ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ଚେହେରାରେ ଲଗାନ୍ତୁ ! ଚେହେରାରେ ଏତେ

ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ଚେହେରାରେ ଲଗାନ୍ତୁ ! ଚେହେରାରେ ଏତେ ପରିବର୍ତ୍ତନ ଆସିବା ଯେ, ଆପଣ ନିଜେ ହିଁ ଭୁଲିଯିବେ ।

ଦୁନିଆରେ ଝିଅ ହେଉ ବା ପୁଅ ହୁଅନ୍ତୁ, ସମସ୍ତେ ନିଜ ନିଜ ଚେହେରାରେ ହୋଇଥିବା ଦାଗ ବା ଚିହ୍ନ ପାଇଁ ଚିନ୍ତିତ ହୋଇଥାନ୍ତି । ନିଜ ଚେହେରାକୁ ସୁନ୍ଦରରେ ରଖିବା ପାଇଁ ଖାସ୍ କରି ଝିଅମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଶରୀରରେ ଚେହେରା ଗୋଟିଏ ଏଭଳି ଅଙ୍ଗ ଅଟେ ଯାହା ସୁନ୍ଦରତା ଦ୍ୱାରା ସମସ୍ତଙ୍କୁ ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷଣ କରିଥାଏ । ସେହି ଚେହେରାରେ ହିଁ ଯଦି ଅଳ୍ପ କିଛି ଦାଗ ବା ଚିହ୍ନ ଦେଖାଯାଏ, ତେବେ ଶରୀରର ରଙ୍ଗ ଯେତେ ଧଳା ବା ସାଫା ହୋଇଥିଲେ ମଧ୍ୟ ସିନ୍ଦୁରତାରେ ଫିକା ପଡିଯାଇଥାଏ ।

ଚେହେରାରେ କିଛି ଦାଗ ହେବା ତୁରନ୍ତ ଝିଅମାନେ ବହୁତ ଚିନ୍ତିତ ହୋଇଯାନ୍ତି ଓ ଅନେକ ପ୍ରକାରର କ୍ରିମ୍ ଲଗାଇଥାନ୍ତି । କ୍ରିମର ପ୍ରୟୋଗ କରିବା ପରେ ଦାଗ ଛାଡିପାରେ କିମ୍ବା ନ ଛାଡିପାରେ । ବଜାରରେ ଉପଲବ୍ଧ ସେହି କ୍ରିମ୍ ଗୁଡ଼ିକର ଦର ମଧ୍ୟ ବହୁତ ଅଧିକ ଥାଏ । ଯାହା ଗରିବ କିମ୍ବା ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କିଣିପାରନ୍ତି ନାହିଁ । ଆମେ ଆଜି ଆପଣଙ୍କ ପାଇଁ ଗୋଟିଏ ଏଭଳି ଘରୋଇ ଉପଚାର କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରି ନିଜ ଚେହେରାରେ ଥିବା ଦାଗଗୁଡ଼ିକୁ ଦୂର କରିପାରିବେ ।

ଲୁଣ ଓ ମହୁ ଏହି ଦୁଇଟି ଜିନିଷକୁ ପରସ୍ପର ମଧ୍ୟରେ ମିଶ୍ରଣ କରି ଚେହେରାରେ ଲଗାଇବା ଦ୍ୱାରା ଚେହେରାର ହୋଇଥିବା ଦାଗଗୁଡିକ ଆପେଆପେ ଦୂରି ଯାଇଥାଏ । ଲୁଣକୁ ସମସ୍ତେ ନିଜ ରୋଷେଇ ଘରେ ବ୍ୟବହାର କରିଥାନ୍ତି । ଲୁଣ ଯାହାକି ପ୍ରାକୃତିକ ରୂପେ ଚେହେରାରୁ ଦାଗଗୁଡ଼ିକୁ ଦୂର କରିଥାଏ ଓ ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ଏବଂ ଚେହେରା ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ମଧ୍ୟ କରିଥାଏ ।

ପ୍ରୟୋଗ କରିବା ବିଧି –

ଅଧା ଚାମଚ ଲୁଣ ନିଅନ୍ତୁ ଓ ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ ଏବଂ ଗୋଟିଏ ଚାମଚ ଗ୍ଲିସେରିନ ମିଶାଇ ଏହି ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ନିଜ ଚେହେରାରେ ଲଗାଇବା ଦ୍ୱାରା ଚେହେରାରେ ଥିବା କଳା ଦାଗ, ଚିହ୍ନ, ବ୍ରଣ, ଫଟକା ଆଦି ଭଲ ହୋଇଯାଏ । ଏହି ମିଶ୍ରଣକୁ ନିଜ ଚେହେରାରେ ୨ ରୁ ୩ ମିନିଟ୍ ତୁଳା ସାହାଯ୍ୟରେ ଧୀରେ ଧୀରେ ଘଷିବେ । ଏହାପରେ ୫ ମିନିଟ୍ ଏଭଳି ଛାଡ଼ି ଦିଅନ୍ତୁ ଓ ପରେ ପାଣିରେ ଧୋଇ ଦିଅନ୍ତୁ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ପ୍ରୟୋଗ କରିବାରେ କୌଣସି ଅସୁବିଧା ନାହିଁ ନା ହିଁ ଏଥିରେ କୌଣସି ପାର୍ଶ୍ଵପ୍ରତିକ୍ରିୟ ରହିଛି । ଥରଟି ବ୍ୟବହାର କରନ୍ତୁ । ଧନ୍ୟବାଦ !

Be the first to comment

Leave a Reply

Your email address will not be published.


*