ବଲିଉଡ ଅଭିନେତା ଅସିଫ୍ ବସରାଙ୍କ ଆତ୍ମହତ୍ୟା ! କୁକୁର ରଶିରେ ଫାଶୀ ଲଗାଇ କରିଛନ୍ତି ଆତ୍ମହତ୍ୟା !

ବଲିଉଡ ଇଣ୍ଡଷ୍ଟ୍ରିରୁ ପୁଣିଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ପ୍ରସିଦ୍ଧ ଅଭିନେତା ଅସିଫ୍ ବସରା ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ଧର୍ମଶାଲା ନିକଟସ୍ଥ ମୈକଲ୍ଡୋଗଞ୍ଜର ଜୋଗିବାଡା ରୋଡରେ ଅବସ୍ଥିତ ଏକ କ୍ୟାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି । ଅଭିନେତା କାହିଁକି ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଜଣାପଡିନାହିଁ । କାଙ୍ଗଡ଼ାର ଏସପି ଏହି ମାମଲାକୁ ନିଶ୍ଚିତ କରିଛନ୍ତି ।

ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚିଥିଲା । କୁହାଯାଉଅଛି କି ପୋଲିସ ମୃତଦେହକୁ ନିଜ ଅକ୍ତିଆରକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଅନୁଯାୟୀ, ଆସିଫ୍ ବସରା ଗତ ୫ ବର୍ଷ ଧରି ମୈକଲ୍ଡୋଗଞ୍ଜ ଠାରେ ଗୋଟିଏ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀନୀ ବାନ୍ଧବୀ ମଧ୍ୟ ରହୁଥିଲେ ।

କୁହାଯାଉଅଛି କି ଆସିଫ୍ ବସରା ମୈକଲ୍ଡୋଗଞ୍ଜ ଠାରେ ବ୍ରିଟେନର ଜଣେ ମହିଳାଙ୍କ ସହିତ ଲିଭ୍-ଇନ୍ ରିଲେଶନଶିପରେ ରହୁଥିଲେ । ଗୁରୁବାର ଦିନ ଅପରାହ୍ନରେ ସେ ତାଙ୍କ ପୋଷା କୁକୁରକୁ ବୁଲାଇବାକୁ ବାହାରିଥିଲେ । ଏହାପରେ ସେ ଘରକୁ ଫେରିବା ପରେ ପୋଷା କୁକୁରର ରଶିରେ ହିଁ ଫାଶୀ ଲଗାଇ ଦେଇଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ବିଷାଦର ବଶବର୍ତ୍ତୀ ହୋଇଥିଲେ ।

୫୩ ବର୍ଷୀୟ ଆସିଫ୍ ବସରା “ଜବ୍ ୱେ ମେଟ୍”, “ପରଜାନିୟା”, “ଫ୍ରାଇଡେ” ବ୍ୟତୀତ ହଲିଉଡ୍ ଚଳଚ୍ଚିତ୍ର “ଆଉଟ୍-ସୋର୍ସ”ରେ ମଧ୍ୟ ନଜର ଆସିଥିଲେ । “ଜବ୍ ୱେ ମେଟ୍” ଚଳଚ୍ଚିତ୍ରରେ କରୀନାଙ୍କ ସହିତ ସେ ଗୋଟିଏ ରେଳ ଷ୍ଟେସନ ସାକ୍ଷାତ କରିଥିବାର ଦୃଶ୍ୟ ରହିଥିଲା । “ୱନସ୍ ଅପନ୍ ଏ ଟାଇମ ଇନ୍ ମୁମ୍ବାଇ” ଚଳଚ୍ଚିତ୍ରରେ ସେ ଇମ୍ରାନ୍ ହାସମିଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଜଗତର ସେ ଜଣେ ଜଣାଶୁଣା ଚେହେରା ଥିଲେ । ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା “ୱୋ” ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନଜର ଆସିଥିଲେ । ସେହିଦିନ ଠାରୁ ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Be the first to comment

Leave a Reply

Your email address will not be published.


*