ଲାଇମ ଲାଇଟରୁ ଦୁରେଇ ରୁହନ୍ତି ଶଶୀ କପୂରଙ୍କ ନାତୁଣୀ ! ସୁନ୍ଦରତାରେ କରିନାଙ୍କୁ ମଧ୍ୟ ଦିଅନ୍ତି ଟକ୍କର !

କପୂର ପରିବାର ବଲିଉଡ଼ର ସବୁଠାରୁ ପୁରୁଣା ଓ ଚର୍ଚ୍ଚିତ ପରିବାର ଅଟନ୍ତି । ଏହାକୁ ଭାରତୀୟ ସିନେମାର ପରିବାର ବୋଲି ମଧ୍ୟ କୁହାଯାଏ । ଏହି ପରିବାରର ପଞ୍ଚମ ପିଢ଼ି ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼ରେ ନିଜର ରାଜତ୍ଵ ପ୍ରତିଷ୍ଠା କରିଆସିଛନ୍ତି ଓ ନିଜର ଜଲୱା ମଧ୍ୟ ଦେଖାଉଛନ୍ତି । ଆପଣଙ୍କୁ ସୁଚାଇ ଦେଉଛୁ ଯେ କରିନା କପୂର, କରିସ୍ମା କପୂର ଓ ରଣବିର କପୂର… କପୂର ପରିବାରର ପଞ୍ଚମ ପିଢ଼ି ଅଟନ୍ତି । ରାଜ କପୂରଙ୍କୁ ନିଜର ଆଦର୍ଶ ଭାବରେ ମାନ୍ୟତା ଦେଇ ତାଙ୍କ ନାତି ନାତୁଣୀମାନେ ଚଳଚ୍ଚିତ୍ର ଜଗତରେ ନିଜ ପାଦ ରଖିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି ।

କରିନା, କରିସ୍ମା ବଲିଉଡ଼ର ସବୁଠାରୁ ସୁପରହିଟ ଓ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଜଣେ ଅଟନ୍ତି କିନ୍ତୁ ଆଜି ଆମେ କପୂର ପରିବାରର ସେହି ଝିଅ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯିଏ ସୁନ୍ଦରତାରେ ନିଜ ସମ୍ପର୍କୀୟ ଭଉଣୀ କରିସ୍ମା, କରିନା, ରିଦ୍ଧିମାଙ୍କୁ ମଧ୍ୟ ଟକ୍କର ଦିଅନ୍ତି । କିନ୍ତୁ ଆଜି ସେ ଲାଇମ ଲାଇଟରୁ ଦୂରେଇ ରୁହନ୍ତି । ଆସନ୍ତୁ ଜାଣିବା, କିଏ ଅଟନ୍ତି କପୂର ପରିବାରର ଏହି ଝିଅ…

ଭାରତୀୟ ସିନେମା ଜଗତର ସବୁଠାରୁ ସଫଳ ଅଭିନେତା ସୂଚୀରେ ସାମିଲ ହୋଇଥିବା ଶଶୀ କପୂରଙ୍କ ହସ ଉପରେ ସମସ୍ତେ ପାଗଳ ଥିଲେ । ଏହା ସହିତ ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲା । କିନ୍ତୁ ବର୍ତ୍ତମାନ କେବଳ ଶଶୀ କପୂରଙ୍କ ସ୍ମୃତି ହିଁ ଆମ ମଧ୍ୟରେ ରହିଛି । ବାସ୍ତବରେ ଆଜି ଆମେ ରାଜ କପୂରଙ୍କ ଛୋଟ ଭାଇ ଶଶୀ କପୂରଙ୍କ ନାତୁଣୀ ଶାୟରା ଲାରା କପୂରଙ୍କ ବିଷୟରେ ଆଲୋଚନା ଦେବାକୁ ଯାଉଛୁ ।

ବହୁତ ସୁନ୍ଦରୀ ଅଟନ୍ତି ଶାୟରା କପୂର, ଦେଖନ୍ତୁ ଫଟୋ…

ଆପଣଙ୍କ ଅବଗତ ନିମନ୍ତେ ଜଣାଇଦେଉଛୁ ଯେ, ଶଶୀ କପୂର ବିଦେଶୀ ଅଭିନେତ୍ରୀ ଜେନିଫର କଣ୍ଡେଲଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କର ତିନୋଟି ସନ୍ତାନ କୁନାଲ କପୂର, କରନ କପୂର ଓ ସଞ୍ଜନା କପୂର ଜନ୍ମ ହୋଇଥିଲେ । ଶାୟରା ଲାରା କପୂର, ଶଶୀ କପୂରଙ୍କ ପୁଅ କୁନାଲ କପୂରଙ୍କ ଝିଅ ଅଟନ୍ତି । ଅର୍ଥାତ ଶାୟରା ସମ୍ପର୍କରେ ଶଶୀ କପୂରଙ୍କ ନାତୁଣୀ ଅଟନ୍ତି ଏବଂ ସୁନ୍ଦରତା ମାମଲାରେ କରିନା, କରିସ୍ମା ଓ ରିଦ୍ଧିମାଙ୍କ ଭଳି ଷ୍ଟାଇଲିସ୍ ଓ ଗ୍ଲେମରସ୍ ମଧ୍ୟ ଅଟନ୍ତି, ଯାହା ତାଙ୍କୁ କପୂର ପରିବାରରୁ ଆଶୀର୍ବାଦ ସ୍ୱରୁପ ପ୍ରାପ୍ତ ହୋଇଛି ।

ବଲିଉଡ଼ରେ ଯେଉଁଠାରେ ଗୋଟିଏ ପଟେ କପୂର ପରିବାରଙ୍କ ପୁଅ ଓ ଝିଅଙ୍କ ଜଲୱା ଦେଖିବାକୁ ମିଳେ, ତେବେ ଅନ୍ୟପକ୍ଷରେ ଶାୟରା କପୂର ପରିବାର ସହ ସମ୍ପର୍କ ଥାଇ ମଧ୍ୟ ଲାଇମ ଲାଇଟରୁ ଖୁବ ଦୂରରେ ରୁହନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଶାୟରାଙ୍କ ପିତା କୁନାଲ କପୂର ମଧ୍ୟ ଚଳଚ୍ଚିତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ । ସେ ଚଳଚ୍ଚିତ୍ର “ଅହିସ୍ତା-ଅହିସ୍ତା”ରେ କାମ କରିଥିଲେ କିନ୍ତୁ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଇଥିଲା ଓ ସେ ନିଜ କ୍ୟାରିୟରରେ ବେଶୀ କିଛି ସଫଳତା ହାସଲ କରିପାରିଲେ ନାହିଁ ।

ଜଣାଇ ଦେଉଛୁ ଯେ କୁନାଲ କପୂର ରମେଶ ସିପ୍ପୀଙ୍କ ଝିଅ ଶିନା ସିପ୍ପୀଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ଅଧିକ ଦିନ ଧରି ତିଷ୍ଠି ପାରିନଥିଲା ଏବଂ ଖୁବଶୀଘ୍ର ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଯଦି କ୍ୟାରିୟର ବିଷୟରେ ଆଲୋଚନା କରିବା, ତେବେ କୁନାଲ କପୂର ଚଳଚ୍ଚିତ୍ର ନିର୍ମାଣରେ ମଧ୍ୟ ନିଜର କ୍ୟାରିୟର ତିଆରି କରିଥିଲେ କିନ୍ତୁ ତାଙ୍କ ସନ୍ତାନମାନେ ବଲିଉଡ଼ରେ ନିଜ କ୍ୟାରିୟର ନିର୍ମାଣ କରିପାରିଲେ ନାହିଁ । କୁହାଯାଏ ଯେ, ଶାୟରାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ କୌଣସି ରୁଚି ନଥିଲା ।

ଚଳଚ୍ଚିତ୍ର ଜଗତର ଅଭିଜ୍ଞ ବ୍ୟକ୍ତିମାନଙ୍କ ମତରେ ଶାୟରା ଯଦି କେବେ ଚଳଚ୍ଚିତ୍ରରେ ଆସନ୍ତି; ତେବେ ଅନେକ ବଲିଉଡ଼ ଅଭିନେତ୍ରୀଙ୍କୁ ଟକ୍କର ଦେଇ ପାରିବେ । କିନ୍ତୁ ଶାୟରାଙ୍କୁ କ୍ୟାମେରା ନଜରରୁ ଦୂର ରହିବା ହିଁ ପସନ୍ଦ କରନ୍ତି, ସେ ଚଳଚ୍ଚିତ୍ରରୁ ଦୂରେଇ ରହି ନିଜ କ୍ୟାରିୟର ତିଆରି କରିବା ପାଇଁ ଚାହଁନ୍ତି ।

Be the first to comment

Leave a Reply

Your email address will not be published.


*