ମିନାକ୍ଷୀ ଶେଷାଦ୍ରୀଙ୍କ କାରଣରୁ ଗାୟକ କୁମାର ସାନୁଙ୍କର ହୋଇଥିଲା ଛାଡପତ୍ର : ଜାଣନ୍ତୁ କାହିଁକି ବିଦେଶକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ଅଭିନେତ୍ରୀ…

୮୦-୯୦ ଦଶକରେ ବଲିଉଡରେ ନିଜ ଅଭିନୟର ଯାଦୁ ବିଛାଇ ସାରିଥିବା ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କୁ ଆଜି ମଧ୍ୟ ଲୋକମାନେ ଭୁଲି ପାରିନାହାଁନ୍ତି । ଏକ ସମୟ ଥିଲା ଯେତେବେଳେ ମିନାକ୍ଷୀ ଅମିତାଭ ବଚ୍ଚନଙ୍କ ଭଳି ବଡ଼ ଏବଂ ପ୍ରସିଦ୍ଧ ତାରକାମାନଙ୍କ ସହ ସୁପରହିଟ ଚଳଚ୍ଚିତ୍ର ଦେଉଥିଲେ । ସୋନୀ ଦେଓଲଙ୍କ ଠାରୁ ଆରମ୍ଭ କରି ଗୋବିନ୍ଦା, ଅମିତାଭ ବଚ୍ଚନଙ୍କ ଭଳି ବଡ଼ ବଡ଼ ଅଭିନେତା ମାନଙ୍କ ସହ ସେ କାମ କରିସାରିଛନ୍ତି । ସେହି ସମୟରେ ମିନାକ୍ଷୀ ଶୀର୍ଷ ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ । ତାଙ୍କ ଅଭିନୟକୁ ଲକ୍ଷ ଲକ୍ଷ ଲୋକମାନେ ଭଲ ପାଉଥିଲେ । କିନ୍ତୁ ହଠାତ୍ ମିନାକ୍ଷୀ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ । ସେତେବେଳେ ସମୟରେ ମିନାକ୍ଷୀଙ୍କ ନାମ ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ସହ ଜଡିତ ହୋଇଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଛନ୍ତି ବୋଲି ଏହି ଚର୍ଚ୍ଚା ଚାରିଆଡେ ବ୍ୟାପି ଯାଇଥିଲା ।

କୁହାଯାଏ ଯେ, ଦୁହେଁ ଦୁହିଁଙ୍କୁ ସର୍ବପ୍ରଥମେ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ଜୁର୍ମର ସେଟରେ ଭେଟିଥିଲେ । ଏହି ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ “ଜବ୍ କୋଇ ବାତ ବିଗଡ୍ ଯାଏ”କୁ କୁମାର ସାନୁ ହିଁ ଗାଇଥିଲେ । କୁହାଯାଏ ଯେ, ପ୍ରାୟତଃ ୩ ବର୍ଷ ପର୍ଯ୍ୟନ୍ତ କୁମାର ସାନୁ ଏବଂ ମିନାକ୍ଷୀ ସେମାନଙ୍କ ସମ୍ପର୍କ ବିଷୟ ଲୋକମାନଙ୍କ ଠାରୁ ଲୁଚାଇ ରଖିଥିଲେ । କିନ୍ତୁ ଅସୁବିଧା ଏହା ଯେ, ମିନାକ୍ଷୀଙ୍କ ସହ ସମ୍ପର୍କରେ ଥିବାବେଳେ କୁମାର ସାନୁ ବିବାହିତ ମଧ୍ୟ ଥିଲେ ।

ଏଭଳି ପରିସ୍ଥିତିରେ କୁମାର ସାନୁ ଓ ମିନାକ୍ଷୀଙ୍କ ସମ୍ପର୍କ ବିଷୟରେ କୁମାର ସାନୁଙ୍କର ପତ୍ନୀ ଜାଣି ନେଇଥିଲେ । ଯେତେବେଳେ କୁମାର ସାନୁଙ୍କର ପତ୍ନୀ ରୀନା ଭଟ୍ଟାଚାର୍ଯ୍ୟଙ୍କୁ ଏହି କଥା ଜଣାପଡିଲା ପରେ ଏହିକଥାକୁ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ମିନାକ୍ଷୀଙ୍କ ସହ ସମ୍ପର୍କ ଖବର ଉପରେ ସେତେବେଳେ ମୋହର ଲାଗିଗଲା, ଯେତେବେଳେ କୁମାର ସାନୁଙ୍କର ସେକ୍ରେଟେରୀଙ୍କର ଏକ ସାକ୍ଷାତକାର ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ : ଯେତେବେଳେ କୋଟି କୋଟି ଟଙ୍କା ଦାନ କରୁଥିଲେ ମୁକେଶ ଅମ୍ବାନୀ ସେହି ସମୟରେ ତାଙ୍କର ସାନ ପୁଅ ଅନନ୍ତଙ୍କ ବନ୍ଧୁମାନେ ଅନନ୍ତଙ୍କୁ କହିଲେ ଭିକାରୀ ବୋଲି କହିଥିଲେ ।

ପତ୍ନୀଙ୍କ ସହ ହୋଇଯାଇଥିଲା ଛାଡପତ୍ର :-

ବାସ୍ତବରେ ଏକ ସାକ୍ଷାତକାରରେ କୁମାର ସାନୁଙ୍କର ସେକ୍ରେଟେରୀ ଖୁଲାସା କରିଥିଲେ ଯେ, ତାଙ୍କର ଜଣେ ନୁହେଁ ବରଂ ଅନେକ ପ୍ରେମିକା ରହିଛନ୍ତି । ୧୯୯୪ ମସିହାରେ କୁମାର ସାନୁ ଓ ତାଙ୍କ ପତ୍ନୀ ସହ ଛାଡ଼ପତ୍ର ହୋଇଯାଇଥିଲା । ଏହି ଛାଡ଼ପତ୍ର ପରେ କୁମାର ସାନୁ ଏବଂ ମିନାକ୍ଷୀଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହଠାତ୍ ବନ୍ଦ ହୋଇଯାଇଥିଲା ।

ଏହାର କିଛି ସମୟପରେ ଏଭଳି କିଛି ଖବର ସାମ୍ନାକୁ ଆସିଥିଲା ଯେ, ଅଭିନେତ୍ରୀ ମିନାକ୍ଷୀ ଶୋଷାଦ୍ରୀ ବଲିଉଡରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ୧୯୯୭ ମସିହାରେ ହଠାତ୍ ଖବର ଆସିଥିଲା ଯେ ସେ ଜଣେ ଇନଭେସ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିନେଇଛନ୍ତି । ଏହାସହିତ ଭାରତ ଛାଡି ସେ ବିଦେଶକୁ ଚାଲି ଯାଇଛନ୍ତି । ତେବେ କୁମାର ସାନୁ ଏବଂ ମିନାକ୍ଷୀ ଶୋଷାଦ୍ରୀ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଅଫିସିଆଲ୍ ଘୋଷଣା ଜାରି କରିନଥିଲେ ।

ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ : ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମିଳିଥିଲା ଜାମିନ, କିନ୍ତୁ ୪୧ ଦିନ ପରେ ମଧ୍ୟ ଅନ୍ୟ ସାମ୍ବାଦିକଙ୍କ ପାଇଁ କୌଣସି ନ୍ୟାୟ ନାହିଁ; ପରିବାର ଲୋକେ କହିଲା…..

Be the first to comment

Leave a Reply

Your email address will not be published.


*