ସରକାରୀ ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ଦୀପାବଳି ଉପହାର : ଶେଷ କଲେ କିଛି ଚାର୍ଜ, ଶସ୍ତା କଲେ ହୋମ-ପର୍ସନାଲ ଅଟୋ ଲୋନ…

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର : ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଦୀପାବଳି ଅବସରରେ ନିଜ ଗ୍ରାହକଙ୍କୁ ଉପହାର ଦେଇ ଚାର୍ଜ ଶେଷ କରିବାକୁ ଘୋଷଣା କରିଛନ୍ତି ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଗତ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ବ୍ୟାଙ୍କ ଆରଏଲଏଲଆର – ରେପୋ ଲିଙ୍କଡ଼ ଲେଡିଙ୍ଗ ରେଟ୍ (Repo Linked Lending Rate -RLLR) ଉପରେ ଆଧାରିତ ସୁଧ ଦର ୦.୧୫ ପ୍ରତିଶତକୁ ହ୍ରାସ କରି ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ନୂତନ ସୁଧ ଦର ହ୍ରାସ ପାଇ ୬.୯୦ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନ ଏହି ନିଷ୍ପତ୍ତି ପରେ RLLR ଉପରେ ଆଧାରିତ ସମସ୍ତ ଋଣ ଦର ୦.୧୫ ପ୍ରତିଶତ ହ୍ରାସ କରି ଦିଆଯିବ । ଗ୍ରାହକଙ୍କୁ ପ୍ରତି ମାସରେ EMI ଉପରେ ୦.୧୫%ର ସଞ୍ଚୟ ହେବ । ଏହା ବ୍ୟତୀତ ବ୍ୟାଙ୍କ ପ୍ରୋସେସିଂ ଫି’ ମଧ୍ୟ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

୭ ନଭେମ୍ବରରୁ ଲାଗୁ ହେଲା ନୂତନ ଦର :-

ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁଯାୟୀ, ନୂତନ ଦର ୭ ନଭେମ୍ବର ୨୦୨୦ରୁ ଲାଗୁ ହୋଇଛି । ବ୍ୟାଙ୍କ ତରଫରୁ ଗୃହ ଋଣ, କାର୍ ଲୋନ୍, ସୁନା ଋଣ, ଶିକ୍ଷା ଋଣ ଓ MSME ଉପରେ ସୁଧ ଦର ୦.୧୫ ପ୍ରତିଶତ ହ୍ରାସ ପାଇଛି । ବ୍ୟାଙ୍କର ଏକଯ୍ୟୁକେଟିଭ ଡ଼ିରେକ୍ଟର (Executive Director) ହେମନ୍ତ ଟମଟାଙ୍କ ଅନୁଯାୟୀ ଏହି ପର୍ବପର୍ବାଣି ଋତୁରେ ବ୍ୟାଙ୍କ ଗୃହ, ଗାଡ଼ି ଓ ସୁନା ଋଣ ଉପରେ ପ୍ରୋସେସିଂ ଫି’ ନ ନେବା ପାଇଁ ନିଷ୍ପତ୍ତି ନେଇଛି ।

ମହିଳାଙ୍କୁ ମିଳିବ ଅଧିକ ଛୁଟ :-

ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଆନୁୟାୟି, ମହିଳା ମାନଙ୍କୁ ୦.୦୫ ପ୍ରତିଶତର ଅତିରିକ୍ତ ଛୁଟ ମିଳିବ । ଏହା ବ୍ୟତୀତ ଡିଫେନ୍ସ (ଆର୍ମି, ନେଭି ଓ ଏୟାରଫୋର୍ସ)ରେ କାର୍ଯ୍ୟରତ ଥିବା ଲୋକଙ୍କୁ ମଧ୍ୟ ୦.୦୫ ପ୍ରତିଶତ ଅତିରିକ୍ତ ଛୁଟ ଦେବା ପାଇଁ ଘୋଷଣା କରାଯାଇଛି ।

ବ୍ୟାଙ୍କ ଅଫ ବରୋଦା ମଧ୍ୟ ଦେଲେ ଦୀପାବଳି ଉପହାର :-

ଆପଣଙ୍କୁ ସୁଚାଇଦେଉଛୁ ଯେ, ଏହା ପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ନିଜ ଗ୍ରାହକଙ୍କୁ ଦୀପାବଳି ଉପହାର ଦେଇ ସୁଧ ଦର ହ୍ରାସ କରିବା ଘୋଷଣା କରିଛନ୍ତି । ତୃତୀୟତଃ ସବୁଠାରୁ ବଡ଼ କଥା ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ରେପୋ ଦର ସହ ଜଡ଼ିତ ଋଣ ସୁଧ ଦରକୁ ୭ ପ୍ରତିଶତରୁ ୬.୮୫ ପ୍ରତିଶତ କରିଦେଇଛି ।

ବ୍ୟାଙ୍କର ଏହି ନୂତନ ଦର ୧ ନଭେମ୍ବର ୨୦୨୦ ଠାରୁ ଲାଗୁ ହେବ । ବ୍ୟାଙ୍କର ଜେନେରାଲ ମ୍ୟାନେଜର ହର୍ଷଦ କୁମାର ଟି. ଷୋଳଙ୍କି ଶନିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ଏଥିରେ ଗୃହ ଋଣ, ମୋର୍ଟଗେଜ ଋଣ, ଗାଡ଼ି ଋଣ, ଏଜୁକେସନ ଋଣ, ପର୍ସନାଲ ଋଣ ଆଦି ଗ୍ରାହକଙ୍କୁ ଲାଭ ମିଳିବ ।

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦର ହ୍ରାସ କରିଦେଇଛି :-

ପବ୍ଲିକ ସେକ୍ଟର ବ୍ୟାଙ୍କ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) କହିଛି ଯେ ସେ ସୁଧ ଦରରେ ୩୦ ଲକ୍ଷ ଟଙ୍କାରୁ ଅଧିକ ଘରୋଇ ଋଣ ପାଇଁ ୧୦ ପଏଣ୍ଟରରେ ହସ୍ର ହୋଇଛି । ବ୍ୟାଙ୍କ ଏକ ବୟାନରେ କହିଛି ଯେ, ମହିଳା ଋଣଧାରକଙ୍କୁ ଏପରି ଋଣ ପାଇଁ ସୁଧ ଦରରେ ଏହି ହ୍ରାସ ଉପରେ ୫ ପ୍ରତିଶତ ଅତିରିକ୍ତ ହ୍ରାସ ମିଳିବ । ନୂତନ ରେଟ୍ ୧ ନଭେମ୍ବର ଠାରୁ ଲାଗୁ ହୋଇସାରିଛି ।

ଏହି ପରିବର୍ତ୍ତନ ସହିତ ପୁରୁଷ ଋଣ ଧାରକ, ଯାହାଙ୍କ କ୍ରେଟିଡ ସ୍କୋର ୭୦୦ରୁ ଅଧିକ ଅଟେ, ସେମାନଙ୍କୁ ୭ ପ୍ରତିଶତରେ ଗୃହ ଋଣ ଅଫର୍ ଦିଆଯାଇଛି । ଋଣ ଦାତା ଆଗକୁ କହିଛନ୍ତି ଯେ, ସେ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଗୃହ ଋଣ କୌଣସି ପ୍ରୋସେସିଂ ଫି’ ନେବେ ନାହିଁ । ଏହା ବ୍ୟତୀତ ୟୁବିଆଇ ମଧ୍ୟ ଋଣ ଟେକ୍ ଓଭର୍ କରିବା ସ୍ଥିତିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲିଗଲ୍ ଓ ଭେଲ୍ୟୁଏସନ୍ ରିହାତି ଦେଇଛି । ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ଗାଡ଼ି ଓ ଏଜୁକେସନ୍ ଋଣ ଉପରେ କୌଣସି ପ୍ରୋସେସିଂ ଚାର୍ଜ କରାଯିବ ନାହିଁ ।

Be the first to comment

Leave a Reply

Your email address will not be published.


*