ବଲିଉଡର ଏହି ୫ଟି ବିବାଦୀୟ ଚଳଚ୍ଚିତ୍ର, ଯେଉଁଥିରେ ଅଶ୍ଳୀଳତା ଅଧିକ ରହିଥିଲା ! ବିବଦୀୟ ସ୍ଥିତି ଓ ଅଶ୍ଳୀଳତା ଯୋଗୁଁ

ବଲିଉଡର ଏହି ୫ଟି ବିବାଦୀୟ ଚଳଚ୍ଚିତ୍ର, ଯେଉଁଥିରେ ଅଶ୍ଳୀଳତା ଅଧିକ ରହିଥିଲା ! ବିବଦୀୟ ସ୍ଥିତି ଓ ଅଶ୍ଳୀଳତା ଯୋଗୁଁ ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବର କାଗଜରେ ମଧ୍ୟ ହେଡ୍-ଲାଇନ୍ ହୋଇଥିଲା ।

ବଲିଉଡ ଚଳଚ୍ଚିତ୍ର ପ୍ରାୟତଃ ସମୟ ଚର୍ଚ୍ଚାରେ ରହିବା ଏକ ସାଧାରଣ କଥା ଅଟେ । ଅନେକଥର ଏହି ଚର୍ଚ୍ଚା ଚଳଚ୍ଚିତ୍ରର କାହାଣୀ, ଗୀତ, କାଷ୍ଟ କିମ୍ବା ଳୋକେଶନ କାରଣରୁ ହୋଇଥାଏ । ଆଉ କେବେ କେବେ କୌଣସି ବିବାଦିତ ଦୃଶ୍ୟ ଯୋଗୁଁ ମଧ୍ୟ ହୋଇଥାଏ । ଆଜିକାଲି ବଲିଉଡରେ ବିଭିନ୍ନ ପ୍ରକାରର ମସାଲା ଦିଆଯାଉଛି । ଏଭଳି ପରିସ୍ଥିତିରେ କୌଣସି ମଧ୍ୟ ଦୃଶ୍ୟ ବିବାଦର ଘେରକୁ ଆସିବା ସ୍ଵାଭାବିକ କଥା ଅଟେ । ଆଜି ଆମେ ବଲିଉଡ ଚଳଚ୍ଚିତ୍ରର ସେହି ୫ଟି ଦୃଶ୍ୟ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହା ବିବାଦର ବିଷୟ ହୋଇଛି । ଯାହାଉପରେ ଜନସାଧାରଣ ମାନଙ୍କର ଅନେକ ମାତ୍ରାରେ କ୍ରୋଧ ଏବଂ ଆକ୍ରୋଶ ଦେଖା ଦେଇଥିଲା ।

କବିର ସିଂହ :-

ଶାହୀଦ କପୁର ଏବଂ କିଆରା ଆଡ଼ଭାନୀର ଅଭିନୀତ ଚଳଚ୍ଚିତ୍ର “କବିର ସିଂହ” ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରଟି ସାଉଥର ସୁପରହିଟ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ଙ୍କ ହିନ୍ଦୀ ରିମେସ୍କ ଥିଲା । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ହୋଇଥିଲା ଏବଂ ଏହାର ଗୀତଗୁଡିକ ଚାର୍ଟବଷ୍ଟର ଥିଲା । ବାସ୍ତବରେ କବିର ସିଂହ ଏଭଳି ଏକ ପିଲାର କାହାଣୀ ଅଟେ, ଯିଏ ସମସ୍ତ ଜିନିଷରେ ପରିପୂର୍ଣ୍ଣ ଅଟେ । ପାଠପଢାରେ ପ୍ରତିଭାଶାଳୀ, ଖେଳରେ ପ୍ରଥମ ଏବଂ ସ୍ମାର୍ଟ ଓ ବୋଲ୍ଡ ମଧ୍ୟ ଅଟେ କିନ୍ତୁ ଗୋଟିଏ ଜିନିଷ ଯେଉଁଥିରେ ସେ ନିୟନ୍ତ୍ରଣ ରଖିପାରେ ନାହିଁ, ତାହା ହେଉଛି ତାହାର କ୍ରୋଧ । ଚଳଚ୍ଚିତ୍ରରେ କବିର ସିଂହଙ୍କର କ୍ରୋଧକୁ ଅଧିକ ବଢ଼ାଇ ପ୍ରଦର୍ଶନ କରାଯାଇଛି । ଏତେ କ୍ରୋଧ ଯେ, ସେ ଯେତେବେଳେ ଗୋଟିଏ ଝିଅକୁ ଭଲ ପାଆନ୍ତି, ସେତେବେଳେ ତାଙ୍କ ସହ ମଧ୍ୟ ମାରପିଟ କରନ୍ତି । କେବଳ ଏତିକି ନୁହେଁ, ତାଙ୍କୁ ବିବାହ ନ କରିବା ଦ୍ୱାରା ମଧ୍ୟ ସେ ଅପଶବ୍ଦର ବ୍ୟବହାର କରନ୍ତି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ରରେ ଏପରି କେତେକ ଦୃଶ୍ୟ ମଧ୍ୟ ରହିଛି, ଯାହାକୁ ନେଇ ଲୋକମାନେ ସମାଲୋଚନା କରିଥିଲେ । ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ । ଲୋକଙ୍କର କହିବା ଅନୁଯାୟୀ, ମେନଷ୍ଟ୍ରିମ୍ ଚଳଚ୍ଚିତ୍ରରେ ମହିଳା ବିରୋଧୀ କାର୍ଯ୍ୟକଳାପ କିଏ କିପରି ଦେଖାଇ ପାରିବେ ।

ଉଡ଼ତା ପଞ୍ଜାବ :-

ଶାହୀଦ କପୁର ଏବଂ ଆଲିଆ ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଉଡ଼ତା ପଞ୍ଜାବ’ ଲୋକଙ୍କ ଆଖି ଖୋଲି ଦେଇଥିଲା । ଏଥିରେ ପଞ୍ଜାବର ବାସ୍ତବତା ଏବଂ ହେଉଥିବା ଡ୍ରଗ୍ସ ବ୍ୟବହାର ବିଷୟରେ ପ୍ରଦର୍ଶନ କରାଯାଇଥିଲା । ଚଳଚ୍ଚିତ୍ରରେ ଶାହୀଦ କପୁରଙ୍କ ଡ୍ରଗ୍ସ ନେଉଥିବାର ପ୍ରଦର୍ଶିତ କରାଯାଇଥିଲା ଏବଂ ସେହି ଦୃଶ୍ୟଗୁଡିକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଲୋକଙ୍କର କହିବା ଅନୁଯାୟୀ, ଡ୍ରଗ୍ସ ସହ ଜଡିତ ଦୃଶ୍ୟଗୁଡିକୁ ଏଭଳି ଭାବରେ ପ୍ରଦର୍ଶନ କରିବା ଉଚିତ ନଥିଲା । ଏହାସହ ଚଳଚ୍ଚିତ୍ରର ନାମକୁ ନେଇ ମଧ୍ୟ ଅନେକ ବିବାଦ ହୋଇଥିଲା । ଏହି ଚଳଚ୍ଚିତ୍ର ପଞ୍ଜାବର ଛବିକୁ ଖରାପ କରୁଛି ବୋଲି ସମସ୍ତେ କହିଥିଲେ ।

ବୁମ :-

୨୦୦୩ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ବୁମ’ରେ ଅମିତାଭ ବଚ୍ଚନ ମଧ୍ୟ ଦେଖା ଯାଇଥିଲେ । ଏହି ଚଳଚ୍ଚିତ୍ରଟି ବଲିଉଡ ଜଗତରେ ଫ୍ଲପ୍ ହୋଇଥିଲା । ଏଥିରେ ଗୁଲଶନ ଗ୍ରୋଭର କ୍ୟାଟ୍ରିନାଙ୍କୁ ଚୁମ୍ବନ ଦେବାର ଗୋଟିଏ ଦୃଶ୍ୟ ଥିଲା । ଚଳଚ୍ଚିତ୍ରଟି ରିଲିଜ ହୋଇସାରିବା ପରେ ଏହି ଦୃଶ୍ୟକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଗୁଲଶନ ଏବଂ କ୍ୟାଟ୍ରିନାଙ୍କ ସମସ୍ତ ଦୃଶ୍ୟ ବିବାଦର ବିଷୟ ପାଲଟି ଯାଇଥିଲା । ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ଦୃଶ୍ୟ ଉପରେ ଲୋକମାନେ ବହୁ ମାତ୍ରାରେ କ୍ରୋଧ ପ୍ରଦର୍ଶନ କରିଥିଲେ ।

ଦ ଡର୍ଟି ପିକଚର୍ :-

ଅଭିନେତ୍ରୀ ବିଦ୍ୟା ବାଲାନ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କର ଚରିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବିଦ୍ୟା ବାଲାନଙ୍କର ବୋଲ୍ଡ ଅବତାର ହିଁ ବିବାଦର ବିଷୟ ହୋଇଥିଲା । ଚଳଚ୍ଚିତ୍ରରେ ଏଭଳି କେତେକ ଦୃଶ୍ୟ ଥିଲା, ଯାହାର ବିରୋଧ ଜନସାଧାରଣ କରିଥିଲେ ।

ନିଶବ୍ଦ :-

୨୦୦୭ ମସିହାରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ଜିୟା ଖାନଙ୍କର ଆସିଥିବା ଚଳଚ୍ଚିତ୍ର ‘ନିଶବ୍ଦ’କୁ ନେଇ ଅନେକ ବିବାଦ ହୋଇଥିଲା । ରାମ ଗୋପାଲ ବର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ବିବାହିତ ଥିଲେ ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଥିଲା । ଅମିତାଭ ନିଜ ଝିଅର ସାଙ୍ଗ ଜିୟା ଖାନଙ୍କୁ ଭଲ ପାଇ ବସିଥିଲେ । ଯାହା ଉପରେ ଲୋକମାନେ ଆପତ୍ତି କରିଥିଲେ ।

Be the first to comment

Leave a Reply

Your email address will not be published.


*