ଦୀପାବଳି ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ଼ ଝଟକା ! ଏହି ପ୍ରସିଦ୍ଧ ଅଭିନେତାଙ୍କର ହେଲା ମୃତ୍ୟୁ…

ଦୀପାବଳିର ଏହି ପବିତ୍ର ଉତ୍ସବରେ ସାରା ଦେଶର ଲୋକମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା କିନ୍ତୁ ଅନ୍ୟପଟେ ଏକ ଦୁଃଖଦ ଖବର ମଧ୍ୟ ସମ୍ମୁଖକୁ ଆସିଛି । ଯାହା ଚଳଚ୍ଚିତ୍ର ଜଗତକୁ ଏକ ବଡ଼ ଝଟକା ଦେଇଛି । ବାସ୍ତବରେ ଦୀପାବଳି ଦିନ ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀ (Soumitra Chatterjee) ଚିର ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏହି କାରଣରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଦେହାନ୍ତ ସମୟରେ ଅଭିନେତା ସୋମିତ୍ର ଚାଟାର୍ଜୀଙ୍କ ବୟସ ୮୫ ବର୍ଷ ହୋଇଥିଲା ।

ସୂଚନାନୁସାରେ, ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାର ଉଦ୍ୟମ ଜାରି ରଖିଥିଲେ, କିନ୍ତୁ ଭଗବାନ ହୁଏତ ଅନ୍ୟ କିଛି ଇଚ୍ଛା ଥିଲା । ତାଙ୍କ ଅବସ୍ଥା ମଧ୍ୟ ପୂର୍ବ ଅପେକ୍ଷା ଖରାପ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଅଭିନେତାଙ୍କୁ ଡାକ୍ତରମାନେ “life support system”ରେ ରଖି ଚିକିତ୍ସା କରୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଦୀପାବଳିର ପରଦିନ ଅର୍ଥାତ୍ ନଭେମ୍ବର ୧୫ ଅପରାହ୍ନରେ ୧୨:୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା ।

ବର୍ତ୍ତମାନ, ସୌମିତ୍ର ଚାଟାର୍ଜୀଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ପ୍ରଶଂସକ ଅଭିନେତା (ସୌମିତ୍ର)ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବାସ୍ତବରେ ଅଭିନେତା ସୋମିତ୍ର ଚାଟାର୍ଜୀ ୬ ଅକ୍ଟୋବରରେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଏହା ପରେ ହିଁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଅଭିନେତା ସୌମିତ୍ରଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । କିନ୍ତୁ କୋଭିଡ୍ ଏନ୍ସେଫାଲୋପଥ୍ୟି (Covid encephalopathy) କାରଣରୁ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯାଇଥିଲା ।

ଅବସ୍ଥା ଆହୁରି ଖରାପ ହେବା ପରେ ସୌମିତ୍ର ଚାଟାର୍ଜୀଙ୍କୁ ଗତ ୪୦ ଦିନ ଧରି ସ୍ନାୟୁବିଜ୍ଞାନ, ନେଫ୍ରୋଲୋଜି, କାର୍ଡିଓଲୋଜି, Critical Care ମେଡିସିନ୍ ବିଶେଷଜ୍ଞ ଦଳ ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏସବୁ ଚେଷ୍ଟା ପରିଶେଷରେ ବିଫଳ ହୋଇଥିଲା ।

ଆପଣଙ୍କୁ ଅବଗତ କରାଇଦେଉଛୁ ଯେ, ସୋମିତ୍ର ଚାଟାର୍ଜୀ ବଙ୍ଗଳା ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ୧୯୫୯ ମସିହାରେ ‘ଅପୁର ସଂସାର’ ଚଳଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆକୁ ଡେବ୍ୟୁ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଅଭିନେତା ସୋମିତ୍ର, ଓସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହ ୧୪ଟି ଚଳଚ୍ଚିତ୍ରରେ କାମ କରିଥିଲେ । ସୋମିତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା ଯିଏକି ଫ୍ରାନ୍ସର ସବୁଠାରୁ ବଡ ଆୱାର୍ଡ Ordre des Arts et des Lettres ପୁରସ୍କାର ହାସଲ କରିଥିଲେ । କେବଳ ଏତିକି ନୁହେଁ, ସୋମିତ୍ରଙ୍କୁ “ଦାଦାସାହେବ ଫାଲ୍କେ” ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କୁ ୩ ଥର “ଜାତୀୟ ପୁରସ୍କାର” ମଧ୍ୟ ଦିଆଯାଇଥିଲା । ଏପରିକି ଅଭିନେତା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଠାରୁ ଆରମ୍ଭ କରି ୭ଟି “ଫିଲ୍ମଫେୟାର” ପୁରସ୍କାର ସହିତ “ପଦ୍ମ ଭୂଷଣ” ପୁରସ୍କାର ଦ୍ଵାରା ପୁରସ୍କୃତ କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*