ବିବାହ ପୂର୍ବରୁ ଲିଭ୍ଇନ୍ ରିଲେଶନସିପରେ ରହୁଥିଲେ, ଏହି କପଲ୍ ମାନେ ! ଜଣାନ୍ତୁ କାରଣ….

ବିବାହ ଦୁଇଟି ଆତ୍ମାର ମିଳନ ବୋଲି କୁହାଯାଏ । କିନ୍ତୁ ବେଳେବେଳେ ବୈବାହିକ ଜୀବନରେ ଏକ ଛୋଟ ଭୁଲ୍ ଆପଣଙ୍କ ଜୀବନକୁ ବର୍ବାଦ କରିପାରେ । ଏଥିପାଇଁ ଜଣେ ଉପଯୁକ୍ତ ପାର୍ଟନର ବାଛିବା ନିହାତି ଜରୁରୀ ହୋଇଥାଏ, ଯାହାଦ୍ୱାରା ପରଶ୍ଵର ମଧ୍ୟରେ ଭଲ ସହଯୋଗ ରହିପାରିବ । ଅଧିକାଂଶ ଲୋକ ବିବାହ ପୂର୍ବରୁ ନିଜର ପାର୍ଟନରଙ୍କ ବିଷୟରେ ଠିକ୍ ଭାବରେ କିଛି ଜାଣିପାରନ୍ତି ନାହିଁ । ଏହିପରି ସ୍ଥଳରେ ବିବାହର ପରବର୍ତ୍ତୀ ସମୟରେ ସେମାନଙ୍କର ଝଗଡ଼ା ଏବଂ ପରେ ଛାଡ଼ପତ୍ର ମଧ୍ୟ ହୋଇ ଯାଇଥାଏ ।

ଏହି କାରଣ ଅଟେ ଯେ, ଆଜିକାର ମଡର୍ନ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି; ଯେଉଁମାନେ ଲିଭ୍ଇନ୍ ରିଲେଶନସିପରେ ରହିବାକୁ ପସନ୍ଦ କରନ୍ତି । ଲିଭ୍ଇନରେ ରହିଲେ ଅନେକ କିଛି ଫାଇଦା ମିଳିଥାଏ, ଉଭୟଙ୍କୁ । କିନ୍ତୁ ଲଭ ପାର୍ଟନର ସହିତ କେବେ କେବେ ସାକ୍ଷାତ କରିବା ଦ୍ଵାରା ଆପଣଙ୍କୁ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଭଲ ଭାବରେ ଜଣା ପଡିନଥାଏ । ତେଣୁ ଲିଭ୍ଇନରେ ରହିବା ପରେ ଆପଣ ତାଙ୍କୁ ଖୁବ୍ ଭଲ ଭାବରେ ଜାଣିପାରନ୍ତି । କିଛି ଲୋକ ଲିଭ୍ଇନରେ ଏଥିପାଇଁ ରହିଥାନ୍ତି କାରଣ ତାଙ୍କୁ ବିବାହ ଆଦୋୖ ପସନ୍ଦ ନଥାଏ ।

ବୋଲିଉଡ଼ର ଏହି ସେଲିବ୍ରିଟିମାନେ ମଧ୍ୟ ପ୍ରଥମେ ଲଭ୍ଇନ୍ ରିଲେଶନସିପରେ ରହିଥିଲେ ଏବଂ ପରେ ସେମାନେ ବିବାହ କରି ନିଜର ଭବିଷ୍ୟତ ନିର୍ଦ୍ଧାରିତ କରିଥିଲେ ।

ଅନୁଷ୍କା ଶର୍ମା :-

ବିରୁସ୍କା ନାମରେ ପ୍ରସିଦ୍ଧ ଅନୁଷ୍କା ଏବଂ ବିରାଟ ଅନେକ ଲୋକଙ୍କ ଖୁବ୍ ପସନ୍ଦୀୟ ଅଟନ୍ତି । ଦୁହେଁ ୨୦୧୭ରେ ଇଟାଲୀରେ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହେଁ ଲିଭ୍ଇନରେ ରହି ପରସ୍ପର ବିଷୟରେ ଭଲ ଭାବରେ ଜାଣିବାକୁ ଚାହୁଁଥିଲେ । ଏଥିପାଇଁ ସେମାନେ ଏପରି କରିଥିଲେ ।

ସୈଫ ଅଲ୍ଲି ଖାନ୍ ଓ କରୀନା କପୂର :-

ସୈଫୀ ୨୦୧୨ରେ ବିବାହ କରିଥିଲେ । ଏହା ସୈଫଙ୍କର ଦ୍ୱିତୀୟ ବିବାହ ଅଟେ । ସୈଫ ପୂର୍ବରୁ ଛାଡ଼ପତ୍ର ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେଣୁ ସେ ଏଥର କରୀନାଙ୍କୁ ବିବାହ କରିବା ପୂର୍ବରୁ ଲିଭ୍ଇନରେ ରହି ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ ।

ରଣବୀର କପୂର ଓ କେଟ୍ରିନା କୈଫ :-

ଦୀପିକାଙ୍କ ସହିତ ରଣବୀରଙ୍କ ବ୍ରେକ୍ଅପ୍ ପରେ ରଣବୀର କେଟ୍ରିନାଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ସମ୍ପର୍କ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଅନେକ ସମୟ ପର୍ଯ୍ୟନ୍ତ ଦୁହେଁ ଲିଭ୍ଇନରେ ରହିଥିଲେ କିନ୍ତୁ ପରେ ଦୁହିଁଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା । ବର୍ତ୍ତମାନ ରଣବୀରଙ୍କ ନାମକୁ ଆଲିୟା ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି ।

ଅନୁରାଗ କଶ୍ୟପ ଓ କଳ୍କୀ କୋଚଲିନ :-

ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବୋଲିଉଡ଼ ଅଭିନେତ୍ରୀ କଳ୍କୀ କୋଚଲୀନଙ୍କ ସହିତ ୪ ବର୍ଷ ଲିଭ୍ଇନ୍ ରିଲେଶନସିପରେ ରହିଥିଲେ । ପରସ୍ପରକୁ ଭଲ ଭାବରେ ଜାଣିବା ପରେ ଦୁହେଁ ୨୦୧୧ରେ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା । କିନ୍ତୁ ଦୁହିଁଙ୍କର ଛାଡ଼ପତ୍ର ହେବାର କାରଣ ଏବେ ସୁଦ୍ଧା କାହାରିକୁ ଜଣାନାହିଁ ।

Be the first to comment

Leave a Reply

Your email address will not be published.


*