ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ ! ଆର୍ଥିକ ସମ୍ବନ୍ଧୀୟ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ଧନର ବର୍ଷା ହେବ !

ଦୀପାବଳି ଦିନ ଧରାପୃଷ୍ଟକୁ ମା’ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଓ ମାତା ନିଜ ଭକ୍ତମାନଙ୍କ ଘରେ ପ୍ରବେଶ କରିଥାନ୍ତି । ବିଶ୍ୱାସ ରହିଛି ଯେ ଏହିଦିନ ଯେଉଁ ଭକ୍ତ ପବିତ୍ର ମନରେ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି, ସେମାନଙ୍କ ଉପରେ ମାତାଙ୍କର ଆଶୀର୍ବାଦ ସର୍ବଦା ରହିଥାଏ । ଏଥିପାଇଁ ଆପଣ ମଧ୍ୟ ନିଶ୍ଚିତ ଭାବରେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ । ମାତାଙ୍କୁ ପୂଜା କରିବା ସହ ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ଉପାୟ ଗୁଡିକୁ ମଧ୍ୟ ପାଳନ କରନ୍ତୁ । ଏଗୁଡ଼ିକୁ ପାଳନ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇହେବ ଏବଂ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆଗମନ କରିବେ । ତେବେ ଆସନ୍ତୁ ଦୀପାବଳି ଦିନ ମାତାଙ୍କୁ ପ୍ରସନ୍ନ କରିବାର ଉପାୟ ବିଷୟରେ ଜାଣିବା :

ବ୍ୟବସାୟରେ ବୃଦ୍ଧି ପାଇଁ :-

ବ୍ୟବସାୟରେ ବୃଦ୍ଧି ପାଇବା ପାଇଁ ଦୀପାବଳି ଦିନ ଏହି ଉପାୟ କରନ୍ତୁ । ଏହି ଉପାୟ ଅନୁଯାୟୀ ଆପଣ ମୁଗ ଡାଲି ଓ ସିନ୍ଦୂରକୁ ଏକ ପାତ୍ରରେ ରଖିଦିଅନ୍ତୁ । ତା’ପରେ ଏହି ପାତ୍ରକୁ ଅଶ୍ୱତ୍ଥ ଗଛ ତଳେ ରଖିଦିଅନ୍ତୁ ଏବଂ ଗଛ ମୂଳରେ ଏକ ଦୀପକୁ ପ୍ରଜ୍ଜ୍ଵଳନ କରାଇଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଚାକିରୀ, ବ୍ୟବସାୟ ଏବଂ ଆୟରେ ବୃଦ୍ଧି ହେବାକୁ ଲାଗିବ । ଏହି ଉପାୟ ଆପଣ ଦୀପାବଳି ଦିନ ହିଁ କରନ୍ତୁ ।

ଧନ ବୃଦ୍ଧି ପାଇଁ :-

ଧନ ବୃଦ୍ଧି ପାଇଁ ଦୀପାବଳି ଦିନ ସନ୍ଧ୍ୟାରେ ବଟ ଗଛର ଜଟାକୁ ଟିକିଏ ଭାଙ୍ଗି ଆପଣଙ୍କ ଘରକୁ ନେଇ ଆସନ୍ତୁ ଏବଂ ଏହାକୁ ଆଲମାରୀରେ ରଖିଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆୟରେ ବୃଦ୍ଧି ହୋଇଥାଏ ।

ହେବ ସମସ୍ତ ମନସ୍କାମନା ପୂର୍ଣ୍ଣ :-

ଆପଣଙ୍କର ଯେକୌଣସି ଇଚ୍ଛା ପୂରଣ ପାଇଁ ଏହି ଉପାୟ କରନ୍ତୁ । ଏହି ଉପାୟ ଅନୁଯାୟୀ, ଆପଣ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିବା ସମୟରେ ତାଙ୍କୁ ପଦ୍ମ ଫୁଲ ଏବଂ କଉଡ଼ି ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ପୂଜା କରିବା ପରେ କଉଡ଼ିକୁ ଯେକୌଣସି ଲାଲ୍ କିମ୍ବା ହଳଦିଆ ରଙ୍ଗର କପଡ଼ାରେ ଘୋଡାଇ ଦେଇ ନିଜ ପାଖରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ ଏବଂ ମାଆ ଲକ୍ଷ୍ମୀ ଆପଣଙ୍କର ସମସ୍ତ ଇଛା ପୂର୍ଣ୍ଣ କରିଥାନ୍ତି ।

ନକାରତ୍ମକ ଶକ୍ତି ହେବ ଦୂର :-

ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଘରେ କୌଣସି ନକାରତ୍ମକ ଶକ୍ତି ରହିଛି, ତେବେ ଦୀପାବଳି ଦିନ ପୂଜା କରିବା ସମୟରେ ନିଶ୍ଚିତ ଭାବରେ ଘଣ୍ଟି ବଜାନ୍ତୁ ଏବଂ ମୁଖ୍ୟ ଦ୍ୱାରା ସମ୍ମୁଖରେ ଦୁଇଟି ଦୀପ ଜାଳନ୍ତୁ । ଏହି ଉପାୟ କରିବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଘର ଠାରୁ ଦୂରେଇ ରହିବ ଏବଂ ଘରେ ସକାରତ୍ମକ ଶକ୍ତିର ଉର୍ଚ୍ଚା ଚତୁଃପାର୍ଶ୍ଵରେ ପ୍ରଭାବ ବିସ୍ତାର କରିବ । ଏହାବ୍ୟତୀତ ଲକ୍ଷ୍ମୀ ପୂଜା ସମୟରେ ଗୋମତୀ ଚକ୍ରକୁ ପୂଜା ଥାଳିରେ ନିଶ୍ଚିତ ଭାବରେ ରଖନ୍ତୁ ଏବଂ ପୂଜା ସରିବା ପରେ ଏହାକୁ ଘରର କୌଣସି କୋଣରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରେ ରହିଥିବା ନକାରତ୍ମକ ଶକ୍ତି ଦୂର ହୋଇଥାଏ ।

ଝାଡୁ ଦାନ କରନ୍ତୁ :-

ଦୀପାବଳି ଦିନ ଝାଡୁ ଦାନ କରିବା ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ ଏହି ଦିନ ଆପଣ ନିଶ୍ଚିତ ଭାବରେ ଗୋଟିଏ ଝାଡୁ ଦାନ କରନ୍ତୁ । ଆପଣଙ୍କୁ ଝାଡୁ ଦାନ କରିବା ସମୟରେ କେହି ମଧ୍ୟ ନ ଦେଖନ୍ତୁ, ଏହି କଥା ଉପରେ ଧ୍ୟାନ ରଖନ୍ତୁ ।

ତୁଳସୀ ଗଛର ପୂଜା ନିଶ୍ଚିତ ଭାବରେ କରନ୍ତୁ :-

ତୁଳସୀ ଗଛର ପୂଜା ଦୀପାବଳି ଦିନ ନିଶ୍ଚିତ ଭାବରେ କରନ୍ତୁ । ଦୀପାବଳି ଦିନ ଆପଣ ତୁଳସୀ ପୂଜା କରୁଥିବା ସମୟରେ ତୁଳସୀ ଉପରେ ଲାଲ୍ କିମ୍ବା ହଳଦିଆ ରଙ୍ଗର କୌଣସି ବସ୍ତ୍ର ଅର୍ପଣ କରନ୍ତୁ ଏବଂ ଏକ ଘିଅର ଦୀପ ପ୍ରଜ୍ଜ୍ଵଳନ କରନ୍ତୁ ।

ଧନ ହାନିକୁ ରୋକିବା ପାଇଁ :-

ଧନ ହାନିକୁ ରୋକିବା ପାଇଁ ଦୀପାବଳି ଦିନ ଏହି ଉପାୟକୁ ନିଶ୍ଚିତ ଭାବରେ କରନ୍ତୁ । ଏହି ଉପାୟ ଅନୁଯାୟୀ, ଆପଣ ଲକ୍ଷ୍ମୀ ପୂଜା ପରେ କଳା ରାଶିକୁ ଘରର ସମସ୍ତ ସଦସ୍ୟଙ୍କ ମୁଣ୍ଡ ଉପରେ ସାତ ଥର ବୁଲାନ୍ତୁ । ଏହାପରେ ଏହାକୁ ଫୋପାଡ଼ି ଦିଅନ୍ତୁ । ଏଥିସହିତ ଆୟରେ ଆସୁଥିବା ବାଧାକୁ ରୋକିବା ପାଇଁ ଅଶ୍ୱତ୍ଥ ଗଛର ପୂଜା କରନ୍ତୁ ଏବଂ ଏହି ଗଛର ଏକ ପତ୍ରରେ କୁମକୁମ ବା ସିନ୍ଦୁର ଲଗାଇ ତାହା ଉପରେ ଲଡୁ ରଖି ଏହାକୁ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ ।

Be the first to comment

Leave a Reply

Your email address will not be published.


*