ଚୀନ ସମେତ ୧୫ଟି ଦେଶ ମଧ୍ୟରେ ବିଶ୍ୱର ସର୍ବବୃହତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର ! ଭାରତ ଏହି ଚୁକ୍ତିରେ ସାମିଲ ନୁହେଁ ।

ନୂଆଦିଲ୍ଲୀ ୧୬/୧୧: ଚୀନ୍ ସହିତ ଅନ୍ୟ ୧୪ଟି ଦେଶ ବିଶ୍ୱର ସର୍ବବୃହତ ବାଣିଜ୍ୟ ଦଳ ଗଠନରେ ସହମତ ହୋଇଛନ୍ତି, ଯାହା ଅଧୀନରେ ପ୍ରାୟତଃ ଏକ ତୃତୀୟାଂଶ ଆର୍ଥିକ କାର୍ଯ୍ୟକଳାପ ସାମିଲ ରହିଛି । ଏସିଆରେ ଅନେକ ଦେଶ ଆଶା କରୁଛନ୍ତି ଯେ, ଏହି ଚୁକ୍ତି ଦ୍ଵାରା କରୋନା ମହାମାରୀରେ ହୋଇଥିବା କ୍ଷତିର ଖୁବ୍ ଶୀଘ୍ର କ୍ଷତି ପୂରଣ ହୋଇପାରିବ ।

ସେ କହିଛନ୍ତି ଯେ ଏହି ଚୁକ୍ତିନାମା ସଙ୍କେତ ପ୍ରଦାନ କରୁଛି ଯେ RCEP (ଆଞ୍ଚଳିକ କମ୍ପୋଜିଟ୍ ଇକୋନୋମିକ୍ ପାର୍ଟନରସିପ୍) ଜରିଆରେ ଦେଶମାନେ ଏହି କଷ୍ଟଦାୟକ ସମୟରେ ସଂରକ୍ଷଣବାଦୀ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କ ବଜାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚୁକ୍ତିରେ ୧୦ଟି ASEAN ଦେଶ ବ୍ୟତୀତ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅନ୍ତର୍ଭୁକ୍ତ ।

ଏହି ଚୁକ୍ତିରେ ଭାରତ ଯେତେବେବଳେ ମଧ୍ୟ ଚାହିଁବ ଯୋଗ ଦେଇପାରିବ, ଏଥିନିମନ୍ତେ ଭାରତ ପାଇଁ ଦ୍ଵାରା ଖୋଲା ରଖାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ଚୁକ୍ତିନାମା ଅନୁଯାୟୀ ସାଂପ୍ରତିକ ସ୍ଥିତିରେ ବଜାର ଖୋଲିବା ଜରୁରୀ ଅଟେ । କିନ୍ତୁ ଭାରତ କରୋନାର ଭୟାବହତା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ବଜାର ଖୋଲିବାକୁ ନିଷେଦାଦେଶ ଜାରି କରିଛି ଓ ଏହି ସମ୍ମିଳନୀରୁ ବିଦାୟ ନେଇଛି । ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଦା ସୁଗା କହିଛନ୍ତି ଯେ, ତାଙ୍କ ସରକାର ଚୁକ୍ତିରେ ଭବିଷ୍ୟତରେ ଭାରତର ଫେରିବାର ସମ୍ଭାବନା ସହିତ ମୁକ୍ତ ଏବଂ ନିରପେକ୍ଷ ଆର୍ଥିକ ଅଞ୍ଚଳର ବିସ୍ତାରକୁ ସମର୍ଥନ କରେ ଏବଂ ତାଙ୍କୁ ଏଥିରେ ଅନ୍ୟଦେଶରୁ ମଧ୍ୟ ସମର୍ଥନ ମିଳିବାର ଆଶା ଅଛି ।

ଏହା ମଧ୍ୟ ପଢନ୍ତୁ : ଶାହାରୁଖଙ୍କ ଠାରୁ ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ ଏହି ତାରକାମାନେ ନିଜ ଡ୍ରାଇଭର୍ ଏବଂ ଅଙ୍ଗରକ୍ଷକମାନଙ୍କୁ କୋଟି କୋଟି ଟଙ୍କା ଦରମା ଦିଅନ୍ତି…

Be the first to comment

Leave a Reply

Your email address will not be published.


*