ବଲିଉଡ ଜଗତରେ ନିଜ ସାମର୍ଥ୍ୟ ଅନୁସାରେ ଏକାକୀ ପିଲାଙ୍କ ପ୍ରତିପୋଷଣ କରିଛନ୍ତି ଏହି ୫ ଗର୍ବିତ ମାଆ….

ଜଣେ ଶିଶୁକୁ ଲାଳନ ପାଳନ କରି ପ୍ରତିପୋଷଣ କରିବା ଉଭୟ ପିତାମାତାଙ୍କ କାମ ହୋଇଥାଏ କିନ୍ତୁ ବେଳେବେଳେ ଏହିପରି ମଧ୍ୟ ପରିସ୍ଥିତି ସୃଷ୍ଟି ହୋଇଥାଏ, ଯେତେବେଳେ ପିତା ଏବଂ ମାତାଙ୍କ ମଧ୍ୟରୁ ଜଣଙ୍କୁ ପିଲାମାନଙ୍କର ଯତ୍ନ ନେବାକୁ ପଡିଥାଏ । ବିଶ୍ଵାସ କରାଯାଏ ଯେ, ଜଣେ ମାଁଙ୍କ ଠାରୁ ପିଲାମାନଙ୍କୁ ଯେତେ ମାତ୍ରାରେ ସ୍ନେହ ମମତା ମିଳେ; ସେହିପରି ଅପର ପକ୍ଷରେ ପିତାଙ୍କ ଠାରୁ ମଧ୍ୟ ସେତେ ମାତ୍ରାରେ ମିଳିବା ଆବଶ୍ୟକ । କିନ୍ତୁ ବଲିଉଡ ଜଗତରେ ଏହିପରି ହିଁ କିଛି ଅଭିଭାବକ ଅଛନ୍ତି, ଯେଉଁମାନେ ନିଜ ସାଥୀଙ୍କ ବିନା ନିଜ ପିଲାମାନଙ୍କ ପ୍ରତିପୋଷଣ କରିଛନ୍ତି । ଆମେ ଆପଣଙ୍କୁ ବଲିଉଡର ଏକାକୀ ପିଲାଙ୍କ ପ୍ରତିପୋଷଣ କରୁଥିବା ମାଁଙ୍କ ବିଷୟରେ କହିବୁ ଯେଉଁମାନେ ସେମାନଙ୍କ ସ୍ଵାମୀଙ୍କ ବିନା ପିଲାମାନଙ୍କୁ ଏକୁଟିଆ ଲାଳନ ପାଳନ କରିଛନ୍ତି ।

ସୁଷ୍ମିତା ସେନ୍ :

ବଲିଉଡ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ତଥା ପୂର୍ବତନ ମିସ୍ ୱାର୍ଲଡ୍ ଟାଇଟଲ୍ ବିଜେତା ସୁଷ୍ମିତା ସେନ୍ ସର୍ବଦା ଏକାକୀ ମାତା ଭାବରେ ରହିଆସିଛନ୍ତି । ସୁଷ୍ମିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ଏବଂ ଦୁଇ ଝିଅକୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଛନ୍ତି । ସୁଷ୍ମିତା ବିବାହ ନ କରି ଦୁଇ ଝିଅକୁ ଗ୍ରହଣ କରିବାର ନିଷ୍ପତ୍ତି ବାସ୍ତବରେ ଆଲୋଚନାର କେନ୍ଦ୍ରବିନ୍ଦୁ ପଲଟିଯାଇଥିଲା ଓ ଲୋକଙ୍କ ମନରେ ପ୍ରଶ୍ନ ମଧ୍ୟ ଆସିଥିଲା ସୁଷ୍ମିତା ଏକୁଟିଆ ନିଜ ପିଲାମାନଙ୍କୁ କିପରି ପ୍ରତିପୋଷଣ କରିବେ ? ସୁଷ୍ମିତା ଏହି କାମଟିକୁ ବହୁତ ଭଲ ଭାବରେ ପାଳନ କରିଥିଲେ । ଆଜି ତାଙ୍କ ଦୁଇ ଝିଅ ପ୍ରାୟ ଯୁବାବସ୍ଥାରେ ପହଞ୍ଚିଗଲେଣି ଏବଂ ସୁଷ୍ମିତା ଜଣେ ଗର୍ବିତ ଅବିବାହିତ ମାଁ ଅଟନ୍ତି ।

ରବିନା ଟଣ୍ଡନ :

ରବିନା ଟଣ୍ଡନ ମଧ୍ୟ ନିଜ ପିଲାମାନଙ୍କୁ ବହୁତ ଭଲ ଭାବରେ ଲାଳନ କରୁଛନ୍ତି । ରବିନା ନିଜର ବିବାହ ପୂର୍ବରୁ ଦୁଇ ଝିଅଙ୍କୁ ପୋଷ୍ୟକନ୍ୟା ରୂପେ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ବହୁତ ଭଲ ଭାବରେ ଲାଳନପାଳନ ମଧ୍ୟ କରିଥିଲେ । ଏହାପରେ ସେ ବିବାହ କରି ଦୁଇ ସନ୍ତାନକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ରବିନା ଚାରିଜଣ ସନ୍ତାନଙ୍କ ମାଁ ଅଟନ୍ତି ଏବଂ ଚାରିଜଣଙ୍କୁ ରବିନା ସମାନ ଭାବରେ ସ୍ନେହ-ପ୍ରେମ ଦିଅନ୍ତି । ପ୍ରଥମେ ରବିନା ୨୦୦୫ ମସିହାରେ ଜଣେ ପୁତ୍ରୀ ଏବଂ ପରେ ୨୦୦୭ ମସିହାରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ ।

କରିସ୍ମା କପୁର :

କପୁର ପରିବାରର କରିସ୍ମା କପୁର, ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । କିନ୍ତୁ ଏଠାରେ ଆମେ କହିପାରିବା କରିସ୍ମାଙ୍କ ଭାଗ୍ୟର ବିଡମ୍ବନା ଯୋଗୁଁ ସେମାନଙ୍କ ବିବାହ ଦୀର୍ଘ ଦିନ ତିଷ୍ଠି ପାରିନଥିଲା । ଗୋଟିଏ ସାଧାରଣ ଝଗଡାରେ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଯାଇଥିଲା ଏବଂ ଦୁହେଁ ଛାଡପତ୍ର ମଧ୍ୟ ଦେଇଥିଲେ । କରିସ୍ମାଙ୍କର ଦୁଇଟି ସନ୍ତାନ ଅଛନ୍ତି, ସମାୟରା ଓ କିୟାନ ଏବଂ କରିସ୍ମା ସେମାନଙ୍କର ଏକକ ମାତା ଅଟନ୍ତି । ଚଳଚ୍ଚିତ୍ରରୁ ଦୁରେଇ କରିସ୍ମା ବ୍ୟବସାୟ କରି ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।

ଅମୃତା ସିଂ :

ଅମୃତା ନିଜ ଠାରୁ ୧୨ ବର୍ଷ ସାନ ସୈଫଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ସମୟ ପରେ ଦୁହିଁଙ୍କ ସମ୍ପର୍କରେ ଝଡ ଦେଖାଦେଇଥିଲା ଏବଂ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସୈଫ କରୀନାଙ୍କୁ ବିବାହ କରିଥିଲେ । ସୈଫ ଏବଂ ଅମୃତାଙ୍କର ଇବ୍ରାହିମ ଏବଂ ସାରା ନାମକ ଦୁଇଜଣ ସନ୍ତାନ ଥିଲେ । ସାରା ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ଦୁହିଁଙ୍କ ପ୍ରତିପୋଷଣ ଅମୃତାଙ୍କୁ ଏକାକୀ ହିଁ କରିବାକୁ ପଡିଥିଲା । କାରଣ ସୈଫ ସର୍ଵଦା ଚଳଚ୍ଚିତ୍ରରେ ବ୍ୟସ୍ତ ରହୁଥିଲେ । ଯଦିଓ ସାରା ଉଭୟ ଅମୃତା ଏବଂ ସୈଫଙ୍କ ଅତି ନିକଟତର ଅଟନ୍ତି ଏବଂ ସେ ତାଙ୍କ ମାଁଙ୍କୁ ବହୁତ ଭଲ ପାଆନ୍ତି ।

ସାରିକା :

କମଲ ହାସନଙ୍କ ଦ୍ୱିତୀୟ ପତ୍ନୀ ସାରିକା ମଧ୍ୟ ଏକାକୀ ମାତା ଅଟନ୍ତି । ସାରିକା ଏବଂ କମଲଙ୍କ ସମ୍ପର୍କ ଆରମ୍ଭ ହେବା ସମୟରେ କମଲ ବିବାହିତ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କମଲ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଅପରପକ୍ଷରେ ଏଠାରେ ଶ୍ରୁତିଙ୍କ ଜନ୍ମ ମଧ୍ୟ ହୋଇସାରିଥିଲା । ଏହାପରେ କମଲ ସାରିକାଙ୍କୁ ବିବାହ କରିଥିଲେ । ତଥାପି ଦୁହିଁଙ୍କ ସମ୍ପର୍କ ତିଷ୍ଠି ରହିଲା ନାହିଁ ଏବଂ ୨୦୦୪ ମସିହାରେ ଦୁହେଁ ଅଲଗା ହୋଇଗଲେ । ଏହା ପରେ ଶ୍ରୁତିଙ୍କ ସମସ୍ତ ପ୍ରତିପୋଷଣ ସାରିକା ଏକାକୀ ଉଠାଇଲେ । ସେ ତାଙ୍କ ଝିଅର ଅତି ନିକଟତର ଅଟନ୍ତି ।

Be the first to comment

Leave a Reply

Your email address will not be published.


*