ଏହି ୫ ଜଣ ବିବାହିତ କଳାକାର ନିଜ ସହ-କଳାକାରଙ୍କ ପ୍ରେମରେ ପଡ଼ି, ସମସ୍ତେ କରିଦେଲେ ଏକାଭଳି କାମ…

ଚଳଚ୍ଚିତ୍ର ଜଗତ ଓ ଟିଭି ଜଗତରେ ସମ୍ପର୍କ ଯୋଡ଼ିବା ପାଇଁ ସମୟ ଲାଗି ନଥାଏ ଏବଂ ଆପଣମାନେ ଅନେକ ଶୋ’ରେ ଦେଖିଥିବେ ଅଭିନେତା ଓ ଅଭିନେତ୍ରୀ ଏକାଠି କାମ କରି ପରସ୍ପରର ଖୁବ୍ ନିକଟତର ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ସମ୍ପର୍କ ଗଭୀର ହେବାକୁ ଲାଗେ ଓ ପରେ ଏମାନେ ପରସ୍ପରକୁ ନିଜ ଜୀବନସାଥୀ ଭାବେ ବାଛିନିଅନ୍ତି । ଅନେକ ଥର ଏପରି ମଧ୍ୟ ହୁଏ, କୌଣସି ବିବାହିତ କଳାକାରଙ୍କ ହୃଦୟ ନିଜ ସହ-କଳାକାର ସହ ସମ୍ପର୍କ ସୃଷ୍ଟି ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ସହକଳାକାରକୁ ନିଜର କରିବା ପାଇଁ ନିଜର ପ୍ରଥମ ବାହାଘର ଭାଙ୍ଗି ଦ୍ୱିତୀୟ ବିବାହ କରିବା ପାଇଁ ମଧ୍ୟ ସମୟ ବିଳମ୍ବ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାର ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହିତ ହୋଇ ମଧ୍ୟ ନିଜ ସହକଳାକାର (କୋ ଷ୍ଟାର)ଙ୍କ ପ୍ରେମରେ ପଡ଼ି ସେମାନଙ୍କୁ ନିଜର ଜୀବନସାଥୀ କରିନେଇଛନ୍ତି; ତେବେ ଆସନ୍ତୁ ଜାଣିବା ଏହି ସୂଚୀରେ କେଉଁ କଳାକାରମାନଙ୍କ ନାମ ସମିତ ରହିଛି :

ଦୀପିକା କକ୍କଡ଼ ଓ ଶୋଏବ ଇବ୍ରାହିମ :

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡ଼ଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ରହିଛି । ଆପଣଙ୍କୁ ସୂଚିତ କରାଇଦେଉଛୁ ଯେ ଦୀପିକା କକ୍କଡ଼ ଓ ଶୋଏବ ଇବ୍ରାହିମ ପରସ୍ପରକୁ ଏକ ଧାରାବାହିକ (ସିରିଏଲ୍) ସେଟରେ ଦେଖାକରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହୋଇଥିଲା ଓ ଦୀପିକା ଶୋଏବଙ୍କୁ ନିଜ ଜୀବନସାଥୀ ବାଛିନେଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଦୀପିକା କକ୍କଡ଼, ଶୋଏବ ଇବ୍ରାହିମଙ୍କୁ ବିବାହ କରିବା ପୂର୍ବରୁ ରୋନକ୍ ସେମସନଙ୍କୁ ୨୦୧୧ ମସିହାରେ ବିବାହ କରିଥିଲେ କିନ୍ତୁ ଏମାନଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ତିଷ୍ଟି ପାରିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ ।

ହିତେନ ତେଜବାନୀ ଓ ଗୌରୀ ପ୍ରଧାନ :

ଟିଭି ଜଗତର ଲୋକପ୍ରିୟ ଅଭିନେତା ହିତେନ ତେଜବାନୀ ମଧ୍ୟ ଦୁଇଟି ବିବାହ କରିଛନ୍ତି । ଯେଉଁଥିରୁ ପ୍ରଥମଟି ଏରେଞ୍ଜ ମ୍ୟେରେଜ୍ ଥିଲା । କିନ୍ତୁ ହିତେନ୍ ଏହି ବିବାହରୁ ଖୁସି ନଥିଲେ ଓ ସେ ନିଜର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହା ପରେ ହିତେନ୍ କୁଟୁମ୍ବ ଓ “ଶାଶ୍ ଭି କଭୀ ବୋହୂ ଥି” ଭଳି ଶୋ’ରେ ନଜର ଆସିଥିବା ଅଭିନେତ୍ରୀ ଗୌରୀ ପ୍ରଧାନଙ୍କୁ ଡେଟ୍ କରିବାକୁ ଲାଗିଲେ ଓ ଦୁହିଁଙ୍କ ମଧ୍ୟରେ ଦିନକୁ ଦିନ ପ୍ରେମ ସମ୍ପର୍କ ବଢ଼ିବାକୁ ଲାଗିଲା ଏବଂ ପରେ ଦୁହେଁ ବିବାହ କରିନେଲେ ।

କରନ ସିଂହ ଗ୍ରୋବର୍ ଓ ବିପାଶା ବସୁ :

ଟିଭି ଜଗତ ସଙ୍ଗେ ସଙ୍ଗେ ବଲିଉଡ଼ରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଥିବା ଅଭିନେତା କରନ ସିଂହ ଗ୍ରୋବରଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ରହିଛି । ଆପଣଙ୍କୁ ଜଣାଇଦେଉଛୁ ଯେ କରନ ପ୍ରଥମ ଥର ପାଇଁ ଟିଭି ଜଗତର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ କିନ୍ତୁ ଏମାନଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ନଥିଲା ଓ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା ଏବଂ ପରେ କରନ ଟିଭି ଅଭିନେତ୍ରୀ ଜେନିଫର୍ ବିଙ୍ଗେଟଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ । କିନ୍ତୁ କରନଙ୍କ ଏହି ବାହାଘର ମଧ୍ୟ ସଫଳ ହେଲା ନାହିଁ । ଏହାପରେ କରନ ବଲିଉଡ଼ର ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ ବିପାଶା ବସୁଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ । ଆପଣଙ୍କୁ ସୂଚୀତକରାଇ ଦେଉଛୁ ଯେ, ଏ ଦୁହେଁ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ପରସ୍ପରର ନିକଟତର ହୋଇଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ବୈବାହିକ ଜୀବନ ଖୁସିରେ ଅତିବାହିତ କରୁଛନ୍ତି ।

ରାମ କପୂର୍ ଓ ଗୌତମି କପୂର୍ :

ଟିଭିର ବହୁଚର୍ଚ୍ଚିତ ଅଭିନେତା ରାମ କପୂରଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ରହିଛି ଓ ରାମ କପୂର୍ ଟିଭି ଧାରାବାହିକ “ଘର ଏକ ମନ୍ଦିର”ରେ ନଜର ଆସିଥିବା ଅଭିନେତ୍ରୀ ଗୌତମି କପୂରଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଗୌତମିଙ୍କ ଏହା ଦ୍ୱିତୀୟ ବିବାହ ଅଟେ । ଏହା ଆଗରୁ ଗୌତମି ଏକ ପ୍ରସିଦ୍ଧ ଫଟୋଗ୍ରାଫର ମଧୁର ଶ୍ରଫଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ଅଧିକ ଦିନ ବଳବତ୍ତର ହୋଇ ରହିପାରିଲା ନାହିଁ ଏବଂ ଦୁହେଁ ଅଲଗା ହୋଇଗଲେ । ଏହାପରେ ଗୌତମି ରାମ କପୂରଙ୍କୁ ବିବାହ କରି ତାଙ୍କୁ ଜୀବନସାଥୀ ରୂପେ ବାଛି ନେଇଥିଲେ ।

ସମୀର ସୋନି ଓ ନିଲମ୍ କୋଠାରୀ :

ଟିଭି ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ସମୀର ସୋନିଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ରହିଛି ଏବଂ ସମୀର ନିଜର ପ୍ରଥମ ବିବାହ ୧୯୯୬ ମସିହାରେ ରାଜଲକ୍ଷ୍ମୀ ଖାନବିଲକରଙ୍କୁ କରିଥିଲେ କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ରହିପାରିନଥିଲା ଏବଂ ଦୁହେଁ ଅଲଗା ହୋଇଗଲେ ଓ ପରେ ସମୀର ସୋନି ୨୦୧୧ ମସିହାରେ ନିଲମ୍ କୋଠାରୀଙ୍କ ସହିତ ଏକ ସେଟରେ ଦେଖା ହୋଇଥିଲା ଓ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାକୁ ଲାଗିଲା ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସମୀରଙ୍କୁ ବିବାହ କରିବା ପୂର୍ବରୁ ନିଲମ୍ ମଧ୍ୟ ବିବାହିତା ଥିଲେ କିନ୍ତୁ ସେ ସ୍ୱାମୀ ଠାରୁ ଅଲଗା ହୋଇ ଯାଇଥିଲେ ଓ ଆଜି ସମୀର ଓ ନିଲମ ଏକାଠି ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*