ଅଳିଆ ଆବର୍ଜନରୁ ଖାଦ୍ୟ ଅନ୍ଵେଷଣ କରୁଥିଲେ ଏକ ବେଷ୍ଟ୍ ସୁଟର୍ ! ବ୍ୟାଚମେଟ୍ ଅଫିସର୍ ଚିହ୍ନି……

ଅଳିଆ ଆବର୍ଜନରୁ ଖାଦ୍ୟ ଅନ୍ଵେଷଣ କରୁଥିଲେ ଏକ ବେଷ୍ଟ ସୁଟର୍ ! ବ୍ୟାଚମେଟ୍ ଅଫିସର୍ ଚିହ୍ନିପାରିଲେ ଓ ହୋଇଗଲେ ଭାବୁକ…

ସମୟର ସ୍ରୋତରେ ରାଜାକୁ ମଧ୍ୟ ଦିନେ ରଙ୍କି କରିଦିଏ ଓ ରାଜା ହୋଇ ଆସନରେ ବସିଥିବା ବ୍ୟକ୍ତି ଭିକାରୀଙ୍କ ପରି ଦିନ କାଟିବାକୁ ପଡିଥାଏ, ଏହାକୁ ହିଁ କୁହାଯାଏ ଭାଗ୍ୟର ବିଡମ୍ବନା । ଏପରି ଏକ କାହାଣୀ ଗୁଆଳିୟରରୁ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଜଣେ ଭଲ ପରିବାରର ଯୁବକ, ଯାହାଙ୍କ ପିତା କିମ୍ବା ଭାଇ ପୋଲିସ ଅଫିସର୍, ସ୍ତ୍ରୀ ନ୍ୟାୟିକ ସେବାରେ ଓ ଭଉଣୀ ଦୂତବାସରେ, ଏହା ସହିତ ନିଜେ ମଧ୍ୟ ୧୯୯୯ ବ୍ୟାଚର ପୋଲିସ ଅଫିସର୍, ନିଜର ମାନସିକ ଭାରସାମ୍ୟ ହରାଇ ଗୁଆଲୀୟର ସଡ଼କରେ ଭିକାରୀମାନଙ୍କ ଭଳି ଅଳିଆ ଆବର୍ଜନାରୁ ଖାଦ୍ୟ ଅନ୍ୱେଷଣ କରୁଥିବାର ନଜର ଆସିଛନ୍ତି ।

ଅନ୍ଧକାର ରାତିରେ ପେଟ୍ରୋଲିଂ କାର୍ଯ୍ୟଭାର କରୁଥିବା ତାଙ୍କ ବ୍ୟାଚମେଟ୍ ଅଫିସରଙ୍କୁ, ଖାଦ୍ୟ ଅନ୍ଵେଷଣ କରୁଥିବା ବ୍ୟକ୍ତି ଜଣକ ଯେତେବେଳେ ନାମ ଧରି ସମ୍ବୋଧନ କଲେ ସେତେବେଳେ ଅଫିସର୍ ଜଣକ ଚମକି ଉଠିଲେ ଓ ସେହି ବ୍ୟକ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଯାହା ହେଉ ବ୍ୟକ୍ତି ଜଣକ ନିଜ ବ୍ୟାଚମେଟ୍ ସାଥୀଙ୍କୁ ଚିହ୍ନି ପାରିଲେ । ତାଙ୍କ ଅବସ୍ଥା ଦେଖି ଅଫିସରଙ୍କ ହୃଦୟ ଦୁଃଖ କୋହରେ ଭାରି ଗଲା ଓ ଅଫିସରଙ୍କ ଆଖିରୁ ଲୁହ ଝଋ ଆସିଲା । ନିଜ ବ୍ୟାଚମେଟକୁ ଏକ ଭିକାରୀ ବେଶରେ ଦେଖି ତାକୁ ସଙ୍ଗେ ସଙ୍ଗେ ଏକ ଆଶ୍ରମକୁ ପଠାଇ ତାର ଚିକିତ୍ସା ଆରମ୍ଭ କରିଦେଲେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ, ପୋଲିସର୍ ଜଣେ ବେଷ୍ଟ ସୁଟର୍ ଥିବା ମନୀଷ ମିଶ୍ରା ହଠାତ୍ ଯେଉଁଆଡ଼େ ହଜି ଯାଇଥିଲେ । ରତ୍ନନେଶ ତୋମର, ବିଜୟ ଭଦୋରିୟାଙ୍କ ସହିତ ମନୀଷ ମିଶ୍ରା ମଧ୍ୟ ୧୯୯୯ରେ ମଧ୍ୟପ୍ରଦେଶ ପୋଲିସରେ ଏସ୍.ଆଇ ହୋଇଥିଲେ । ମନୀଷଙ୍କ ପିତା ଓ ଚାଚା ASP ପଦରୁ ଅବସର ନେଇଛନ୍ତି, ଜଣେ ଭାଇ ଟିଆଇ (Texas Instruments) ଅଛନ୍ତି, ସମ୍ପର୍କୀୟ ଭଉଣୀ ଦୂତବାସରେ ପଦସ୍ଥ ଅଛନ୍ତି ଓ ସ୍ତ୍ରୀ ନ୍ୟାୟିକ ସେବାରେ କାର୍ଯ୍ୟରତ ଅଛନ୍ତି ।

ବ୍ୟାଚର ବେଷ୍ଟ ସୁଟର୍ ମଧ୍ୟରୁ ଜଣେ ମନୀଷ ମିଶ୍ରା ୨୦୦୫ ପର୍ଯ୍ୟନ୍ତ ପୋଲିସ ସେବା କରୁଥିଲେ । ଗୁଆଳିୟର ଦତ୍ତିଆରେ କାର୍ଯ୍ୟରତ ସମୟରେ ମାନସିକ ସନ୍ତୁଳନ ହରାଇଥିବା ଯୋଗୁଁ ମନୀଷ ମିଶ୍ରା ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଘରେ ରହିଲେ । ତାଙ୍କ ଚିକିତ୍ସା ପାଇଁ ଯଥାଚିତ ଚେଷ୍ଟା କରାଗଲା କିନ୍ତୁ ହଠାତ ଦିନେ ସେ ଘରୁ ପଳାଇଗଲେ । ବହୁତ ଖୋଜବା ପରେ ମଧ୍ୟ ତାଙ୍କ ବିଷୟରେ କିଛି ଜଣାପଡ଼ିଲା ନାହିଁ । ଏହି ସମୟରେ କିଛି ଆଶା ନପାଇ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡ଼ପତ୍ର ଦେଇଦେଲେ ।

ଏହିଭଳି ପରିସ୍ଥିତିରେ ଗୁଆଲୀୟର କ୍ରାଇମ୍ ବ୍ରାଞ୍ଚର ଡ଼ିଏସପି ରତ୍ନନେଶ ତୋମର ଓ ତାଙ୍କ ସାଥି ଡ଼ିଏସପି ବିଜୟ ଭଦୋରିୟା ୧୦ ନଭେମ୍ବର ରାତିରେ ଡ୍ୟୁଟି ସମୟରେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଭିକାରୀ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଳିଆ ଆବର୍ଜନାରୁ ଖାଦ୍ୟ ଅନ୍ୱେଷଣ କରୁଥିବାର ଦେଖିଥିଲେ । ତାଙ୍କ ଅବସ୍ଥାକୁ ଦେଖି ଅଧିକାରୀମାନେ ଗାଡିଟିକୁ ଅଟକାଇ ତାଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଏକ ଜ୍ୟାକେଟ୍, ଜୋତା ଏବଂ ଖାଦ୍ୟ ଦେଇଥିଲେ । ଖାଦ୍ୟ ଅନ୍ଵେଷଣ କରୁଥିବା ବ୍ୟକ୍ତି ଜଣକ ହଠାତ୍ ସେହି ଅଫିସରଙ୍କୁ ତାର ନାମରେ ସମ୍ବୋଧନ କଲେ, ଯାହା ଶୁଣି ଅଫିସର୍ ଚମକି ପଡ଼ିଲେ । ନାମ ପଚାରିବାରୁ ସେ ଜାଣିପାରିଲେ ଯେ ସେ ତାଙ୍କ ବ୍ୟାଚମେଟ୍ ମନୀଷ ମିଶ୍ରା ଅଟନ୍ତି । ରତ୍ନନେଶ ତୋମର ଗୁରୁବାର ଦିନ ମନୀଷ ମିଶ୍ରାଙ୍କୁ ଆଶ୍ରମ ସ୍ୱର୍ଗ ସେବା ସଦନ ପଠାଇଲେ, ଯେଉଁଠାରେ ମନୀଷଙ୍କ ଦେଖାଶୁଣା ସହିତ ନୂତନ ଭାବେ ତାଙ୍କ ଚିକିତ୍ସାର ପ୍ରାରମ୍ଭ କରାଗଲା ।

Be the first to comment

Leave a Reply

Your email address will not be published.


*