼ାଇ ବଡ଼ ଅଫିସର କରିବାକୁ ଚାହୁଁଛନ୍ତି ।

ମାଗଣାରେ ପଢ଼ାଇ ଗରିବ ପିଲାମାନଙ୍କୁ ଜୀବନ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ପରାଗ ଦୀୱାନ:-

ଆପଣଙ୍କୁ କହିରଖୁଛୁ ଯେ ପରାଗ ଜବଲପୁରରେ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ଦେଇଥାନ୍ତି ଏବଂ ଏହା ସହିତ ସେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ତାଙ୍କର ଏହି ଖୋଲା ଶ୍ରେଣୀଗୃହକୁ ପ୍ରାୟତଃ ୧୨୦ ଜଣ ପିଲା ପାଠ ପଢିବାକୁ ଆସିଥାନ୍ତି । ସବୁଠାରୁ ବଡ଼ କଥା ଏହା ଯେ, ଏଠାକାର ସମସ୍ତ ପିଲା ପଢିବାରେ ସାଧାରଣ ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ଭଳି ଜ୍ଞାନୀ ଅଟନ୍ତି । ପରାଗ ଦୀୱାନ ପିଲାମାନଙ୍କୁ ଶିକ୍ଷା ଦାନ କରିବାପାଇଁ ବହୁତ ପରିଶ୍ରମ କରିଥାନ୍ତି । ଯାହାର ଫଳାଫଳ ଏହା ଆସିଛି ଯେ, ଯେଉଁ ପିଲାମାନେ କାଲି ପର୍ଯ୍ୟନ୍ତ ବିଦ୍ୟାଳୟ ଏବଂ ଶିକ୍ଷା ଠାରୁ ଦୂରରେ ଥିଲେ, ସେମାନେ ବର୍ତ୍ତମାନ ଏତେ ଜ୍ଞାନୀ ହୋଇଯାଇଛନ୍ତି ଯେ ଭବିଷ୍ୟତରେ ସେହି ପିଲାମାନେ ହିଁ ଅଫିସର ହୋଇପାରିବେ । ପିଲାମାନଙ୍କୁ ବଡ଼ ଅଫିସର କରିବାର ସ୍ବପ୍ନ ପରାଗ ଦୀୱାନ ଦେଖୁଛନ୍ତି ।

ମାଗଣା ଶିକ୍ଷା ଅଭିଯାନ ବିଷୟରେ ଆଲୋଚନା କରି ପରାଗ ଦୀୱାନ କହିଛନ୍ତି:-

ତାଙ୍କ ଦ୍ୱାରା ମାଗଣା ଶିକ୍ଷା ଅଭିଯାନ ଚଳାଇବା ଉପରେ ଆଲୋଚନା କରି ପରାଗ ଦୀୱାନ କହିଛନ୍ତି ଯେ ଯେତେବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇ ଯାଇଥିଲା, ସେତେବେଳେ ତାଙ୍କ ପରେ ସେ ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ଦେବାର ଦାୟିତ୍ୱଭାର ଉଠାଇଥିଲେ । ଗରିବ ପିଲାମାନଙ୍କ ପାଇଁ ଗୋଟିଏ ବିଦ୍ୟାଳୟ ଖୋଲିବାର ସ୍ବପ୍ନ ପରାଗଙ୍କର ମାଆଙ୍କର ଥିଲା । ନିଜ ମାଆଙ୍କର ସ୍ବପ୍ନ ପୂରଣ କରିବାପାଇଁ ପରାଗ ଏକ ଖୋଲା ବିଦ୍ୟାଳୟର ଆରମ୍ଭ କଲେ । ଜବଲପୁରର ନର୍ମଦା ନଦୀର ଗୋରିଘାଟର ଖୋଲା ଆକାଶ ତଳେ ପ୍ରତିଦିନ ସନ୍ଧ୍ୟା ସମୟରେ ପରାଗ ଦୀୱାନ ଏଠାରେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଇଥାନ୍ତି । କେବଳ ଏତିକି ନୁହେଁ, ବରଂ ପିଲାମାନଙ୍କୁ ନିଜ ଜୀବନରେ ବଡ଼ ଲକ୍ଷ୍ୟ ହାସଲ କରିବାପାଇଁ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି ।

ପରାଗ ଦୀୱାନ କହିଛନ୍ତି ଯେ, ସେ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି, ଯେଉଁ ବିଦ୍ୟାଳୟରେ ଗରିବ ଏବଂ ଅସହାୟ ପରିବାରର ପିଲାମାନେ ମାଗଣାରେ ଶିକ୍ଷା ପାଇପାରିବେ । ଏହି ବିଦ୍ୟାଳୟରେ ବଡ଼ ମାନଙ୍କ ଦ୍ୱାରା ସାନ ମାନଙ୍କୁ ଶିକ୍ଷା ଦାନ କରାଯିବ । ତାଙ୍କର ଏହି ବିଦ୍ୟାଳୟରୁ ଅତିକମରେ ଗୋଟିଏ ପିଲା ଆଇଏଏସ କିମ୍ବା ଆଇପିଏସ ଅଫିସର ହୁଅନ୍ତୁ ବୋଲି ପରାଗ ଆଶା ରଖିଛନ୍ତି । ପରାଗ ନିଃସ୍ୱାର୍ଥ ଭାବରେ ଗରିବ ପିଲାମାନଙ୍କର ଭବିଷ୍ୟତ ପରିବର୍ତ୍ତନ କରିବାରେ ଲାଗି ପଡିଛନ୍ତି ।

Be the first to comment

Leave a Reply

Your email address will not be published.


*