ପିତାଙ୍କ ଅଭିଯୋଗ କରିବା ପାଇଁ ୧୦ କିଲୋମିଟର ପାଦରେ ଚାଲିଚାଲି ଗଲେ ଷଷ୍ଠ ଶ୍ରେଣୀର ଛାତ୍ରୀ ! DMଙ୍କୁ କହିଲେ ମୋ ବାପା…..

ଓଡିଶା ୧୮/୧୧ : ଯଦି କୌଣସି ପିଲା ଭୋକିଲା ରହିଥାଏ, ତେବେ ପିତାମାତା ତାଙ୍କ ଭାଗର ଖାଦ୍ୟ ମଧ୍ୟ ପିଲାକୁ ଖାଇବାକୁ ଦେଇଥାନ୍ତି । କିନ୍ତୁ ଓଡ଼ିଶାର କେନ୍ଦ୍ରାପଡ଼ାରୁ ଏଭଳି ଏକ ଚାଞ୍ଚଲ୍ୟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପିତା ନିଜ ଝିଅ ଖାଦ୍ୟ ସାମଗ୍ରୀ ନିଜ ପାଖରେ ରଖି ଦେଉଥିଲେ । ବାଧ୍ୟତାମୂଳକ ଭାବରେ ଝିଅଟି ୧୦ କିଲୋମିଟର ପାଦରେ ଚାଲି ଚାଲି ଯାଇ ପୋଲିସ ନିକଟରେ ପିତାଙ୍କ ବିରୁଦ୍ଧରେ ଅଭିଯୋଗ ଲେଖିବାକୁ ପଡିଥିଲା ।

ସୋମବାର ଦିନ ଓଡ଼ିଶାର କେନ୍ଦ୍ରାପଡ଼ାରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅ DMଙ୍କ ନିକଟକୁ ଯାଇଥିଲା ଏବଂ ସେଠାକୁ ଯାଇ ସେ ତାର ପିତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲା । ଝିଅର ଅଭିଯୋଗ ଅନୁଯାୟୀ, ତାର ବାପା ଝିଅର ଖାଦ୍ୟ ସାମଗ୍ରୀ ଏବଂ ମଧ୍ୟାନ୍ନ ଭୋଜନକୁ ନିଜ ପାଖରେ ରଖି ଦେଉଛନ୍ତି, ଯାହାଫଳରେ ଝିଅଟି ଭୋକ ରହିବାବକୁ ପଡୁଛି । କେବଳ ଏତିକି ନୁହେଁ, ସରକାରଙ୍କ ଠାରୁ ମିଳୁଥିବା ଟଙ୍କା ମଧ୍ୟ ଝିଅ ପାଖକୁ ପହଞ୍ଚି ପାରୁନାହିଁ ।

ଏହି ଅଭିଯୋଗ ଦାଖଲ କରିବାପାଇଁ ଝିଅଟି ଦଶ କିଲୋମିଟର ପାହାଡିଆ ରାସ୍ତାରେ ପାଦରେ ଚାଲି ଜିଲ୍ଲା ଅଧିକାରୀଙ୍କର କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଝିଅଟିର ଅଭିଯୋଗ ପରେ ଡ଼ିଏମ ସାମର୍ଥ ବର୍ମା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ଆଦେଶ ପରେ ବର୍ତ୍ତମାନ ଝିଅକୁ ମିଳୁଥିବା ଖାଦ୍ୟ ସାମଗ୍ରୀ ତାକୁ ହିଁ ମିଳିବ ଏବଂ ଟଙ୍କା ମଧ୍ୟ ଝିଅର ଆକାଉଣ୍ଟକୁ ଯିବ ।

ଡ଼ିଏମ ଆହୁରିମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଝିଅର ପିତା ଯାହା ମଧ୍ୟ ଖାଦ୍ୟ ସାମଗ୍ରୀ ଏବଂ ଟଙ୍କା ନେଇଛନ୍ତି, ତାହା ଝିଅକୁ ଫେରସ୍ତ କରିବାକୁ ପଡିବ । ବାସ୍ତବରେ ଲକ୍ଡ଼ାଊନ୍ ସମୟରେ ପିଲାମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ମଧ୍ୟାନ୍ନ ଭୋଜନ ବନ୍ଦ ହୋଇ ଯାଇଥିଲା । ଏଭଳି ପରିସ୍ଥିତିରେ ସରକାର ପିଲାମାନଙ୍କର ଆକାଉଣ୍ଟକୁ ପ୍ରତିଦିନ ଆଠ ଟଙ୍କା ଦେଉଥିଲେ ।

ଯେହେତୁ ପିଲାମାନଙ୍କର ଆକାଉଣ୍ଟ ନାହିଁ, ସେଥିପାଇଁ ସେହି ଟଙ୍କା ପିଲାମାନଙ୍କର ପିତାମାତା କିମ୍ବା ଅଭିଭାବକଙ୍କର ଆକାଉଣ୍ଟକୁ ଯାଉଅଛି । ଏଥିସହିତ ପିଲାମାନଙ୍କୁ ପ୍ରତିଦିନ ୧୫୦ ଗ୍ରାମ ଚାଉଳ ମଧ୍ୟ ଦିଆଯାଉଛି । ଝିଅଟି ମାମଲା ରଜ୍ଜୁ କରିବା ସମୟରେ ପୋଲିସକୁ କହିଛି ଯେ, ତାର ନିଜର ଆକାଉଣ୍ଟ ଅଛି । ସେ ପିତାଙ୍କ ସହ ରହେ ନାହିଁ ଏବଂ ତାର ମା’ ଦୁଇବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି । ପିତା ଦ୍ଵିତୀୟ ବିବାହ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ : ରଣବୀରଙ୍କୁ ବିବାହ କରିବା ପୂର୍ବରୁ ଏହି ଲୋକମାନଙ୍କ ସହ ଡେଟ୍ କରିସାରିଛନ୍ତି ଦୀପିକା ପାଦୁକୋନ୍ ! ଜଣଙ୍କ ଠାରୁ ଧୋକ୍କା ମଧ୍ୟ ଖାଇଛନ୍ତି…

ଝିଅ ନିଜ ମାମୁଁଙ୍କ ନିକଟରେ ଅଛି । ତାର ପିତା ଚତୁରତାର ସହ ଝିଅର ବିଦ୍ୟାଳୟ ତରଫରୁ ମିଳୁଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଏବଂ ଟଙ୍କା ନେଇ ଯାଉଥିଲେ । ସେଥିପାଇଁ ସେ ଅଭିଯୋଗ ରଜ୍ଜୁ କରିବାକୁ ବାଧ୍ୟ ହେଲା । ଡ଼ିଏମଙ୍କ ଆଦେଶ ପରେ ବର୍ତ୍ତମାନ ଝିଅକୁ ନ୍ୟାୟ ମିଳିବାର ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ : ବର୍ତ୍ତମାନ ସମୟରେ ଚୀନରୁ ମାଡ଼ି ଆସୁଛି ଆଉ ଏକ ନୂଆ ଭାଇରସ୍ ।

Be the first to comment

Leave a Reply

Your email address will not be published.


*