ଆଶୁତୋଷ ରାଣା ଛାଡ଼ପତ୍ର ନେଇଥିବା ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ । ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ ଦୁହିଁଙ୍କ ପ୍ରେମ କାହାଣୀ…

ଆଶୁତୋଷ ରାଣାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସବୋର୍ତ୍ତମ ଅଭିନୟ ପାଇଁ ଜଣାଯାଏ । ଏହି କାରଣରୁ ସବୁ ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବାକୁ ଚାହାଁନ୍ତି । ସେ ୧୦ ନଭେମ୍ବର ୧୯୬୭ରେ ମଧ୍ୟପ୍ରଦେଶର ନରସିଂହପୁରରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଟିଭି ଶୋ’ “ସ୍ଵାଭିମାନ” ଜରିଆରେ ୧୯୯୫ ମସିହାରେ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ତେବେ ସେ ‘ଦୁଶ୍ମାନ’ (୧୯୯୮) ଚଳଚିତ୍ରରେ ଗୋକୁଲ ପଣ୍ଡିତଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ, ତାଙ୍କ ସାମ୍ନାରେ ଏକ ଚଳଚ୍ଚିତ୍ର ଅଫର୍ ଆସିଥିଲା ଏବଂ ସେ ଆଉ ପଛକୁ ଚାହିଁ ନଥିଲେ ।

ଆଶୁତୋଷ ରାଣାଙ୍କ ପତ୍ନୀଙ୍କ ନାମ ରେଣୁକା ଶହାଣେ ଅଟେ । ଏହି ଦୁହିଁଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ବିଚିତ୍ର । ଆଶୁତୋଷ ରାଣା ଏବଂ ରେଣୁକା ଶହାଣେଙ୍କ ପ୍ରଥମ ଦେଖା ନିର୍ଦ୍ଦେଶକ “ହଂସଲ ମେହତା”ଙ୍କ ଏକ ଫିଲ୍ମର ଶୁଟିଂରେ ହୋଇଥିଲା । ରେଣୁକା ଆଶୁତୋଷ ରାଣାଙ୍କୁ ପ୍ରଥମେ ଚିହ୍ନି ନଥିଲେ । ଗୋଟିଏ ଫୋନ କୋଲ୍ ଦ୍ୱାରା ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହି କି ଯେ, ପ୍ରଥମ ଥର ଏହି ଦୁଇଜଣ ଫୋନରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ । ଏକ ସାକ୍ଷାତକାରରେ ରେଣୁକା ଶହାଣେ କହିଛନ୍ତି ଯେ, ନିର୍ଦ୍ଦେଶକ ରବି ରାୟ ନିଜ ଘରେ ଦୀପାବଳି ପାର୍ଟି ଆୟୋଜନ କରିଥିଲେ । ଯେଉଁଥିରେ ଅଶୁତୋଷ ରାଣା ଆସିପାରି ନଥିଲେ । ଏଥିପାଇଁ ଆଗାମୀ ଦିନ ଅଶୁତୋଷ ଭୋଏସ୍ ମେଲ୍ ଦ୍ୱାରା ରେଣୁକାଙ୍କୁ ଦୀପାବଳିର ଶୁଭକାମନା ମଧ୍ୟ ଜଣାଇଥିଲେ । ସେହି ଦିନ ଠାରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲି ଆସୁଥିଲା ।

କିଛିଦିନ ପର୍ଯ୍ୟନ୍ତ ଲଗାତାର ଫୋନରେ କଥା ହେବା ପରେ ଦୁହେଁ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଲେ କିନ୍ତୁ ରେଣୁକାଙ୍କୁ ଅଶୁତୋଷଙ୍କ ସହ ଦେଖା କରିବାକୁ ଅତ୍ୟନ୍ତ ଅଜବ ଅନୁଭୂତ ହେଉଥିଲା । ତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ଵ ସମ୍ପର୍କ ଗଢିଥିଲା । ଏହି ଦୁଇଜଣ ନିଜର ଭବିଷ୍ୟତ ଜୀବନ ବିଷୟରେ ଭାବୁଥିଲେ । ରେଣୁକା ଶହାଣେ, ଅଶୁତୋଷ ରାଣାଙ୍କ ଠାରୁ ୪ ବର୍ଷରେ ବଡ଼ ଏବଂ ସେହି ସମୟରେ ସେ ବିବାହିତ ମଧ୍ୟ ଥିଲେ । ଏପରି ସ୍ଥିତିରେ ରେଣୁକାଙ୍କୁ ଅଶୁତୋଷଙ୍କ ସହିତ ନିଜର ସମ୍ପର୍କକୁ ନେଇ କିଛି ସନ୍ଦେହ ଥିଲା । ରେଣୁକା ଶହାଣେଙ୍କ ମାଆଙ୍କୁ ମଧ୍ୟ ଏହି ବିବାହ ସ୍ୱୀକାର ନଥିଲା । କାରଣ ଅଶୁତୋଷଙ୍କ ପରିବାରରେ ୧୨ ଜଣ ସଦସ୍ୟ ଥିଲେ ଏବଂ ସେ ମଧ୍ୟପ୍ରଦେଶର ଏକ ଛୋଟ ଗ୍ରାମର ରହୁଥିଲେ । ମାତ୍ର ରେଣୁକା ଶହାଣେଙ୍କ ପ୍ରଥମ ବିବାହ ଭାଙ୍ଗିବା ଏବଂ ଦୁଇ ଜଣଙ୍କର ଭଲ ତାଳମେଳ କାରଣରୁ ସେମାନେ ପ୍ରାୟତଃ ଅଢ଼େଇ ବର୍ଷ ମଧ୍ୟପ୍ରଦେଶର ଦମୋହ ନାମକ ସ୍ଥାନରେ ବିବାହ କରିଥିଲେ । ଅଶୁତୋଷ ଏବଂ ରେଣୁକା ଶହାଣେଙ୍କର ୨ ପୁଅ ଅଛନ୍ତି, ଶୌୟ ମନ ଏବଂ ସତ୍ୟେନ୍ଦ୍ର ।

ଅଶୁତୋଷ ରାଣା ହିନ୍ଦୀ ଫିଲ୍ମ ସହିତ ମରାଠୀ, କନ୍ନଡ଼ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଶୁତୋଷ ସବୁବେଳେ ନିଜ ଗାଁଆରେ ହେଉଥିବା ରାମଲୀଳାରେ ରାବଣର ଭୂମିକା ଅଭିନୟ କରୁଥିଲେ । ଅଶୁତୋଷ ନିଜ ଜେଜେ ବାପାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ତାଙ୍କ କଥାରେ ହିଁ ଅଶୁତୋଷ ଅଭିନୟକୁ ନିଜର କ୍ୟାରିଅର ରୂପରେ ବାଛିଥିଲେ ।

Be the first to comment

Leave a Reply

Your email address will not be published.


*