ଭ୍ରମଣ ନିମନ୍ତେ ସର୍ବସାଧାରଣ ବିମାନ ପରିବର୍ତ୍ତେ ନିଜର ବ୍ୟକ୍ତିଗତ ବିମାନ ବ୍ୟବହାର କରନ୍ତି ଏହି ୫ଜଣ କଳାକାର !

ବଲିଉଡ ତାରକାମାନେ ସର୍ବଦା ନିଜ ନିଜର ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ବେଶ୍ ଜଣାଶୁଣା ଅଟନ୍ତି । ଚଳଚ୍ଚିତ୍ରଗୁଡିକରେ କାମ କରି ସେମାନେ ବହୁତ ଟଙ୍କା ରୋଜଗାର କରିଥାନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଥାଏ । ଏହିପରି ପରିସ୍ଥିତିରେ, ଏହି ଟଙ୍କାକୁ ସେମାନେ ନିଜର ବ୍ୟକ୍ତିଗତ ଆଶା-ଆକାଂକ୍ଷା ପୂରଣ କରିବାରେ ବ୍ୟବହାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହିପରି ହିଁ କିଛି ଚଳଚ୍ଚିତ୍ର କଳାକାର ମାନଙ୍କ ସହିତ ପରିଚିତ କରାଇବାକୁ ଯାଉଛୁ, ଯେଉଁମାନଙ୍କ ପାଖରେ ନିଜର ବ୍ୟକ୍ତିଗତ ଜେଟ୍ ବିମାନ ରହିଛି । ପ୍ରାୟତଃ ଭ୍ରମଣ ସମୟରେ ସେମାନେ ଏସବୁର ବ୍ୟବହାର କରିଥାନ୍ତି ।

ପ୍ରିୟଙ୍କା ଚୋପଡ଼ା :

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ବଲିଉଡରୁ ଆରମ୍ଭ କରି ହଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି । ବର୍ତ୍ତମାନ ସମୟରେ ସେ ତାଙ୍କ ସ୍ୱାମୀ ନିକ୍ ଜୋନାସଙ୍କ ସହିତ ଆମେରିକାରେ ରହୁଛନ୍ତି । ଏହିପରି ସ୍ଥଳରେ ଭାରତରୁ ଆମେରିକାକୁ ଯିବା ଆସିବା କରିବା ପାଇଁ ତାଙ୍କ ପାଖରେ ନିଜର ଗୋଟିଏ ବ୍ୟକ୍ତିଗତ ବିମାନ ରହିଛି । ଯେତେବେଳେ ମଧ୍ୟ ତାଙ୍କର ସମୟ ମିଳେ, ସେତେବେଳେ ସେ ଏଥିରେ ଯାତ୍ରା କରିଥାନ୍ତି ।

ଅକ୍ଷୟ କୁମାର :

ବଲିଉଡର ଆକ୍ସନ ଖେଳାଳୀ ଅକ୍ଷୟ କୁମାରଙ୍କ ପାଖରେ ମଧ୍ୟ ନିଜର ବ୍ୟକ୍ତିଗତ ଜେଟ୍ ରହିଛି । ସେ ବାର୍ଷକୁ ଚାରି କିମ୍ବା ପାଞ୍ଚଟି ଚଳଚ୍ଚିତ୍ର କରି ବହୁତ ଟଙ୍କା ରୋଜଗାର କରିଥାନ୍ତି । ତେଣୁ ଜେଟ୍ କିଣିବା ତାଙ୍କ ପାଇଁ ଏକ ସାଧାରଣ କଥା ଅଟେ । ସେ ଯେତେବେଳେ ନିଜ ପରିବାର ସହିତ ଛୁଟି କଟାଇବାକୁ ଯାଇଥାନ୍ତି, ଏହି ଜେଟର ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ମଧ୍ୟ ସେ ଏହାକୁ ବ୍ୟବହାର କରିଥାନ୍ତି ।

ଅଜୟ ଦେବଗନ :

ବଲିଉଡରେ ଅଭିନୟ କରି ନିଜ ଆଖି ଦ୍ୱାରା ସମସ୍ତଙ୍କ ମନ ମୋହିତ କରୁଥିବା ଅଜୟ ଦେବଗନଙ୍କ ପାଖରେ ଛଅଟି ସିଟ୍ ବିଶିଷ୍ଟ ଏକ ଏୟାରକ୍ରାଫ୍ଟ ହାକର ୮୦୦ ରହିଛି । ସେ ଏଥିରେ ବୁଲିବାକୁ ବହୁତ ଭଲ ପାଆନ୍ତି । ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ ଯେ, ଅଜୟ ଦେବଗନ ଦାମୀ ଗାଡ଼ିରେ ଚଢିବାକୁ ବହୁତ ଭଲ ପାଆନ୍ତି । ତାଙ୍କ ପାଖରେ ମସେରାତୀ କ୍ୱାଟ୍ରୋପୋର୍ଟ, ବିଏମଡବ୍ଲୁ ଜେଡ଼-4 ଏବଂ ଅଡି-ଏ5 ସ୍ପୋର୍ଟଵୈକ ସହିତ ଅନେକ ବିଲାସମୟ କାର୍ ରହିଛି । ସେ ନିଜର ଏହି ବ୍ୟକ୍ତିଗତ ଜେଟରେ ଛୁଟି କଟାଇବା ଏବଂ ଚଳଚ୍ଚିତ୍ର ପ୍ରମୋସନ କରିବାକୁ ଯାଇଥାନ୍ତି ।

ଅମିତାଭ ବଚ୍ଚନ :

ବଲିଉଡର ମହାନାୟକ ଯେତେବେଳେ ମଧ୍ୟ ବିଦେଶରେ ଛୁଟି ଅତିବାହିତ କରିବାକୁ ଯାଆନ୍ତି ସେତେବେଳେ ସେ ତାଙ୍କ ବ୍ୟକ୍ତିଗତ ଜେଟର ବ୍ୟବହାର କରିଥାନ୍ତି । ଏହି ଫୋଟୋକୁ ସେ ନିଜେ ହିଁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଶାହାରୁଖ ଖାନ :

ବଲିଉଡର ରାଜା କୁହାଯାଉଥିବା ଶାହାରୁଖ ଖାନ ମଧ୍ୟ ନିଜ ପାଇଁ ଗୋଟିଏ ଘରୋଇ ବିମାନ କିଣିଛନ୍ତି । ଏଥିରେ ବସି ସେ ବିଦେଶ ପରିଭ୍ରମଣ କରିଛନ୍ତି । ନିକଟ ଅତୀତରେ ହିଁ ସେ ନିଜର ଜନ୍ମଦିନ ପାଳନ କରି ଦୁବାଇରୁ ଫେରିଥିଲେ । ଶାହରୁଖ୍ ୨୦୧୬ ମସିହାରେ ଗୋଟିଏ ସାକ୍ଷାତକାରରେ ଥଟ୍ଟାରେ କହିଥିଲେ, ମୁଁ ମୋ ପାଇଁ ଗୋଟିଏ ବିମାନ କିଣିବାକୁ ଚାହୁଁଛି କିନ୍ତୁ ମୋ ପାଖରେ ଟଙ୍କା ନାହିଁ ।

ଆଶା କରୁଅଛୁ ଯେ, ଏହି ସୂଚନା ଆପଣଙ୍କୁ ବହୁତ ପସନ୍ଦ ଆସିଥିବ । ଆପଣ ମଧ୍ୟ କଣ ନିଜ ପାଇଁ ବ୍ୟକ୍ତିଗତ ଜେଟ୍ କିଣିବାକୁ ଚିନ୍ତା କରୁଛନ୍ତି କି ?

Be the first to comment

Leave a Reply

Your email address will not be published.


*