ଭାଇଙ୍କ ରିସେପସନରେ କଙ୍ଗନା ରନୌତଙ୍କ ସୌନ୍ଦର୍ଯ୍ୟରେ ସମସ୍ତେ ମୁଗ୍ଧ । ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡ଼ିଓ…

ବୋଲିଉଡ଼ ଅଭିନେତ୍ରୀ କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ ଗତ କିଛିଦିନ ତଳେ ସରିଛି । ବର୍ତ୍ତମାନ କଙ୍ଗନା ରନୌତଙ୍କ ପରିବାର ତାଙ୍କ ଭାଇ ଓ ଭାଉଜଙ୍କ ପାଇଁ ରିସେପସନ ପାର୍ଟି ରଖିଛନ୍ତି । କଙ୍ଗନା ପାର୍ଟିର କିଛି ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କଙ୍ଗନା ରିସେପସନରେ ନିଜର ପାହାଡ଼ି ଅବତାର ଦେଖାଇଛନ୍ତି ।

କଙ୍ଗନା ଶାଢ଼ୀ ସହିତ ପାହାଡ଼ି ଶାଲ୍ ଓ ପାହାଡ଼ି ଟୋପି ପିନ୍ଧିଛନ୍ତି । କଙ୍ଗନା ନିଜର ଫୋଟ ସେୟାର କରି ଲେଖିଛନ୍ତି; “ଅକ୍ଷତ ଏବଂ ରିତୁଙ୍କ ବିବାହ ରିସେପସନରେ ସବ୍ୟସାଚୀ ଶାଢ଼ୀ ସହିତ ପାହାଡ଼ି ଶାଲ୍ ଏବଂ ଟୋପି ପରିଧାନ କରିଛନ୍ତି, ଯାହାକି ବାପା ମାଆ ତାଙ୍କୁ ଉପହାର (ଗିଫ୍ଟ) କରିଛନ୍ତି ।

କଙ୍ଗନା ଏହାସହିତ ନିଜ ଭାଇ ଓ ଭାଉଜଙ୍କ ସହିତ ଫୋଟ ମଧ୍ୟ ସେୟାର କରିଛନ୍ତି । କଙ୍ଗନାଙ୍କ ଭାଉଜ ରେଡ୍ ଶାଢ଼ୀ ସହିତ ପାହାଡ଼ି ନଥ ପିନ୍ଧିଛନ୍ତି, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହା ପୂର୍ବରୁ କଙ୍ଗନା ଦୀପାବଳୀରେ ଭାଉଜଙ୍କୁ ଘରକୁ ସ୍ୱାଗତ କରିଥିଲେ । କଙ୍ଗନା ଲେଖିଥିଲେ ଯେ, “ଦୀପାବଳୀ ଦିନ ମହାଲକ୍ଷ୍ମୀ ଘରକୁ ଆସନ୍ତି, ଆମ ଘରକୁ ମଧ୍ୟ ଦେବୀ ଆସୁଛନ୍ତି । ଆଜି ଆମର ବୋହୂ ପ୍ରଥମ ଥର ପାଇଁ ତାଙ୍କ ଘରକୁ ଆସୁଛନ୍ତି, ଏହି ରୀତିନୀତିକୁ ଅନ୍ଦ୍ରରେରା କୁହାଯାଏ । ସମସ୍ତଙ୍କୁ ଦୀପାବଳୀ ଶୁଭେଚ୍ଛା ।”

କଙ୍ଗନା ରନୌତ ଭାଇଙ୍କ ବିବାହର ଦାୟିତ୍ୱ ନେଇଥିଲେ ଏବଂ ଏଥିପାଇଁ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଏହି ବିଷୟରେ କହିଛନ୍ତି । ରଙ୍ଗୋଲୀ ଲେଖିଛନ୍ତି ଯେ, ମୁଁ କେତେକ ସୁପରଷ୍ଟାରଙ୍କୁ ଜାଣିଛି ଯେଉଁମାନେ ନିଜ ବିବାହ ଏହିପରି ଶ୍ୟାହି ଡେଷ୍ଟିନେସନରେ କରିଥାନ୍ତି । କିନ୍ତୁ ମୁଁ ଆଉ କାହାକୁ ଏପରି ଜାଣିନାହିଁ ଯିଏ କି ନିଜ ଭାଇ / ଭଉଣୀଙ୍କ ପାଇଁ ଏପରି କରିଛନ୍ତି, ଯେପରି କଙ୍ଗନା କରିଛନ୍ତି । କଙ୍ଗନା ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବରଂ ଏକ ବର୍ଷ ହେବ ପ୍ରତ୍ୟେକ କାର୍ଯ୍ୟରେ ଲଗାତାର କାମ କରିଛନ୍ତି । କଙ୍ଗନାଙ୍କ ଠାରେ କିଛି ବିବଶେଷ ଭଲ ଗୁଣ ରହିଛି ତଥାପି ଦୁଃଖର ବିଷୟ ଲୋକମାନେ କେବଳ ତାଙ୍କ ତୀକ୍ଷ୍ଣ ଏବଂ ନିର୍ଭୀକ ଦିଗ ଉପରେ ଧ୍ୟାନ ଦିଅନ୍ତି । ନିଜ ଆଖପାଖର ଲୋକଙ୍କ ମଧ୍ୟରେ ମିଳିମିଶି ଯିବା, ତାଙ୍କର ସ୍ନେହର ସ୍ଵଭାବ ସବୁଠାରୁ ବଡ଼ ଶକ୍ତି ଅଟେ । ମୁଁ ଭାବପ୍ରବଣ ଅନୁଭବ କରୁଛି, ମୁଁ ଅତ୍ୟଧିକ ଭାବପ୍ରବଣ ଅନୁଭବ କରୁଛି । ଭାଇଙ୍କ ବିବାହରେ କଙ୍ଗନା ଗୁଜରାତି ବନ୍ଧନୀ ଲେହେଙ୍ଗା ପୋନ୍ଧିଥିଲେ ଯାହାକୁ ପ୍ରସ୍ତୁତ କରିବାରେ ୧୪ ମାସ ଲାଗିଥିଲା । ଅଭନେତ୍ରୀ ନିଜେ ହିଁ ଏହି କଥା କହିଥିଲେ ।

ଏହା ମଧ୍ୟ ପଢନ୍ତୁ : ରଣବୀରଙ୍କୁ ବିବାହ କରିବା ପୂର୍ବରୁ ଏହି ଲୋକମାନଙ୍କ ସହ ଡେଟ୍ କରିସାରିଛନ୍ତି ଦୀପିକା ପାଦୁକୋନ୍ ! ଜଣଙ୍କ ଠାରୁ ଧୋକ୍କା ମଧ୍ୟ ଖାଇଛନ୍ତି…

Be the first to comment

Leave a Reply

Your email address will not be published.


*