ଯେତେବେଳେ କୋଟି କୋଟି ଟଙ୍କା ଦାନ କରୁଥିଲେ ମୁକେଶ ଅମ୍ବାନୀ ସେହି ସମୟରେ ତାଙ୍କର ସାନ ପୁଅ ଅନନ୍ତଙ୍କ ବନ୍ଧୁମାନେ ଅନନ୍ତଙ୍କୁ କହିଲେ ଭିକାରୀ ବୋଲି କହିଥିଲେ ।

ରିଏଲାନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ନିଜ ସମ୍ପତ୍ତି ସଙ୍ଗେ ସଙ୍ଗେ ନିଜ ଦାନପୁଣ୍ୟ ପାଇଁ ମଧ୍ୟ ଜଣାଶୁଣା । କରୋନା କାଳରେ ମଧ୍ୟ ମୁକେଶ ଅମ୍ବାନୀ ୪୫୮ କୋଟି ଟଙ୍କା ଦାନ କରିଥିଲେ । ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । କିନ୍ତୁ କୋଟି କୋଟି ଟଙ୍କା ଦାନ କରୁଥିବା ମୁକେଶ ଓ ନିତା ଅମ୍ବାନୀଙ୍କ ପୁଅଙ୍କ ଏକ ସମୟରେ ସ୍କୁଲରେ ଛାତ୍ରଛାତ୍ରୀମାନେ ଭିକାରୀ କହି ଥଟ୍ଟା କରୁଥିଲେ ।

ନିତା ଅମ୍ବାନୀ ଏକ ଇଣ୍ଟରଭ୍ୟୁରେ ଏହି ବିଷୟରେ କହିଥିଲେ, ତାଙ୍କ ଛୋଟ ପୁଅ ଅନନ୍ତ ଅମ୍ବାନୀଙ୍କୁ ତାଙ୍କ ବନ୍ଧୁମାନେ ବିଦ୍ୟାଳୟରେ ତାଙ୍କୁ ଥଟ୍ଟା କରି କହୁଥିଲେ ଯେ ତୁ ଅମ୍ବାନୀ ନା ଭିକାରୀ ।

ନିତା ଅମ୍ବାନୀ VOGUE ମ୍ୟାଗେଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ ବିସ୍ତାର ପୂର୍ବକ କହିଥିଲେ ଯେ, “ଯେତେବେଳେ ମୋ ସନ୍ତାନମାନେ ଛୋଟ ଥିଲେ, ସେତେବେଳେ ମୁଁ ତାଙ୍କୁ ସ୍କୁଲ କ୍ୟାଣ୍ଟିନରେ ଖର୍ଚ୍ଚ କରିବା ପାଇଁ ଶୁକ୍ରବାର ଦିନ ୫ ଟଙ୍କା ଦେଉଥିଲି ।”

ଦିନେ ଛୋଟ ପୁଅ ଅନନ୍ତ ତାଙ୍କ ଶୋଇବା ଘରକୁ ଦୌଡ଼ି ଆସି କହିଲା ଓ କହିବାକୁ ଲାଗିଲା ଯେ ତାକୁ ୫ ଟଙ୍କା ବଦଳରେ ୧୦ ଟଙ୍କା ଦରକାର । ଯେତେବେଳେ ତାକୁ ପଚରଗଲା ଏପରି କାହିଁକି ? ତେବେ ସେ କହିଲେ ଯେ ସ୍କୁଲରେ ବନ୍ଧୁମାନେ ମୋ ପାଖରେ ୫ ଟଙ୍କାର ମୁଦ୍ରା ଦେଖି ମୋତେ ଥଟ୍ଟା କରନ୍ତି ଏବଂ କୁହନ୍ତି ତୁ ଅମ୍ବାନୀ ନା ଭିକାରୀ ! ଏହା ଶୁଣି ନିତା ଓ ମୁକେଶ ଅମ୍ବାନୀ ଖୁବ୍ ହସିଲେ ।

ନିତା ଅମ୍ବାନୀ କହିଥିଲେ ଯେ, ମୁଁ ଓ ମୁକେଶ ସର୍ବଦା ମୋ ସନ୍ତାନମାନଙ୍କୁ ମାଟି ସହ ଜଡ଼ିତ ରହିଥିବାର ଶିକ୍ଷା ଦେଇଛୁ । ତାଙ୍କୁ ଏହା ଅନୁଭବ ହେବାକୁ ଦେଲୁ ନାହିଁ ଯେ, ସେମାନେ କେତେ ଧନୀ ଅଟନ୍ତି । ତାଙ୍କୁ ଏହା ବୁଝାଇବା ଖୁବ୍ ଜରୁରୀ ଥିଲା ଯେ ଟଙ୍କା ଅର୍ଜନ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ।

ନିତା ଅମ୍ବାନୀ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ଝିଅ ଇଶା ଯେତେବେଳେ ଆମେରିକାକୁ ପଢ଼ିବା ପାଇଁ ଗଲେ; ତେବେ ସେଠାରେ ସେ ଛାତ୍ରଛାତ୍ରୀରେ ଇଶାଙ୍କ ସହିତ ଆହୁରି କିଛି ଝିଅ ମଧ୍ୟ ରହୁଥିଲେ ।

ଇଶା ନା କେବଳ ରୁମ୍ ସେୟାର କରୁଥିଲେ ବରଂ ବାଥରୁମ୍ ମଧ୍ୟ ୧୮ ବା ୨୦ ଝିଅଙ୍କ ସହିତ ସେୟାର କରୁଥିଲେ ।

ନିତା ଅମ୍ବାନୀ ଏହା ମଧ୍ୟ କହିଛନ୍ତି ଯେ, ସେ ଛୁଟିରେ କେବେହେଲେ ନିଜ ସନ୍ତାନମାନଙ୍କୁ ଆଣିବା ପାଇଁ ପ୍ରାଇଭେଟ ଜେଟ୍ ପଠାଉନଥିଲେ । ଛୁଆମାନଙ୍କୁ ଏୟାର ଇଣ୍ଡିଆ ଫ୍ଲାଇଟରୁ ଯାତ୍ରା କରିବାକୁ ପଡୁଥିଲା ।

Be the first to comment

Leave a Reply

Your email address will not be published.


*