ଦିବ୍ୟାଙ୍କା ତ୍ରିପାଠୀ ନିଜ ପତି ବିବେକଙ୍କ ସହିତ ନୂଆ ଘରେ ପାଳନ କରିଛନ୍ତି ଦୀପାବଳି ପର୍ବ…

ଯଦିଓ କୋଭିଡ୍ କଟକଣା ଯୋଗୁଁ ସମଗ୍ର ଦେଶରେ ସଂକ୍ରମଣର ଭୟ ଲାଗିଛି ତଥପାଇ ସମଗ୍ର ଦେଶରେ ଦୀପାବଳି ପର୍ବ ଅତି ଧୁମ୍ ଧାମରେ ପାଳନ କରାଯାଇଛି । ସମସ୍ତେ ସାମାଜିକ ଦୂରତ୍ୱକୁ ବଜାୟ ରଖି ନିଜ ନିଜ ଘରେ ଦୀପାବଳି ପାଳନ କରିଛନ୍ତି । ଦୀପାବଳିର ପାର୍ଟି ଜୁମ୍ ଭିଡ଼ିଓ କଲ୍ (Call) ମାଧ୍ୟମରେ ପାଳନ କରାଯାଇଛି ଏବଂ ଲୋକେ କରୋନା ଭାଇରସର ସଂକ୍ରମଣରୁ ନିଜକୁ ସୁରକ୍ଷିତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା ମଧ୍ୟ କରୁଛନ୍ତି । ଅନ୍ୟପଟେ ଟେଲିଭିଜନ ଜଗତର ଦମ୍ପତି ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ବିବେକ ଦହିୟାଙ୍କ ଦୀପାବଳି ପାଳନ ଯୋଜନା ଆଲୋଚନା କରିବା, ତେବେ ଏଥର ସେ ନିଜ ପରିବାର ସହ ଦେଖା କରିବା ପାଇଁ ଚଣ୍ଡୀଗଡ଼ ଯିବେ ନାହିଁ । ବାସ୍ତବରେ, ସେ ନିଜ ସମ୍ପୂର୍ଣ୍ଣ ପରିବାରକୁ ନିଜ ଘରକୁ ଡକାଉଛନ୍ତି, କାରଣ ସେ ନିଜର ନୂଆ ଘରେ ପ୍ରଥମ ଦୀପାବଳି ପାଳନ କରୁଛନ୍ତି ।

ନିକଟରେ, ଦିବ୍ୟାଙ୍କା ନିଜ ଇଂଷ୍ଟାଗ୍ରାମରେ ଦୀପାବଳି ପାଳନର ଫଟୋଗୁଡିକ ସେୟାର କରିଛନ୍ତି ଯେଉଁଥିରେ ସେ ଖୁବ୍ ସୁନ୍ଦରୀ ଦେଖା ଯାଉଛନ୍ତି । ସବୁଜ ରଙ୍ଗର ସୁଟ୍ ଓ ଗୋଲାପୀ ଓଢଣୀ ତାଙ୍କର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି ।

ସାଧାରଣ ଭାବେ ସେ ଦୀପାବଳି ସମୟରେ ଦିବ୍ୟାଙ୍କା ଓ ବିବେକ ନିଜ ଘର ଚଣ୍ଡୀଗଡ଼ ଯାଆନ୍ତି କିନ୍ତୁ ଚଳିତ ବର୍ଷ ତାଙ୍କ ନୂଆ ଘରେ ତାଙ୍କର ପ୍ରଥମ ଦୀପାବଳି ଅଟେ, ଏଥିପାଇଁ ତାଙ୍କ ମାତାପିତା ଓ ଭଉଣୀ ଏଠାକୁ ଆସିବେ ।

ଏଥିସହ ଦିବ୍ୟାଙ୍କା ଖୁଲାସା କରିଛନ୍ତି ଯେ, ସେ ଦୀପାବଳି ପାର୍ଟିକୁ ଖୁବ୍ ଆନ୍ଦନ ଉଲ୍ଲାସର ସହ ପାଳନ କରିବେ । ଦିବ୍ୟାଙ୍କା କହିଛନ୍ତି ଯେ, ଏହି ଦୀପାବଳି ଆମେ ଏହିପରି ପାଳନ କରିବୁ ଯାହା ଚିରଦିନ ପାଇଁ ସ୍ମରଣୀୟ ରହିବ । ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହ ଅତି ଧୁମଧାମରେ ପାଳନ କରିବୁ । ବର୍ଷର ଏହି ସମୟ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । କାରଣ ଆମେ ସାଧାରଣତଃ ଗୋଟିଏ ଶ୍ରେଣୀରେ କାମ କରୁଛୁ ଓ ଦୀପାବଳୀ ଯାହା ସାମାଜିକ ସମାବେଶ ପାଇଁ ଏକ ସମୟ ଅଟେ କିନ୍ତୁ ଏହି ବର୍ଷ ଆମେ ଘର ଭିତରେ ରହିଥାଉ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ୨୧ ଫେବୃୟାରୀ ୨୦୨୦ରେ ଦିବ୍ୟାଙ୍କା ଓ ବିବେକ ଲୋଖଣ୍ଡବାଲା ସ୍ଥିତ ନିଜ ନୂଆ ଘରକୁ ସ୍ଥାନାନ୍ତରଣ ହୋଇଥିଲେ । ଦୁହେଁ ନିଜ ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଗୃହ ପ୍ରବେଶ ପୂଜା ସମ୍ପାଦନ କରିଥିଲେ ।

ନିକଟ ଅତୀତରେ ଅର୍ଥାତ ନଭେମ୍ବର ମାସ ୮ ତାରିଖରେ, ଦିବ୍ୟଙ୍କା ନିଜ ସ୍ୱାମୀ ବିବେକଙ୍କ ଜନ୍ମଦିନ ପାଳନ କରିଥିଲେ, ଯାହାର କିଛି ଫୋଟ ସୋସିଆଲ ମିଡିଆରେ ସେ ସେୟାର କରିଥିଲେ । ସେୟାର କରିଥିବା ଏହି ଫୋଟଗୁଡିକରେ ଉଭୟ ଦିବ୍ୟାଙ୍କ ଓ ବିବେକଙ୍କ ଯୋଡି ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

Be the first to comment

Leave a Reply

Your email address will not be published.


*