ଶାହାରୁଖଙ୍କ ଠାରୁ ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ ଏହି ତାରକାମାନେ ନିଜ ଡ୍ରାଇଭର୍ ଏବଂ ଅଙ୍ଗରକ୍ଷକମାନଙ୍କୁ କୋଟି କୋଟି ଟଙ୍କା ଦରମା ଦିଅନ୍ତି…

ବଲିଉଡ ତାରକା ଶାହାରୁଖ ଖାନ ନିଜ ବଡିଗାର୍ଡ ରବି ସିଂଙ୍କୁ ସର୍ବାଧିକ ୨.୫ କୋଟି ଟଙ୍କା ବାର୍ଷିକ ଦରମା ଦେଇଥାନ୍ତି । ଅପର ପକ୍ଷରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ଡ୍ରାଇଭରକୁ ବାର୍ଷିକ ପ୍ରାୟ ୨.୪ କୋଟି ଟଙ୍କା ବେତନ ପ୍ରଦାନ କରିଥାନ୍ତି । ଶାହାରୁଖ ଏବଂ ଅମ୍ବାନୀଙ୍କ ବ୍ୟତୀତ ଏହିପରି ଅନେକ ବଲିଉଡ କଳାକାର ଅଛନ୍ତି, ଯେଉଁମାନେ ନିଜ ଡ୍ରାଇଭର୍ ଏବଂ ବଡ଼ିଗାର୍ଡ ମାନଙ୍କୁ କୋଟି କୋଟି ଟଙ୍କା ଦରମା ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ତାରକାମାନେ ସେମାନଙ୍କ ଡ୍ରାଇଭର୍ ଏବଂ ବଡ଼ିଗାର୍ଡ ମାନଙ୍କୁ କେତେ ଟଙ୍କା ବେତନ ଦେଇଥାନ୍ତି :

୧. ଶାହାରୁଖ ଖାନ୍ :

ବଲିଉଡ ତାରକା ଶାହାରୁଖ ଖାନଙ୍କ ବଡ଼ିଗାର୍ଡ ରବି ସିଂଙ୍କୁ ସର୍ବାଧିକ ବେତନ ମିଳିଥାଏ । କିଙ୍ଗ ଖାନ୍ ତାଙ୍କ ବଡ଼ିଗାର୍ଡ ରବି ସିଂଙ୍କୁ ବାର୍ଷିକ ୨.୫ କୋଟି ଟଙ୍କା ବେତନ ଦିଅନ୍ତି ।

୨. ମୁକେଶ ଅମ୍ବାନୀ :

ମୁକେଶ ଅମ୍ବାନୀ ତାଙ୍କ ଡ୍ରାଇଭର୍ ମାନଙ୍କୁ ମାସିକ ପ୍ରାୟ ୨ ଲକ୍ଷ ଟଙ୍କା ଅର୍ଥାତ ବାର୍ଷିକ ୨.୪ କୋଟି ଟଙ୍କା ପ୍ରଦାନ କରନ୍ତି । ରହିବା ଏବଂ ଖାଦ୍ୟ ସୁବିଧା ବ୍ୟତୀତ ଅମ୍ବାନୀ ତାଙ୍କ କର୍ମଚାରୀମାନଙ୍କୁ ବୀମା ଏବଂ ଶିକ୍ଷା ଭତ୍ତା ମଧ୍ୟ ପ୍ରଦାନ କରିଥାନ୍ତି ।

୩. ସଲମାନ ଖାନ :

ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା ବାର୍ଷିକ ପ୍ରାୟ ୨ କୋଟି ଟଙ୍କା ଦରମା ନେଇଥାଏ । ସେ କେବଳ ସଲମାନଙ୍କ ଅଙ୍ଗରକ୍ଷକ ନୁହଁନ୍ତି ବରଂ ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଅଟନ୍ତି । ଶେରା ୨୦ ବର୍ଷ ଧରି ସଲମାନଙ୍କ ସହିତ ଅଛନ୍ତି ।

୪. ଅମୀର ଖାନ :

ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଅମୀର ଖାନ୍ ମଧ୍ୟ ନିଜ ଅଙ୍ଗରକ୍ଷକ ଯୁବରାଜ ଘୋରପଡେଙ୍କୁ ବାର୍ଷିକ ପ୍ରାୟ ୨ କୋଟି ବେତନ ଦେଇଥାନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦେଇଥାନ୍ତି ।

୫. ଅମିତାଭ ବଚ୍ଚନ :

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଅଙ୍ଗରକ୍ଷକ ଜିତେନ୍ଦ୍ର ସିନ୍ଦେଙ୍କୁ ବାର୍ଷିକ ୧.୫ କୋଟି ଟଙ୍କା ବେତନ ପ୍ରଦାନ କରନ୍ତି । ଜିତେନ୍ଦ୍ର ଗତ କିଛି ବର୍ଷ ଧରି ବିଗ୍-ବିଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ।

୬. ଅକ୍ଷୟ କୁମାର :

ବଲିଉଡର ଫିଟ ଅଭିନେତା ମାନଙ୍କ ଠାରୁ ଅନ୍ୟତମ ଅକ୍ଷୟ କୁମାର ତାଙ୍କ ଅଙ୍ଗରକ୍ଷକ ଶ୍ରେୟସଙ୍କୁ ବାର୍ଷିକ ୧.୨ କୋଟି ଟଙ୍କା ଦରମା ପ୍ରଦାନ କରିଥାନ୍ତି । ଶ୍ରେୟସଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ ।

୭. ଦୀପିକା ପାଦୁକୋଣ :

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ତାଙ୍କ ଅଙ୍ଗରକ୍ଷଙ୍କ ଜଲାଲଙ୍କୁ ବାର୍ଷିକ ପ୍ରାୟ ୮୦ ଲକ୍ଷ ଟଙ୍କା ବେତନ ଦେଇଥାନ୍ତି । ଦୀପିକା ତାଙ୍କ ଅଙ୍ଗରକ୍ଷକ ଜଲାଲଙ୍କୁ ତାଙ୍କ ଭାଇ ଭାବରେ ବିବେଚନା କରିଥାନ୍ତି ଏବଂ ପ୍ରତିବର୍ଷ ଦୀପିକା ଜଲାଲଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ।

୮. ସୈଫ ଏବଂ କରିନା :

ସୈଫ ଅଲ୍ଲି ଖାନ୍ ଏବଂ କରିନା କପୁରଙ୍କ ପୁଅ ତୈମୁରର ଆୟା ସାବିତ୍ରୀ ମାସିକ ୧.୫୦ ଲକ୍ଷ ଟଙ୍କା ବେତନ ନେଇଥାନ୍ତି । ଅଧିକ ସମୟ କାର୍ଯ୍ୟ କରିଲେ, ମାସକୁ ୧.୭୫ ଲକ୍ଷ ଟଙ୍କା ଦରମା ଦିଆଯାଇଥାଏ ।

Be the first to comment

Leave a Reply

Your email address will not be published.


*