ଆଜି ଘଟୁଅଛି ଏକ ଅଦ୍ଭୁତ ସଂଯୋଗ : ଏହି ୫ଟି ରାଶିର ଭାଗ୍ୟ ପରିବର୍ତ୍ତନ ଆସିବ….

ହିନ୍ଦୁଧର୍ମର ପର୍ବପର୍ବାଣୀ ଗୁଡିକ ମଧ୍ୟରୁ ଦୀପାବଳି ଅନ୍ୟତମ ଓ ସମସ୍ତେ ଦୀପବଳୀର ଏହି ପର୍ବକୁ ଅତି ଧୂମଧାମରେ ପାଳନ କରୁଛନ୍ତି । ପ୍ରାୟତଃ ସମସ୍ତେ ରଙ୍ଗ ବିରଙ୍ଗ ଫୁଲ ସହ ଲାଇଟର ଆଲୋକରେ ଘରକୁ ସୌନ୍ଦର୍ଯ୍ୟ କରିଛିନ୍ତି ଓ ଏହି ଏହି ପବରକୁ ଅତି ଧୂମଧାମ ସହ ପାଳନ କରୁଛନ୍ତି । ଏହି ଦୀପାବଳି ପର୍ବରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଏକ ଅଦ୍ଭୁତ ସଂଯୋଗ ଘଟୁଛି, ଯାହାର ପ୍ରଭାବରେ ନିମ୍ନରେ ପ୍ରଦତ୍ତ ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ । ଏହି ଅବସରରେ ଦୀପାବଳି ଦିନ ମଙ୍ଗଳ ଗ୍ରହର ସ୍ଥିତି ମଧ୍ୟ ପରିବର୍ତ୍ତନ ହେବ । ୧୪ ନଭେମ୍ବର ଦିନ ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବ । ତେବେ ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ମୀନ ରାଶିରେ ପ୍ରବେଶ ହେବା ଦ୍ୱାରା କେଉଁ ପ୍ରଭାବ ପଡ଼ିବାକୁ ଯାଉଛି ।

ବାସ୍ତବରେ ମଙ୍ଗଳ ଗ୍ରହ ଯେତେବେଳେ ମୀନ ରାଶିରେ ପ୍ରବେଶ କରିବ, ସେତେବେଳେ ଆର୍ଥିକ ପକ୍ଷ ଦୃଢ଼ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମୀନ ରାଶିର ସ୍ୱାମୀ ବୃହସ୍ପତି ଅଟନ୍ତି । ଏଥିସହିତ ମଙ୍ଗଳ ଏବଂ ବୃହସ୍ପତିଙ୍କର ଘନିଷ୍ଠ ମିତ୍ରତା ରହିଥିବାର ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ମଙ୍ଗଳ ଗ୍ରହର ନିଜ ମିତ୍ର ଗ୍ରହର ରାଶିରେ ପ୍ରବେଶ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ । ମଙ୍ଗଳର ଏହି ପରିବର୍ତ୍ତନ କ୍ୟାରିଅର ଏବଂ ଆର୍ଥିକ ଅଭିବୃଦ୍ଧିର ସୂଚନା ଦେଇଥାଏ । ଏହି ପରିବର୍ତ୍ତନ ଦ୍ୱାରା ଅନେକ ରାଶିର ଭାଗ୍ୟ ପରିବର୍ତ୍ତନ ହୋଇପାରେ । ନିମ୍ନରେ ପ୍ରଦତ୍ତ ଏହି ୫ଟି ରାଶି ବିଶେଷ ଲାଭ ହୋଇପାରେ ।

ବୃଷ ରାଶି :-

ମଙ୍ଗଳ ଗ୍ରହର ପ୍ରଭାବ ଯୋଗୁଁ ବୃଷ ରାଶି ସମ୍ପନ୍ନ ବ୍ୟକ୍ତିଙ୍କୁ ଅତ୍ୟାଧିକ ଲାଭ ହୋଇପାରେ । ଏହି ରାଶିର ବ୍ୟକ୍ତିମାନଙ୍କୁ ସମାଜରେ, କର୍ମକ୍ଷେତ୍ରରେ ଓ ଅଫିସରେ ଯଥେଷ୍ଟ ସମ୍ମାନ ମିଳିବ ଏବଂ ଅଫିସର କତୃପକ୍ଷଙ୍କ ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇପାରେ । ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ଦୀପାବଳିରେ ଯେଉଁ ସଂଯୋଗ ଘଟିଛି ଏହାଦ୍ବାରା ଆପଣଙ୍କ ଦୀର୍ଘ ଦିନର ଆଶା ଫଳବର୍ତ୍ତୀ ହୋଇପାରିବ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ କ୍ୟାରିଅରରେ ସଫଳତାର ରାସ୍ତା ଖୋଲିବ । ମଙ୍ଗଳରେ ରାଶି ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ ।

କର୍କଟ ରାଶି :-

ମଙ୍ଗଳ ଗ୍ରହରେ ମୀନ ରାଶିରେ ପ୍ରବେଶ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ସାବ୍ୟସ୍ତ ହେବାକୁ ଯାଉଛି । ଯଦି ବ୍ୟବସାୟିକ କ୍ଷେତ୍ରରେ ଜଡିତ ଅଛନ୍ତି, ତେବେ ମଙ୍ଗଳ ଗ୍ରହର ପ୍ରଭାବରେ ଆପଣ ଅତ୍ୟନ୍ତ ଲାଭଦାୟକ ହେବ । ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଭଲ କାରବାର ମିଳିପାରେ । ଏହା ବ୍ୟତୀତ ଯେଉଁ ଛାତ୍ରମାନେ ଉଚ୍ଚ ଶିକ୍ଷାରେ ପ୍ରବେଶ କରିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ବାଧା ସହ୍ୟ କରିବାକୁ ପଡୁଛି, ତାହା ଦୂର ହେବ ।

ତୁଳା ରାଶି :-

ତୁଳା ରାଶିର ଜାତକ ପାଇଁ ମଧ୍ୟ ମଙ୍ଗଳ ଗ୍ରହର ଅତ୍ୟନ୍ତ ଶୁଭ ଫଳାଫଳ ନେଇ ଆସୁଛି । ଏହି ସମୟ ମଧ୍ୟରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବେ ଏବଂ ଆପଣଙ୍କ ମଧ୍ୟରେ ଶହନଶୀଳତା ଗୁଣ ପୂର୍ବ ଅପେକ୍ଷା ଅଧିକ ରହିବ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ ଏବଂ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ମ୍ୟାନେଜମେଣ୍ଟ ସହ ଜଡିତ ଲୋକଙ୍କ ପାଇଁ ମଧ୍ୟ ଏହି ପରିବର୍ତ୍ତନ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ । ତେବେ ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଧନୁ ରାଶି :-

Google

ମଙ୍ଗଳର ନିଜ ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଧନୁ ରାଶିର ସମ୍ପନ୍ନ ବ୍ୟକ୍ତିଙ୍କ ଜାତକ ପାଇଁ ଶୁଭ ଫଳାଫଳ ନେଇ ଆସିଛି । ଯଦି ଆପଣ ଦୀର୍ଘ ସମୟ ଧରି ଘର କିମ୍ବା ଜମି କିଣିବାର ଭାବୁଛନ୍ତି, ତେବେ ଆପଣଙ୍କର ଏହି ଇଚ୍ଛା ଦୀପାବଳି ଅବସରରେ ପୂର୍ଣ୍ଣ ହେବ । ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହ ଜଡିତ ହୋଇଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କ କୌଣସି ବଡ଼ ଚୁକ୍ତି ଏହି ଅବସରରେ ଶେଷ ନିଷ୍ପତ୍ତି ନେଇପାରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଯଦି ଆପଣ ସହଭାଗିତାରେ ବ୍ୟବସାୟ କରୁଛନ୍ତି, ତେବେ ସହଭାଗୀଙ୍କ ସହ ମତଭେଦ ହୋଇପାରେ ।

ମକର ରାଶି :-

ଦୀପାବଳୀର ଶୁଭ ଅବସରରେ ମଙ୍ଗଳର ମୀନ ରାଶିରେ ପ୍ରବେଶ କରିବା ଶୁଭ ଫଳଦାୟକ ଅଟେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଙ୍ଗଳକୁ କ୍ରୋଧି ଗ୍ରହ ଭାବରେ ବିବେଚନା କରାଯାଏ । ମଙ୍ଗଳର ମୀନ ରାଶିରେ ପ୍ରବେଶ କରିବା ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ସାହସ ଏବଂ ବୀରତ୍ୱର ମନୋଭାବନା ସୃଷ୍ଟି ହେବ । ଏହା ବ୍ୟତୀତ ଏହି ରାଶିର ଲୋକମାନଙ୍କର ବୁଦ୍ଧି ଓ କୌଶଳ ମାଧ୍ୟମରେ ନିଜ କାର୍ଯ୍ୟକୁ ସହଜରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ ପକ୍ଷ ମଧ୍ୟ ମଜବୁତ ରହିବ । ପାରିବାରିକ ମନ ମତାନ୍ତର ଦୂର ହେବ ଏବଂ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଦୃଢ଼ ରହିବ । ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ ।

Be the first to comment

Leave a Reply

Your email address will not be published.


*