ଆଜି ଏହି ୭ଟି ଜିନିଷ ମଧ୍ୟରୁ କୌଣସି ବି ଜିନିଷ କାହାକୁ ଦାନ ବା ଉପହାରରେ ପ୍ରଦାନ କରନ୍ତୁ ନାହିଁ, ଯଦି ଏହିଭଳି କରନ୍ତି

ଆଜି ଏହି ୭ଟି ଜିନିଷ ମଧ୍ୟରୁ କୌଣସି ବି ଜିନିଷ କାହାକୁ ଦାନ ବା ଉପହାରରେ ପ୍ରଦାନ କରନ୍ତୁ ନାହିଁ, ଯଦି ଏହିଭଳି କରନ୍ତି ତେବେ ବର୍ଷ ତମାମ ଆପଣ ଦରିଦ୍ରତାର ଶିକାର ହେବେ ।

ମା’ ଲଷ୍ମୀଙ୍କ ପ୍ରିୟ ପର୍ବ ଦୀପାବଳି, ଯାହା ଆଜି ସମଗ୍ର ଦେଶରେ ପାଳନ କରାଯାଉଛି । ଏପରିସ୍ଥିତିରେ ସମସ୍ତେ ଏହାର କାମରେ ଲାଗିଛନ୍ତି । କିଛି ଲୋକ ଦୀପାବଳି ଦିନ ନିଜ ପ୍ରିୟଜନମାନଙ୍କୁ ଉପହାର ଦେଇଥାନ୍ତି । ଦୀପାବଳି ଦିନ ଅନ୍ୟମାନଙ୍କୁ ଉପହାର ଦେବା ଓ ଦାନ ଦେବାକୁ ଶୁଭ ବୋଲି କୁହାଯାଏ କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହା ଅନ୍ୟମାନଙ୍କୁ ଦେବା ଉଚିତ୍ ନୁହେଁ । ଦୀପାବଳି ଦିନ ଘରର ଯଦି କିଛି ଖାସ୍ ଜିନିଷ ଅନ୍ୟମାନଙ୍କୁ ଦିଆଯାଏ, ତେବେ ଏହା ବହୁତ ଅଶୁଭ ହୋଇଥାଏ ଏବଂ ଏହି କାରଣରୁ ମାଆ ଲକ୍ଷ୍ମୀ ମଧ୍ୟ କ୍ରୋଧ ପ୍ରକାଶ କରିଥାନ୍ତି, ଯାହାଫଳରେ ଘରେ ଦରିଦ୍ରତା ଦେଖାଦେଇଥାଏ । ତେଣୁ ଦୀପାବଳି ଦିନ ଭୁଲରେ ମଧ୍ୟ ଏହି ୭ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ । ନଚେତ୍ ଆପଣଙ୍କ ଘରେ ଟଙ୍କାର ବୃଦ୍ଧି ହୋଇନଥାଏ ଓ ଘରେ ଦରିଦ୍ରତା ଦିନକୁ ଦିନ ବଢିବାରେ ଲାଗିଥାଏ ।

୧) ଷ୍ଟିଲ୍ :-

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଷ୍ଟିଲ୍ ବା ଲୁହ ନିର୍ମିତ ଜିନିଷ କିଛି ନା କିଛି ରହିଛି । ଯଦି ଘର ସଫସୁତର କରନ୍ତି, ତେବେ ଦୀପାବଳି ପୂର୍ବରୁ ଏହିସବୁ ଧାତୁ ନିର୍ମିତ ବସ୍ତୁକୁ ବାହାର କରିଦିଅନ୍ତୁ । କିନ୍ତୁ ମନେ ରଖନ୍ତୁ, ଦୀପାବଳି ଦିନ ଷ୍ଟିଲ୍ ବା ଲୁହାରେ ତିଆରି କୌଣସି ବସ୍ତୁକୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ ।

୨) କପଡ଼ା :-

ଦୀପାବଳି ଦିନ ଅନେକ ଲୋକ ନିଜ ଲୋକଙ୍କୁ ଉପହାରରେ କପଡ଼ା ଦେଇଥାନ୍ତି କିନ୍ତୁ କପଡ଼ା ଦେବା ସମୟରେ ଗୋଟିଏ କଥା ଧ୍ୟାନ ରଖିନ୍ତୁ, ସିଲ୍କ କପଡା ବାହାରି ଲୋକଙ୍କୁ ପ୍ରଦାନ କରନ୍ତୁ ନାହିଁ । ସିଲ୍କର କପଡ଼ା ଦୀପାବଳି ଦିନ କାହାକୁ ଦେବା ଦ୍ୱାରା ପରିବାରର ପାଇଁ ଅଶୁଭ ହୋଇଥାଏ ।

୩) ଗଣେଶ ଓ ମାଆ ଲଷ୍ମୀଙ୍କ ମୂର୍ତ୍ତି :-

ଦୀପାବଳି ଦିନ ଏହି ଦୁଇ ଦେବାଦେବୀଙ୍କର ବିଶେଷ ମହତ୍ତ୍ୱ ରହିଛି । ଏମିତିରେ ଆପଣ ଯଦି କାହାକୁ ଉପହାରରେ ପ୍ରଭୁ ଗଣେଶ କିମ୍ବା ମାଆ ଲଷ୍ମୀଙ୍କ ମୂର୍ତ୍ତି ଦିଅନ୍ତି, ତେବେ ମାଆ ଲଷ୍ମୀ ଆପଣଙ୍କ ଘରରୁ ସେହି ବ୍ୟକ୍ତିଙ୍କ ଘରକୁ ଚାଲିଯିବେ । ତେଣୁ ଉପହାରରେ ପ୍ରଭୁ ଗଣେଶ କିମ୍ବା ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି କାହାରୀକୁ ଦିଅନ୍ତୁ ନାହିଁ ।

୪) ସୁନା ଓ ରୁପା :-

ଦୀପାବଳି ଦିନ ସୁନା ବା ରୁପାରେ ତିଆରି କୌଣସି ଜିନିଷ ଘରକୁ ଆଣିବା ବହୁତ ଶୁଭ ହୋଇଥାଏ କିନ୍ତୁ ଯେତେବେଳେ ଏହା ଅନ୍ୟକୁ ଦିଆଯାଏ, ତେବେ ଏହା ଆମ ପାଇଁ ବହୁତ ଅଶୁଭ ସାବ୍ୟସ୍ତ ହୋଇଥାଏ । ଏହାଦ୍ୱାରା ଘରେ ଧନର ଅଭାବ ଦେଖିବାକୁ ମିଳେ । ତେଣୁ ସୁନା ବା ରୁପାରେ ତିଆରି ବସ୍ତୁକୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ ।

୫) ତେଲ :-

ଦୀପାବଳିର ୫ଦିନ ପୂର୍ବରୁ ହିଁ ଏହାକୁ କିଣନ୍ତୁ ନାହିଁ ବା ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ସେଥିପାଇଁ ତେଲକୁ ପୂର୍ବରୁ ହିଁ କିଣି ଘରକୁ ଆଣି ଦିଅନ୍ତୁ । ଦୀପାବଳି ଦିନ ତେଲ ଅନ୍ୟକୁ ଦେବାର ଅର୍ଥ ହେଉଛି ମାଆ ଲଷ୍ମୀଙ୍କୁ କ୍ରୋଧିତ କରିବା ।

୬) ରୁମାଲ :-

ରୁମାଲକୁ ସମସ୍ତେ ବ୍ୟବହାର କରିଥାନ୍ତି । ଏଭଳି କୁହାଯାଏ ଯେ, ରୁମାଲକୁ ଅନ୍ୟ କାହାକୁ ଉପହାରରେ ଦେବା ଅଶୁଭ ହୋଇଥାଏ । ମାଆ ଲଷ୍ମୀ ଏହା ଯୋଗୁଁ କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ଦୀପାବଳି ଦିନ ହେଉ ବା ଅନ୍ୟଦିନ ଗୁଡିକରେ ରୁମାଲକୁ ଉପହାରରେ କାହାକୁ ଦିଅନ୍ତୁ ନାହିଁ ।

୭) କଲାରଙ୍ଗ :-

କଲାରଙ୍ଗ, ଦୀପାବଳି ପାଇଁ ଅଶୁଭ ହୋଇଥାଏ । ତେଣୁ ଦୀପାବଳି ଦିନ କଲାରଙ୍ଗର କୌଣସିବି ଜିନିଷ କିଣନ୍ତୁ ନାହିଁ ଏବଂ ଅନ୍ୟ କାହାକୁ ଉପହାରରେ ଦିଅନ୍ତୁ ନାହିଁ । ଏହି ଭୁଲ୍ କରନ୍ତୁ ନାହିଁ, ନଚେତ ମାଆ ଲଷ୍ମୀଙ୍କ ରାଗର ସମ୍ମୁଖୀନ କରିବାକୁ ପଡିବ ।

Be the first to comment

Leave a Reply

Your email address will not be published.


*