ଦୀପାବଳୀରେ ଧନ ବୃଦ୍ଧି କରିବା ନିମନ୍ତେ ପ୍ରାଚୀନ କାଳରୁ ରହିଛି ଏହି ପରମ୍ପରା । ଏହାକୁ ଆପଣାଇବା ଦ୍ଵାରା ଜୀବନରେ ଧନ ସମ୍ବନ୍ଧିତ ଅଭାବ ଦୂର ହୋଇଥାଏ ।

ଦୀପାବଳୀରେ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସେହି ଉପାୟଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରାଚୀନ କାଳରୁ ଲୋକମାନେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରୁଥିଲେ । ଏହି ଉପାୟଗୁଡିକୁ ଆପଣେଇ ଆପଣ ମଧ୍ୟ ଧନ ସମ୍ବନ୍ଧିତ ଅଭାବରୁ ମୁକ୍ତି ପାଇପାରିବେ ।

ଦୀପାବଳୀରେ ପ୍ରାଚୀନ ଉପାୟ :-

୧) ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଦୀପାବଳୀ ଦିନ “ଓଁ ଶ୍ରୀଂ ହ୍ଗିଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ ପ୍ରସୀଦ ଶ୍ରୀଂ ହ୍ଗିଂ ଶ୍ରୀଂ ଉଂ ମହାଲକ୍ଷ୍ମୈ ନମଃ” ମହାଲକ୍ଷ୍ମୀଙ୍କର ମହାମନ୍ତ୍ରକୁ ପଦ୍ମପତ୍ରର ମାଳା ଦ୍ୱାରା ୧୦୮ ଥର ଜପ କରନ୍ତୁ । ଆପଣଙ୍କ କେବେ ମଧ୍ୟ ଧନର ଅଭାବ ହେବ ନାହିଁ ।

୨) ଦୀପାବଳୀ ଦିନ ସକାଳେ ଏବଂ ସନ୍ଧ୍ୟାରେ ଅଶ୍ୱତ୍ଥ ଗଛକୁ ଜଳ ଅର୍ପଣ କରନ୍ତୁ । ଏହାସହ ସେଠାରେ ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ପଛକୁ ନ ବୁଲି ସେଠାରୁ ଚାଲି ଆସନ୍ତୁ । ଏହି ଉପାୟ ଦ୍ୱାରା ଶନିଗ୍ରହ ସହ ଜଡିତ ଦୋଷ ଦୂର ହୋଇଯାଏ । ଏହି ଉପାୟ କାଳସର୍ପ ଦୋଷ ମଧ୍ୟ ଦୂର କରିଥାଏ । ଏହାପରେ ଆପଣଙ୍କୁ ଧନ ଅର୍ଜନ କରିବାରେ କୌଣସି ବାଧା ଆସେ ନାହିଁ ।

୩) ଦୀପାବଳୀରେ ଲକ୍ଷ୍ମୀ ପୂଜା କରିସାରିବା ପରେ ଘରର ସମସ୍ତ କଠୋରୀରେ ଶଙ୍ଖ ଘଣ୍ଟା ବଜାନ୍ତୁ । ଏହାଦ୍ଵାରା ଘରର ନକରାତ୍ମକ ଶକ୍ତି ଏବଂ ଦାରିଦ୍ର୍ୟତା ଉଭୟ ଦୂର ହୋଇଯିବ ଏବଂ ଧନର ବୃଦ୍ଧି ହେବ ।

୪) ଦୀପାବଳୀରେ ମାତା ଲକ୍ଷ୍ମୀଙ୍କ ପୂର୍ବରୁ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଏବଂ ପୂଜା ସମୟରେ ୨୧ଟି ଦୂବକୁ ଏକତ୍ର କରି ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହାଦ୍ଵାର ଆପଣଙ୍କ ଘରକୁ ଧନ ସମ୍ବନ୍ଧିତ କୌଣସି ପ୍ରକାର ସମସ୍ୟା ଆସିବ ନାହିଁ ।

୫) ଦୀପାବଳୀ ଦିନ ଝାଡୁ କିଣି ଘରକୁ ଆଣନ୍ତୁ । ଏହି ଝାଡୁକୁ ପ୍ରଥମେ ପୂଜା କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ଘରର ସଫା କରନ୍ତୁ । ଶେଷରେ ଏହି ଝାଡୁକୁ ଲୁଚାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ ନିଜର କୃପା ବର୍ଷଣ କରନ୍ତି ବୋଲି ବିଶ୍ଵାସ କରାଯାଏ । ଏହି ଉପାୟ ଅତ୍ୟନ୍ତ ପୁରୁଣା ଅଟେ ଏବଂ ଶତାବ୍ଦୀ ଧରି ଏହାକୁ କରାଯାଉଛି ।

୬) ଦୀପାବଳୀରେ ଯେତେବେଳେ ମଧ୍ୟ ଲକ୍ଷ୍ମୀ ପୂଜା କରିବେ, ସେତେବେଳେ ଗୋଟିଏ କିମ୍ବା ଦୁଇଟି ହଳଦୀ ପୂଜାରେ ନିଶ୍ଚିତ ଭାବରେ ରଖନ୍ତୁ । ପୂଜା ଶେଷ ହେବା ପରେ ଏହି ହଳଦୀକୁ ଆପଣ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ଵାର ଧନର ଆଗମନ ବୃଦ୍ଧି ହେବା ଆରମ୍ଭ ହୋଇଯିବ ।

୭) ଦୀପାବଳୀରେ ମାତା ଲକ୍ଷ୍ମୀ ସହ କୁଳ ଦେବତାଙ୍କୁ ନିଶ୍ଚିତ ଭାବରେ ପୂଜା କରନ୍ତୁ । ଏହି ସମୟରେ ହଳଦିଆ କଉଡ଼ିର ଉପାୟ କରିବା ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହାଦ୍ଵାର ମାତା ଲକ୍ଷ୍ମୀ ଖୁବଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି । ଏହି ଉପାୟ କରିବା ପାଇଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ସମୟରେ ହଳଦିଆ ରଙ୍ଗର କଉଡ଼ି ରଖନ୍ତୁ । ଏଭଳି କରିବା ଦ୍ୱାରା ଟଙ୍କା ସହ ଜଡିତ ସମସ୍ତ ସମସ୍ୟା ଶେଷ ହୋଇଯାଏ । ଏହାଦ୍ଵାର ଅଟକି ରହିଥିବା ଟଙ୍କା ମଧ୍ୟ ମିଳିଯାଇଥାଏ ।

ଆଶା କରୁଛୁ ଦୀପାବଳୀ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ ।

Be the first to comment

Leave a Reply

Your email address will not be published.


*