କଣ ଆପଣ ଜାଣିଛନ୍ତି : ପ୍ଲାଟଫର୍ମ ଟିକେଟ ସମ୍ବନ୍ଧିତ ଏହି ତଥ୍ୟ ? ପ୍ଲାଟଫର୍ମ ଟିକେଟ୍ ମାଧ୍ୟମରେ କରିପାରିବେ ଯାତ୍ରା…

ଦୀର୍ଘ ଯାତ୍ରା କରିବା ହେଉ କିମ୍ବା ଆରାମଦାୟକ ଯାତ୍ରା କରିବା ହେଉ, ପ୍ରାୟ ସମସ୍ତଙ୍କୁ ଟ୍ରେନରେ ଯାତ୍ରା କରିବା ଅତ୍ୟନ୍ତ ଆରାମ ଲାଗିଥାଏ । ଟ୍ରେନରେ ଯାତ୍ରା କରିବା ପାଇଁ ଲୋକମାନେ ମାସ ମାସ ପୂର୍ବରୁ ରିଜର୍ଭେଶନ କରିଥାନ୍ତି । ରିଜର୍ଭେଶନ ପାଇଁ ଦୁଇ ପ୍ରକାରର ଟିକେଟ୍ ବୁକ୍ କରାଯାଏ । ଟିକେଟ୍ ରିଜର୍ଭେଶନ ଝରକା ଏବଂ ଅନଲାଇନ ମାଧ୍ୟମରେ କରାଯାଇପାରିବ । କିନ୍ତୁ କେବେ ଯଦି ହଠାତ ଯାତ୍ରା କରିବାକୁ ପଡିବ, ତେବେ କଣ କରିବା ? ଏଥିପାଇଁ ଅଧିକାଂଶ ଲୋକ ତତ୍କାଳୀନ ଟିକେଟକୁ ହିଁ ଏକମାତ୍ର ବିକଳ୍ପ ଭାବରେ ବିବେଚନା କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିରଖୁଛୁ ଯେ ପ୍ଲାଟଫର୍ମ ଟିକେଟ୍ ମାଧ୍ୟମରେ ମଧ୍ୟ ଯାତ୍ରା କରାଯାଇପାରିବ । ଆଶ୍ଚର୍ଯ୍ୟଚକିତ ହୁଅନ୍ତୁ ନାହିଁ, ଏହା ସତ୍ୟ ଅଟେ । ଆସନ୍ତୁ ଜାଣିବା ରେଳବିଭାଗର ନିୟମ କଣ ରହିଛି…

ପ୍ଲାଟଫର୍ମ ଟିକେଟ୍ ମାଧ୍ୟମରେ ଯାତ୍ରା :-

ଯଦି ଆପଣଙ୍କ ନିକଟରେ କେବଳ ପ୍ଲାଟଫର୍ମ ଟିକେଟ୍ ଅଛି ଏବଂ ଆପଣ ଟ୍ରେନରେ ଚଢି ଯାଇଛନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣ ଟିକେଟ୍ ଚେକରଙ୍କ ନିକଟକୁ ଯାଇ ଟିକେଟ୍ କରିପାରିବେ । ବାସ୍ତବରେ ଏହା ରେଳବିଭାଗର ହିଁ ନିୟମ ଅଟେ । ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନରେ ବସିପାରିବେ କିନ୍ତୁ ତାଙ୍କୁ ଖୁବଶୀଘ୍ର ଟିଟିଇଙ୍କ ସହ ସମ୍ପର୍କ କରିବାକୁ ପଡିବ । ଏହାସହିତ ଯେଉଁ ସ୍ଥାନକୁ ଯାତ୍ରା କରିବାର ରହିଛି, ସେହି ସ୍ଥାନ ପର୍ଯ୍ୟନ୍ତ ଟିକେଟ୍ କାଟିବାକୁ ପଡିବ । ତେବେ ଅନେକ ଥର ସିଟ୍ ନ ଥିବା ହେତୁ ଟିଟିଇ ଆପଣଙ୍କୁ ରିଜର୍ଭ ସିଟ୍ ଦେବାକୁ ମନା କରିପାରନ୍ତି । କିନ୍ତୁ ଆପଣଙ୍କୁ ଯାତ୍ରା କରିବାରେ ବାରଣ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କାର ଜୋରିମାନା ଏବଂ ଯାତ୍ରା ଭଡା ନିଆଯିବ ।

ଏହାର ଲାଭ କଣ :-

ପ୍ଲାଟଫର୍ମ ଟିକେଟର ଲାଭ କେବଳ ଏତିକି ଯେ, ଯାତ୍ରୀଙ୍କୁ ପ୍ଲାଟଫର୍ମ ଟିକେଟ୍ ନେଇଥିବା ଷ୍ଟେସନରୁ ଭଡା ଦେବାକୁ ପଡିବ । ଟଙ୍କା ନେବା ସମୟରେ ପ୍ରସ୍ଥାନ ଷ୍ଟେସନ ମଧ୍ୟ ସେହି ଷ୍ଟେସନକୁ ବିବେଚନା କରାଯିବ । ଯାତ୍ରୀମାନଙ୍କ ଠାରୁ ଭଡା ମଧ୍ୟ ସେହି ଶ୍ରେଣୀର ଆଦାୟ କରାଯିବ, ଯେଉଁଥିରେ ସେ ଯାତ୍ରା କରୁଛନ୍ତି ।

ଟ୍ରେନ ଛାଡିଦେଲେ କଣ କରିବେ :-

ପ୍ରାୟତଃ ଦେଖାଯାଏ ଯେ, ଟ୍ରେନ ଛାଡ଼ିଦେବା ପରେ ଲୋକମାନେ ଚିନ୍ତିତ ହୋଇଯାଆନ୍ତି ଯେ ଟ୍ରେନ ମଧ୍ୟ ଛାଡିଦେଲା ଏବଂ ପଇସା ମଧ୍ୟ ଚାଲିଗଲା । କିନ୍ତୁ ଟ୍ରେନ ଛାଡିଦେଲା ପରେ ମଧ୍ୟ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିପାରେ । ଟ୍ରେନ ମିସ୍ ହେବା ଭଳି ପରିସ୍ଥିତିରେ ଯାତ୍ରୀ ଟିଆରଡି (TRD) ପୂରଣ କରି ସେମାନଙ୍କ ଟିକେଟର ବେସ ଫେୟାରର ୫୦ ପ୍ରତିଶତ ଫେରସ୍ତ କ୍ଲେମ କରିପାରନ୍ତି । କିନ୍ତୁ ଆପଣଙ୍କୁ ଏହି କାମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରିବାକୁ ପଡିବ ।

କାହାକୁ ମଧ୍ୟ ଆପଣଙ୍କ ସିଟ୍ ଦେଇପାରିବେ ନାହିଁ ଟିଟିଇ :-

ଯଦି ଆପଣଙ୍କ ଟ୍ରେନ୍ ପ୍ରସ୍ଥାନ ହୋଇଯାଇଛି, ତେବେ ଟିଟିଇ (TTI) ଆଗାମୀ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଆପଣଙ୍କ ସିଟ୍ କାହାକୁ ମଧ୍ୟ ଦେଇପାରିବେ ନାହିଁ । ଆଗାମୀ ଦୁଇ ଷ୍ଟେସନ୍ ପର୍ଯ୍ୟନ୍ତ ଆପଣ ଟ୍ରେନ ପୂର୍ବରୁ ପହଞ୍ଚି ଆପଣ ଆପଣଙ୍କର ଯାତ୍ରା ପୂରଣ କରିପାରିବେ । କିନ୍ତୁ ଦୁଇଟି ଷ୍ଟେସନ ପରେ ଟିଟିଇ ଆରଏସି (RAC) ଟିକେଟର ଯାତ୍ରୀମାନଙ୍କୁ ଏହି ସିଟ୍ ଦେଇପାରିବେ ।

ଟ୍ରେନ ଟିକେଟ୍ ହଜିଗଲେ ମଧ୍ୟ ଚିନ୍ତା କରନ୍ତୁ ନାହିଁ :-

ଯଦି ଆପଣ ଟ୍ରେନ ଯାତ୍ରା ପାଇଁ ଇ-ଟିକେଟ୍ କରିଛନ୍ତି ଏବଂ ଟ୍ରେନରେ ବସିବା ପରେ ଆପଣଙ୍କୁ ଜଣା ପଡିଲା ଯେ ଆପଣଙ୍କ ଟିକେଟ୍ ହଜିଯାଇଛି, ତେବେ ଆପଣ ଟିକେଟ ଚେକର୍ (ଟିଟିଇ)ଙ୍କୁ ୫୦ ଟଙ୍କାର ଜୋରିମାନା ଦେଇ ଆପଣଙ୍କ ଟିକେଟ୍ ପାଇପାରିବେ ।

Be the first to comment

Leave a Reply

Your email address will not be published.


*