ଧନତେରସରେ ନିହାତି କିଣନ୍ତୁ ଏହି ୫ଟି ଜିନିଷ ! ପରିବାରରୁ ଦୂର ହେବ ସମସ୍ତ ଦୁଃଖକଷ୍ଟ…

ବର୍ତ୍ତମାନ ସମଗ୍ର ଦେଶରେ ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ଦୀପାବଳୀର ପ୍ରସ୍ତୁତି ଜାରି ରହିଛି । ନଭେମ୍ବର ୧୪ରେ ଦୀପାବଳୀ ପର୍ବ ପାଳିତ ହେବ ଏବଂ ତାହାର ଠିକ ୨ ଦିନ ପୂର୍ବରୁ ନଭେମ୍ବର ୧୨ରେ ଧନତେରସ୍ ଉତ୍ସବ ଆୟୋଜିତ ହେବ । ଧନତେରସ ଦିନ ଠାରୁ ହିଁ ଦୀପାବଳୀର ପ୍ରାରମ୍ଭ ହୋଇଥାଏ, ଯାହା ଦୀପାବଳୀର ପୂର୍ବ ଦିନ ଠାରୁ ପାଳିତ ହୋଇଥାଏ । ଆପଣଙ୍କୁ କହି ରଖିଛୁ ଯେ ଧନତେରସ ଦିନ ମାଆ ଧନବନ୍ତରୀଙ୍କ ପୂଜା କରାଯାଇଥାଏ ଏବଂ ଏହି ଦିନ କିଛି ନୁଆ କିଣିବାର ପରମ୍ପରା ରହିଛି, ଯାହା ବହୁ ପୁରାତନ କାଳରୁ ଚାଲି ଆସୁଛି । ମାତ୍ର ଲୋକମାନେ ସାଧାରଣତଃ ଏହା ଜାଣି ପରିନଥାନ୍ତି ଯେ ଧନତେରସ ଦିନ କଣ କିଣିବା ଉଚିତ ? ତେଣୁ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ, ଧନତେରସ ଦିନ ଆପଣଙ୍କୁ ଆପଣଙ୍କ ପରିବାର ପାଇଁ କ’ଣ କିଣିବା ଉଚିତ ।

୧. ସୁନା କିଣିବା :-

ଧନତେରସ ଦିନ ସୁନା କିମ୍ବା ରୁପାର ଆଭୂଷଣ ନିଶ୍ଚିତ ଭାବରେ କିଣିବା ଉଚିତ । ଏହା କିଣିବା ଦ୍ଵାରା ସାରା ବର୍ଷ ଆପଣଙ୍କ ପାଇଁ ଶୁଭଦୟାକ ହୋଇଥାଏ । ଏପରି ବିଶ୍ଵାସ କରାଯାଏ ଯେ ସୁନା, ଲକ୍ଷ୍ମୀ ଏବଂ ବୃହସ୍ପତିଙ୍କ ପ୍ରତୀକ ହୋଇଥାଏ । ଏଥିପାଇଁ ସୁନା କିଣିବା ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣ ସୁନା ଏବଂ ରୁପା ଆଭୂଷଣ ପାଇଁ ଅଧିକ ଖର୍ଚ୍ଚ କରିବାକୁ ଅସମର୍ଥ, ତେବେ ଆପଣ ଅତି କମରେ ସୁନା କିମ୍ବା ରୁପା ମୁଦ୍ରା ନିଶ୍ଚିତ ଭାବରେ କିଣନ୍ତୁ ।

୨. ବାସନକୁସନ କିଣିବା :-

ନିଜ ଶକ୍ତି ଅନୁସାରେ ଧନତେରସ ଦିନ ଆପଣଙ୍କୁ କିଛି ବାସନକୁସନ କିଣିବା ଉଚିତ । ତମ୍ବା, ପିତ୍ତଳ, ଷ୍ଟିଲ ଏବଂ ରୁପାର ବାସନକୁସନ କିଣିବା ଶୁଭ ହୋଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ପିତ୍ତଳ ବାସନ ଲକ୍ଷ୍ମୀ ଏବଂ ବୃହଷ୍ପତିଙ୍କର ପ୍ରତୀକ ହୋଇଥାଏ । ତେଣୁ ଧନତେରସ ଦିନ ଯଦି ଆପଣ ସୁନା କିଣିପାରୁ ନାହଁନ୍ତି; ତେବେ ବାସନ କୁସନ ନିଶ୍ଚିତ କିଣନ୍ତୁ ।

୩. ଧନିଆ କିଣିବା :-

ଏହି ଦିନ ଗ୍ରାମୀଣ ଅଞ୍ଚଳରେ କୃଷକମାନେ ଧନିଆ ମଞ୍ଜି କିଣନ୍ତି ଏବଂ ସହରରେ ବସବାସ କରୁଥିବା ଲୋକେ ଧନିଆ ପତ୍ର କିଣିଥାନ୍ତି । ଏହାକୁ ପେଷି ଗୁଡ଼ ସହିତ ମିଶାଇ ନୈବେଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଏହାର ପୂଜା କରାଯାଇଥାଏ ।

୪. ନୂଆ ବସ୍ତ୍ର କିଣିବା :-

ଧନତେରସର ଠିକ୍ ଗୋଟିଏ ଦିନ ପରେ ଦୀପାବଳୀ ପର୍ବ ଆସିଥାଏ । ତେଣୁ ଏହି ଦିନ ପିନ୍ଧିବା ପାଇଁ ବସ୍ତ୍ର କିଣିବାର ପରମ୍ପରା ବର୍ଷ ବର୍ଷ ପୂର୍ବରୁ ରହି ଆସିଛି ।

୫. ଅନ୍ୟ ବସ୍ତୁ :-

ବାସନ କୁସନ, ଆଭୂଷଣ ଏବଂ ବସ୍ତ୍ର ବ୍ୟତୀତ ଧନତେରସ ଦିନ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, ଖେଳନା ଆଦି ମଧ୍ୟ କିଣାଯାଇଥାଏ । ଆପଣଙ୍କୁ କହିରଖୁଛୁ ଯେ, ଧନତେରସ ଦିନ ମାଆ ଧନବନ୍ତରୀଙ୍କ ସହିତ ଲକ୍ଷ୍ମୀ, ଗଣେଶ, କୁବେର ଏବଂ ଯମରାଜଙ୍କ ପୂଜା ମଧ୍ୟ କରାଯାଇଥାଏ । ତା’ସହିତ ଏହି ଦିନ ଗ୍ରାମୀଣ ଅଞ୍ଚଳ ଲୋକମାନେ ନିଜ ଘରେ ରଖିଥିବା ଗାଈର ମଧ୍ୟ ପୂଜା କରିଥାନ୍ତି ।

ପୂଜା ମୁହୂର୍ତ୍ତ :-

ପ୍ରତିବର୍ଷ ହିନ୍ଦୁ ପଞ୍ଜିକା ଅନୁସାରେ, କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିକୁ ଧନତେରସ୍ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଏହି ତିଥି ନଭେମ୍ବର ୧୨, ରାତି ଘ. ୯:୩୦ ମିନିଟ୍ ସମୟରେ ଆରମ୍ଭ ହେବ ଏବଂ ନଭେମ୍ବର ୧୩ ସନ୍ଧ୍ୟା ୫:୫୯ ମିନିଟରେ ଶେଷ ହେବ । କିନ୍ତୁ ଅନ୍ୟ କେତେକ ପଞ୍ଜିକା ଅନୁସାରେ ଧନତେରସ ନଭେମ୍ବର ୧୨ରେ ହେବ । ପୁଣି ନଭେମ୍ବର ୧୩ ଅନୁସାରେ ଧନତେରସ ପୂଜା ସନ୍ଧ୍ୟା ୫:୨୮ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ଘ. ୫:୫୯ ମିନିଟରେ ଶେଷ ହେବ ।

କ୍ରୟ କରିବାର ମୁହୂର୍ତ୍ତ :-

ଯଦି ଆପଣ ଧନତେରସ୍ ପାଇଁ ନଭେମ୍ବର ୧୨ରେ କିଛି ଜିନିଷ କିଣିବାକୁ ଚାହୁଁଛନ୍ତି; ତେବେ ସକାଳ ଘ.୧୧:୨୦ ମିନିଟରୁ ଦ୍ୱିପ୍ରହର ୧୨:୦୪ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି । ଏହାପରେ ରାତି ଘ. ୮:୩୨ ମିନିଟରୁ ଘ. ୯:୫୮ ମିନିଟ ପର୍ଯ୍ୟନ୍ତ ଅମୃତ ଲଗ୍ନ ରହିଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ନଭେମ୍ବର ୧୨, ୨୦୨୦ ଗୁରୁବାର ଦିନ ରାତି ଘ. ୯:୩୦ ମିନିଟ ରୁ ଆରମ୍ଭ ହୋଇ ନଭେମ୍ବର ୧୩ ସକାଳ ଘ. ୬:୪୨ ମିନିଟ୍ ପର୍ଯ୍ୟନ୍ତ ହସ୍ତ ଏବଂ ଚିତ୍ରା ନକ୍ଷତ୍ରରେ ତ୍ରୟୋଦଶୀ ତିଥି ହେବ । ପୁଣି ନଭେମ୍ବର ୧୩ରେ ସକାଳ ଘ. ୬:୪୨ ମିନିଟରୁ ସନ୍ଧ୍ୟା ଘ. ୬:୫୯ ମିନିଟ ପର୍ଯ୍ୟନ୍ତ ଚିତ୍ରା ନକ୍ଷତ୍ରରେ ତ୍ରୟୋଦଶୀ ତିଥି ରହିବ ।

Be the first to comment

Leave a Reply

Your email address will not be published.


*