ବମ୍ବେ Hight Court ଅର୍ଣ୍ଣବଙ୍କୁ ଦେଲେ ବଡ଼ ଝଟକା ! ପ୍ରତ୍ୟାଖ୍ୟାନ କଲେ ଜାମିନ ଆବେଦନ…

ନୂଆଦିଲ୍ଲୀ ୧୦/୧୧: ରିପବ୍ଲିକ ଟିଭି ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଅର୍ଣ୍ଣବଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ବାଇ ହାଇ କୋର୍ଟ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଏହାସହ କୋର୍ଟ ଆହୁରି ମଧ୍ୟ କହିଛି ଯେ ଯଦି ଅର୍ଣ୍ଣବ ଗୋସ୍ୱାମୀ ଚାହୁଁଛନ୍ତି, ତେବେ ନିମ୍ନତମ କୋର୍ଟରେ ଜାମିନ ପାଇଁ ଆବେଦନ କରିପାରିବେ ।

ଏହାକୁ ଦୃଷ୍ଟିରେ ରଖି ଅଲିବାଗ୍ ସେଶନ୍ କୋର୍ଟରେ ଅର୍ଣ୍ଣବଙ୍କ ଦ୍ଵାରା ଜାମିନ ଆବେଦନ ଦାଖଲ କରାଯାଇଥିଲା । କୋର୍ଟର ଏହିପରି ମନ୍ତବ୍ୟ ଶୁଣିବା ପରେ ରିପବ୍ଲିକ ଟିଭିର ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଖାଲି ହାତରେ ଫେରିଥିଲେ ଏବଂ ମୁମ୍ବାଇ ହାଇକୋର୍ଟ ଭଳି ଅନ୍ୟ ନିମ୍ନତମ କୋର୍ଟ ମଧ୍ୟ ଅର୍ଣ୍ଣବଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

୧୮ ନଭେମ୍ବର ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି :-

ଆପଣଙ୍କୁ ଜଣାଇ ଦେଉଛୁ ଯେ, ନଭେମ୍ବର ୪ ତାରିଖରେ ପୋଲିସ ଅନ୍ୟୟ ନାୟକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଅର୍ଣ୍ଣବଙ୍କୁ ତାଙ୍କ ବାସଗୃହରୁ ଗିରଫ କରିଥିଲା । ତାଙ୍କ ବ୍ୟତୀତ ଏହି ମାମଲାରେ ଫିରୋଜ ଶେଖ ଏବଂ ନୀତିଶ ଶାରଦାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅର୍ଣ୍ଣବଙ୍କୁ ଗିରଫ କରିବା ପରେ ଅଲିବାଗ୍ ନେଇ ଯାଇ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଏହିଠାରୁ ତାଙ୍କୁ ୧୮ ନଭେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ତାଙ୍କୁ ଅଲିବାଗର ଏକ ବିଦ୍ୟାଳୟରେ ରଖାଯାଇଥିଲା । ତେବେ ନିକଟରେ ତାଙ୍କ ଠାରୁ ମୋବାଇଲ ମିଳିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା ।

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା କଣ:-

ଆପଣଙ୍କୁ ଜଣାଇ ରଖୁଛୁ ଯେ ଜଣେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାୟକ ଏବଂ ତାଙ୍କର ଆତ୍ମହତ୍ୟା ମାମଲାରେ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି । ଅନ୍ୟୟଙ୍କ ପତ୍ନୀ ଅର୍ଣ୍ଣବଙ୍କ ଉପରେ ତାଙ୍କ ସ୍ୱାମୀ ଏବଂ ତାଙ୍କୁ ଶାଶୁଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବାର ଅଭିଯୋଗ କରିଥିଲେ ।

ଏହାସହିତ ଏହି ମାମଲାରେ ମୃତକ ଅନ୍ୟୟ ନାୟକଙ୍କ ଆତ୍ମହତ୍ୟା ନୋଟରୁ ଖୁଲାସ ହୋଇଥିଲା ଯେ, ଅର୍ଣ୍ଣବ ମୃତକ ଅନ୍ୟୟ ନାୟକଙ୍କ ଠାରୁ ନିଜ କାର୍ଯ୍ୟାଳୟର କାମ କରାଇଥିଲେ ଏବଂ ପ୍ରତିବଦଳରେ ତାଙ୍କୁ ୮୩ ଲକ୍ଷ ଟଙ୍କା ଅର୍ଣ୍ଣବ ଦେଇନଥିଲେ । ଅର୍ଣ୍ଣବଙ୍କ ସମେତ ଆତ୍ମହତ୍ୟା ନୋଟରୁ ଆହୁରି ଅନେକ ଲୋକଙ୍କର ନାମ ସାମ୍ନାକୁ ଆସିଥିଲା । ଯେତେବେଳେ ଅର୍ଣ୍ଣବ ଏବଂ ଅନ୍ୟ ଲୋକମାନେ ଅନ୍ୟୟଙ୍କୁ ଟଙ୍କା ଦେଇନଥିଲେ, ସେତେବେଳେ ଅନ୍ୟୟ ଏବଂ ତାଙ୍କ ମାଆ ଏହାଦ୍ଵାରା ଗଭୀର ଭାବରେ ମର୍ମାହତ ହୋଇ ନିଜ ଘରେ ଆତ୍ମହତ୍ୟା କରିଦେଇଥିଲେ ।

୨୦୧୮ ମସିହା ମାର୍ଚ୍ଚ ମାସର ଏହି ଘଟଣାରେ ଅନେକ ଲୋକ ଜଡିତ ଅଛନ୍ତି । ପୋଲିସ ଅନେକ ଲୋକଙ୍କ ନାମ ବିରୁଦ୍ଧରେ ମାମଲା ରଜ୍ଜୁ କରି ଅନୁସନ୍ଧାନ କରିଥିଲା, ତେବେ ପୋଲିସ କିଛି ସମୟ ପୂର୍ବରୁ ଏହି ମାମଲାକୁ ବନ୍ଦ କରିଦେଇଥିଲା । ତେବେ ମୃତକ ଅନ୍ୟୟଙ୍କ ପତ୍ନୀ ଅକ୍ଷତା ନାୟକ ସ୍ୱାମୀ ଏବଂ ଶାଶୁଙ୍କୁ ନ୍ୟାୟ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ନ୍ୟାୟପାଳିକାର ଦ୍ଵାରାସ୍ଥ ହୋଇଥିଲେ ଏବଂ ଶେଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅର୍ଣ୍ଣବଙ୍କୁ ତାଙ୍କ ଘରୁ ନଭେମ୍ବର ୪ ତାରିଖରେ ଗିରଫ କରି ନେଇଥିଲା ।

ଏହିଦିନ ସନ୍ଧ୍ୟାରେ ଅନ୍ୟୟଙ୍କ ପତ୍ନୀ ଏବଂ ତାଙ୍କ ଝିଅ ସାମ୍ବାଦିକ ସମ୍ମିଳନୀରେ ଅର୍ଣ୍ଣବଙ୍କ ଉପରେ ଗଭୀର ଅଭିଯୋଗ ଲଗାଇ କହିଥିଲେ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅକ୍ଷତା ଆତ୍ମହତ୍ୟା ନୋଟ୍ ସହ ଜଡିତ କଥା ସହ ଅନ୍ୟ କେତେକ ବିଷୟ ଉପରେ ସୂଚନା ପ୍ରଦାନ କରିଥିଲେ ।

Be the first to comment

Leave a Reply

Your email address will not be published.


*