ସୁଖ ଶାନ୍ତି ପାଇବା ପାଇଁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ ! ଭାଗ୍ୟରେ ପରିବର୍ତ୍ତନ ଆସିବ ଏବଂ

ସୁଖ ଶାନ୍ତି ପାଇବା ପାଇଁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ ! ଭାଗ୍ୟରେ ପରିବର୍ତ୍ତନ ଆସିବ ଏବଂ ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହେବ ।

ବନ୍ଧୁଗଣ ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ ଏହିସବୁ ଜିନିଷ ଅର୍ପଣ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପା ରହିବ । ପୂର୍ବରୁ ହିନ୍ଦୁଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ, ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କ ଦିନ । ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କଲେ ଆପଣଙ୍କ ଭାଗ୍ୟ ଦୃଢ ହେବା ସହ ଭାଗ୍ୟରେ ଚମତ୍କାରିତା ଆସିଥାଏ । ଯଦି ଆପଣ ଗୁରୁବାର ଦିନ କିଛି ବିଶେଷ ଜିନିଷ କଦଳୀ ଗଛ ମୂଳରେ ଅର୍ପଣ କରନ୍ତି, ତେବେ ଆପଣଙ୍କର ବୃହସ୍ପତି ଗ୍ରହ ସୁଦୃଢ ରହିବା ସହ ମାତା ଲଷ୍ମୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ରହିଥାଏ, ଯାହାଦ୍ୱାରା ଘରେ ଧନଧାନ୍ୟର ଅଭାବ ରହିନଥାଏ ।

ଆଜି ଆମେ ଆପଣଙ୍କୁ ଏଭଳି ୮ଟି ଜିନିଷ କହିବୁ, ଯାହାକୁ ଆପଣ କଦଳୀ ଗଛ ମୂଳରେ ଅର୍ପଣ କଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିବା ସହ ଆପଣଙ୍କ ପରିବାର ଧନଧାନ୍ୟରେ ପୁରୀ ରହିଥାଏ । ତେବେ ଚଲାନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ରହିଛି ।

୧) ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କଲେ, ଆପଣଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ ଓ ଆପଣଙ୍କୁ ରୋଜଗାର ମିଳିଥାଏ ଓ ଚାକିରୀ କ୍ଷେତ୍ରରେ ଆପଣ ଉଚ୍ଚସୋପାନ ହାସଲ କରିଥାନ୍ତି ।

୨) ଯେଉଁ ବ୍ୟକ୍ତିମାନେ ସର୍ବଦା ଖୁସିରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ଗୁରୁବାର ଦିନ କିଛି ବତୁରା ହୋଇଥିବା ବୁଟ ସହ ଗୁଡ ମିଶାଇ କଦଳୀ ଗଛ ମୂଳରେ ଢ଼ାଳିଲେ; ଆପଣ ସୁଖିରେ ରହିବା ସଙ୍ଗେ ସଙ୍ଗେ ପରିବାରରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ ।

୩) ଯଦି ଆପଣ କୌଣସି କାର୍ଯ୍ୟକୁ ଆରମ୍ଭ କରିବାକୁ ଯାଉଛନ୍ତି; ତେବେ ମିଶ୍ରି ପାଣିକୁ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଶୁଭାରମ୍ଭ ହେବାକୁ ଯାଉଥିବା କାମରେ ସଫଳତା ପ୍ରାପ୍ତି ହୋଇଥାଏ ଓ ଅଟକି ରହିଥିବା କାର୍ଯ୍ୟଗୁଡିକ ମଧ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଯାଇଥାଏ ।

୪) ଯଦି ଆପଣ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି, ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ କଞ୍ଚା ହଳଦୀ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଇଥାଏ ।

୫) ଯେଉଁ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହୁଁଛନ୍ତି; ତେବେ ସେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଟଙ୍କା ପୋତି ଦିଅନ୍ତୁ; ଯାହାଫଳରେ ମାତା ଲକ୍ଷ୍ମୀଟାଣି ହୋଇ ତାଙ୍କ ଆଡକୁ ଆସିଥାନ୍ତି ।

୬) ଯଦି ଆପଣଙ୍କର ବୈବାହିକ ଜୀବନରେ ଶାନ୍ତି ଆଣିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କର ବିବାହ ହୋଇ ପାରୁନାହିଁ; ତେବେ ଆପଣ ୮ଟି ଗୁରୁବାର ପର୍ଯ୍ୟନ୍ତ କଦଳୀ ଗଛ ମୂଳରେ ଦୁଇଟି ଗୋଟା ହଳଦୀ ପୋତନ୍ତୁ । ଏହା କରିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ ।

୭) ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନ ଘୋରା କିମ୍ବା ହଳଦୀ ଘୋରା ଅର୍ପଣ କଲେ ସମସ୍ତ ସମସ୍ୟା ଓ ଦୁଃଖ କଷ୍ଟ ଦୂର ହୋଇଥାଏ ।

୮) ଗୁରୁବାର ଦିନ ଗାଧୋଇ ସାରିବା ପରେ କଦଳୀ ଗଛରେ ପାଣି ଦେଲେ, ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ ।

ଆଶା କରୁଛୁ, ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣନାକୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*