ପରିବାର ସହ ଇଷ୍ଟଦେବୀଙ୍କ ଦର୍ଶନ କରିବା ପାଇଁ ପହଞ୍ଚିଲେ କଙ୍ଗନା ରନୌତ, ସାମନାକୁ ଆସିଲା ପରିବାର ସଦସ୍ୟଙ୍କ ଫଟୋଗୁଡିକ…

ବଲିଉଡ଼ର କୁଇନ୍ କଙ୍ଗନା ରନୌତ ବର୍ତ୍ତମାନ ନିଜ ଭାଇ ଅକ୍ଷତଙ୍କ ବାହାଘରରେ ମଉଜ ମଜଲିସ କରୁଥିବାର ନଜର ଆସୁଛନ୍ତି । ଗତକାଲି ସକାଳେ ଅକ୍ଷତ ରନୌତ ଉଦୟପୁରର “ଦ ଲୀଳା ପେଲେସ୍”ରେ ନିଜ ପ୍ରେମିକା ରିତୁ ସହିତ ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲେ । ସୋସିଆଲ ମିଡ଼ିଆରେ ବିବାହର କିଛି ଫଟୋ ଓ ଭିଡ଼ିଓ ସମ୍ମୁଖକୁ ଆସିଅଛି ।

ପରେ ବିଳମ୍ବିତ ସନ୍ଧ୍ୟାରେ ଅଭିନେତ୍ରୀ ନିଜ ପରିବାର ଓ ନବବିବାହିତ ଯୋଡ଼ି ସହିତ ଜଗତ ଗ୍ରାମ ସ୍ଥିତ ଇଷ୍ଟଦେବୀ ମାଁ ଅମ୍ବିକା ମନ୍ଦିରରେ ପହଞ୍ଚିଲେ । ସେଠାରେ ସେ ଇଷ୍ଟଦେବୀଙ୍କୁ ଦର୍ଶନ କରିଥିଲେ । ଉଦୟପୁର ଠାରୁ ୪୦ କିଲୋମିଟର ଦୂର ଜଗତ ଗ୍ରାମରେ ରନୌତ ପରିବାରଙ୍କ ଇଷ୍ଟଦେବୀଙ୍କ ସ୍ଥାନ ରହିଛି । କଙ୍ଗନାଙ୍କ ପରିବାର, ମାଁ ଅମ୍ବିକାଙ୍କ ଭବ୍ୟ ଆରତୀ କରିଥିଲେ ଓ ଏହାପରେ ମନ୍ଦିର ପରିସରରେ ଯଜ୍ଞର ଆୟୋଜନ ମଧ୍ୟ କରିଥିଲେ ।

ଏହି ସମୟରେ କଡ଼ାକଡ଼ି ସୁରକ୍ଷାର ବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଅଧିକ ସଂଖ୍ୟାରେ ତାଙ୍କ ଫ୍ୟାନ୍ସମାନେ ମନ୍ଦିର ବାହାରେ ଜମା ହୋଇଥିଲେ ଏବଂ ରନୌତ ପରିବାରଙ୍କୁ ଢୋଲ ମହୁରୀ ବାଜଣାରେ ଗ୍ରାମବାସୀ ସ୍ୱାଗତ କରିଥିଲେ ।

ଏହି ଅବସରରେ କଙ୍ଗନା ବଲିଉଡ଼ର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଡିଜାଇନ କରାଯାଇଥିବା ସୁର ପିନ୍ଧିଥିଲେ । କଳା ଓ ସବୁଜ ରଙ୍ଗର ଭାରି ସୁଟରେ କଙ୍ଗନା ଖୁବ୍ ସୁନ୍ଦରୀ ଦେଖାଯାଉଥିଲେ । ଏହି ସୁନ୍ଦର ସୁଟରେ ଅଭିନେତ୍ରୀ ଭାରି ଗହଣା ଧାରଣ କରିଥିଲେ ।

ମଥାରେ ଏକ ବଡ଼ ଟୀକା ଓ କାନରେ ବଡ଼ ବଡ଼ କାନଫୁଲ ପିନ୍ଧି କଙ୍ଗନା ସ୍ଵୟଂ ଜଣେ ରାଣୀ ରୂପରେ ନଜର ଆସୁଥିଲେ । ଆପଣଙ୍କୁ ସୂଚିତ କରାଇଦେଉଛୁ ଯେ, ଇଷ୍ଟଦେବୀଙ୍କ ଦର୍ଶନ ପରେ ରନୌତ ପରିବାର ପୁଣିଥରେ ଲୀଳା ପେଲେସ ପହଞ୍ଚିଥିଲେ । ଯେଉଁଠି ଆଜି ରାତିରେ ଅକ୍ଷତ ଓ ରିତୁଙ୍କ ରିସେପ୍ସନ ହେବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*