ଆଇନ ଆଗରେ ହାରିଗଲା ମା’ର ମମତା, ଇଚ୍ଛା ନଥିବା ସତ୍ତ୍ୱେ ମଧ୍ୟ ମା’ ଯଶୋଦାଙ୍କୁ ଦେବାକୁ ପଡିଲା ନିଜ ଶିଶୁ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜଣେ ମହିଳା ରାସ୍ତା କଡ଼ରୁ ଉଦ୍ଧାର କରଥିବା ଏକ ନବଜାତ ଶିଶୁକୁ କୋଳଗ୍ରତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ମହିଳା କୋଳାଗ୍ରତ କରିଥିବା ଶିଶୁଟିକୁ ନିଜ ଘରକୁ ନେଇ ଆସିଥିଲେ । ଉଦ୍ଧାର କରିଥିବା ମହିଳାଙ୍କର ବୋହୂଟି ଶିଶୁକୁ ମା’ ପରି ଭଲ ପାଇବା ଦେଉଥିଲେ ଏବଂ ସର୍ବଦା ପିଲାଟିକୁ ନିଜ ପାଖରେ ରଖୁଥିଲେ । ତେବେ ପୋଲିସକୁ ଯେତେବେଳେ ରାସ୍ତା କଡରୁ ନବଜାତ ଶିଶୁ ମିଳିଥିବାର କଥା ଜଣାପଡିଲା, ସେତେବେଳେ ପୋଲିସ ଶିଶୁଟିକୁ ଚାଇଲଡ଼ ଲାଇନକୁ ସମର୍ପିତ କରିଦେଇଥିଲା । ଶିଶୁଟିକୁ ନିଜଠାରୁ ଦୂରେଇ ଯିବା ପରେ ଉଭୟ ଶାଶୁ ଓ ବୋହୂଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଶେଷ କୁପ୍ରଭାବ ପଡିଥିଲା ଏବଂ ସେମାନେ କାନ୍ଦିବା ଆରମ୍ଭ କରିଦେଲେ ।

ଏହି କାରଣରୁ ଶିଶୁଟିକୁ ପୋଲିସକୁ ଦେବାକୁ ବାଧ୍ୟ ହୋଇଥିଲେ :-

ଟ୍ରାନ୍ସ ଯମୁନା କଲୋନୀର ଫେଜ୍-୨ରେ ଗୋଟିଏ ବିଦ୍ୟାଳୟ ନିକଟରୁ ସୋମବାର ସନ୍ଧ୍ୟା ପ୍ରାୟତଃ ୮ଟା ସମୟରେ ନୁନିହାଇ ନିବାସୀ ମୀନାଙ୍କୁ ଗୋଟିଏ ନବଜାତ ଶିଶୁ ଏକ ବ୍ୟାଗରେ ମିଳିଥିଲା । ଏହି ଶିଶୁ ସହିତ କେହି ମଧ୍ୟ ନ ଥିଲେ । ମୀନା ବହୁତ ସମୟ ଅପେକ୍ଷା କଲାପରେ କେହି ନ ଆସିବା ଫଳରେ ସେ ଶିଶୁଟିକୁ ନିଜ ସହିତ ଡାକ୍ତରଖାନାକୁ ନେଇ ଚାଲିଗଲେ । ଯେଉଁଠାରେ ଶିଶୁଟିକୁ ଚିକିତ୍ସା କରାଇଥିଲେ । ଡାକ୍ତରମାନେ ଶିଶୁର ନାଡି କାଟି କିଛି ସମୟ ପରେ ଶିଶୁକୁ ମୀନାଙ୍କ ସହ ଘରକୁ ପଠାଇ ଦେଇଥିଲେ । ମୀନା ଘରକୁ ଯାଇ ଶିଶୁଟିକୁ ନିଜ ବୋହୂ ଶବନମକୁ ଅର୍ପଣ କରି ଦେଇଥିଲେ ଏବଂ ଶବନମ ତାଙ୍କୁ ମା’ ପରି ଭଲ ପାଇବା ଦେଇଥିଲେ ।

ମୀନା ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ ଯେ, ତାଙ୍କୁ ରାସ୍ତା କଡରୁ ଏକ ଶିଶୁ ମିଳିଛି । ଯାହାପରେ ମଙ୍ଗଳବାର ଦିନ ପୋଲିସ ଶବନମ ଏବଂ ମୀନାଙ୍କୁ ଶିଶୁ ସହିତ ପୋଲିସ ଷ୍ଟେସନକୁ ଡକାଇଥିଲେ ।

ପୋଲିସ, ଚାଇଲଡ଼ ଲାଇନ (Child Line)ର ଦଳକୁ ଷ୍ଟେସନକୁ ଡାକି ରଖିଥିଲେ । ଯାହାପରେ ଚାଇଲଡ଼ ଲାଇନର ଦଳ ଏବଂ ପୋଲିସ ଶିଶୁକୁ ଶବନମଙ୍କ ଠାରୁ ନେଇଗଲେ । ତେବେ ଏହି ସମୟ ମଧ୍ୟରେ ଶବନମ ବହୁତ କାନ୍ଦିଥିଲେ ଏବଂ ପିଲାକୁ ନିଜ ଠାରୁ ନ ଦେବାପାଇଁ ଜିଦ୍ ଧରି ବସିଥିଲେ । ଶାଶୁ ମୀନା ମଧ୍ୟ ବହୁତ କାନ୍ଦିଲେ ଏବଂ ଶିଶୁଟିକୁ ନ ନେବାପାଇଁ ପୋଲିସକୁ ଅନୁରୋଧ କରିଥିଲେ । ଯାହାପରେ ପୋଲିସ ଏହି ଦୁହିଁଙ୍କୁ ବୁଝାଇଥିଲା ।

ଚାଇଲଡ଼ ଲାଇନର କର୍ମଚାରୀମାନେ ଏମାନଙ୍କୁ ବୁଝାଇଥିଲେ ଯେ କୌଣସି ପିଲାକୁ କୋଳକୁ ନେବାପାଇଁ ଆଇନ ପ୍ରକ୍ରିୟାର ପାଳନ କରିବାକୁ ପଡିଥାଏ । ଆଇନ ପ୍ରକ୍ରିୟାର ବିନା ପାଳନରେ ପିଲାକୁ ଦିଆଯାଇପାରିବ ନାହିଁ । ଅନେକ ବୁଝାଇବା ପରେ ସେମାନେ ପ୍ରସ୍ତୁତ ହେଲେ ଏବଂ ପିଲା ସେମାନଙ୍କୁ ଦିଆଗଲା । ଏସପି ସିଟି ବୋତ୍ରେ ରୋହନ ପ୍ରମୋଦ କହିଛନ୍ତି ଯେ, ନବଜାତ ଶିଶୁଟିକୁ ଆଶ୍ରୟ ଗୃହରେ ରଖାଯାଇଛି । ତାକୁ ଏଭଳି ଅବସ୍ଥାରେ କିଏ ଛାଡି ଚାଲି ଯାଇଛି, ତାହାର ଅନୁସନ୍ଧାନ କରାଯାଉଛି ।

Be the first to comment

Leave a Reply

Your email address will not be published.


*