ବର୍ତ୍ତମାନ ସମୟରେ ଚୀନରୁ ମାଡ଼ି ଆସୁଛି ଆଉ ଏକ ନୂଆ ଭାଇରସ୍ ।

ବର୍ତ୍ତମାନ ସମୟରେ ଚୀନରୁ ସାରା ବିଶ୍ୱକୁ ବ୍ୟାପିବାରେ ଲାଗୁଛି ଆଉ ଏକ ନୂଆ ଭାଇରସ୍ । ଚୀନରୁ ଭାଇରସ୍ ସଂକ୍ରମଣ ହେବାର କମ୍ ହେଉନାହିଁ । ଚୀନରୁ ଆସିଥିବା କରୋନା ଭାଇରସ୍ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଏବେ ଆଉ ଏକ ନୂଆ ଭାଇରସ୍ ଚୀନରେ ଦେଖାଯାଇଛି । ତେବେ ଏହି ନୂଆ ଭାଇରସର ନାମ ହେଉଛି, ବୃସେଲେସିସ୍ ଭାଇରସ୍ ।

ଏହି ନୂଆ ଭାଇରସ୍ ଯୋଗୁଁ ପାଖାପାଖି ୬ ହଜାର ଲୋକ ସଂକ୍ରମଣ ହୋଇସାରିଲେଣି । ତେବେ ଭୁତାଣୁ ସଂକ୍ରମଣ ଭୟରେ ଚୀନ୍ ସରକାର ପ୍ରାୟ ୫୫ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିସାରିଛନ୍ତି । ଏହି ଭାଇରସ୍, ମାତ୍ର ଦୁଇ ମାସରେ ଦୁଇ ଗୁଣ ଲୋକଙ୍କୁ ସଂକ୍ରମଣ କରିସାରିଛି । ତେବେ ଚୀନର ଗ୍ରାସ୍ତୁ ପାତର ରାଜଧାନୀ ଲାଞ୍ଜର୍ ସ୍ୱାସ୍ଥ୍ୟ ବିଭାଗରେ ପ୍ରଥମେ ଏହି ଭୁତାଣୁର ବ୍ୟାପିବାକୁ ନେଇ ସୂଚନା ଦିଆଯାଇଥିଲା । ତେବେ ବୃସେଲେସିସ୍ ଭାଇରସକୁ ମାଲ୍ଟା ଫିବର ମଧ୍ୟ କୁହାଯାଉଛି ।

ଏହା ଏକ ପ୍ରକାରର ଜୁନେଟିକ୍ ବ୍ୟାକ୍ଟେରିଆ ସଂକ୍ରମଣ ବୋଲି ମଧ୍ୟ ଜଣାଯାଇଛି । ତେବେ ଆସନ୍ତୁ, ଏହି ବୃସେଲେସିସ୍ ଭାଇରସ୍ କିପରି ହୋଇଥାଏ, ସେହି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ସୂଚନା ଅନୁସାରେ ଏହି ଭାଇରସ୍ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ । ଏଥିସହିତ କ୍ଷୀର ଜାତୀୟ ଦ୍ରବ୍ୟ କିମ୍ବା ବାୟୁ ମାଧ୍ୟମରେ ମଧ୍ୟ ଏହା ସଂକ୍ରମଣ ହୋଇଥାଏ । ଏକ ବୟୋ ଫାର୍ମାସିଟିକାଲ୍ କମ୍ପାନୀରୁ ନିର୍ଗତ ଦୂଷିତ ବାୟୁ ଯୋଗୁଁ ଏହି ଭାଇରସ୍ ବ୍ୟାପିଥିବାର ଜଣାଯାଇଛି ।

ବୃସେଲେସିସ୍ ଭାଇରସର ଲକ୍ଷଣ :-

ପ୍ରଥମେ ଜ୍ୱର ଓ ମୁଣ୍ଡବ୍ୟଥା ହୋଇଥାଏ, ତା’ପରେ ରୋଗୀକୁ ମାଂସପେଶୀରେ ଅଧିକ ଯନ୍ତ୍ରଣା ହୋଇଥାଏ । ବହୁତ ଥକ୍କା ଅନୁଭବ କରିଥାଏ, ଦୁର୍ବଳ ଲାଗିବା ସହିତ ଗଣ୍ଠିବ୍ୟଥା ହୋଇଥାଏ ।

ବୃସେଲେସିସ୍ ଭାଇରସ୍ ଠାରୁ କିପରି ରକ୍ଷା ପାଇବେ :-

ସଂକ୍ରମିତ ପଶୁଙ୍କ କ୍ଷୀର ସେବନ କରନ୍ତୁ ନାହିଁ । ପଶୁର ସଂସ୍ପର୍ଶରେ ଆସିଲେ ହାତକୁ ସାନିଟାଇଜର୍ କରନ୍ତୁ କିମ୍ବା ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ । ଘରକୁ ନୂଆରେ ପଶୁକୁ ଆଣୁଥିଲେ ପ୍ରଥମେ ବୃସେଲେସିସ୍ ଟେଷ୍ଟ କରନ୍ତୁ । ଆପଣଙ୍କୁ ଆମେ ଜଣାଇବାକୁ ଚାହୁଁଛୁ ଯେ, ଆପଣ କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ଯେଉଁସବୁ ନିୟମଗୁଡ଼ିକୁ ପାଳନ କରୁଛନ୍ତି; ତାହା ଏବେ ମଧ୍ୟ ପାଳନ କରି ଏହି ନୂଆ ଭାଇରସ୍ ଠାରୁ ରକ୍ଷା ପାଇପାରିବେ ।

Be the first to comment

Leave a Reply

Your email address will not be published.


*