ପୁରୁଣାରୁ ଅତି ପୁରୁଣା ଏକଜିମା ଭଳି ରୋଗକୁ ସମୂଳେ ଦୂର କରିଥାଏ; ଏହି ଉପଚାର ! ପ୍ରୟୋଗ କରି କରିବାର ସଠିକ ବିଧି ଜାଣିଥିବା ଦରକାର !

ଆପଣମାନେ ସମସ୍ତେ ଜାଣିଥିବେ ଏକଜିମା ଏକ ଗମ୍ଭୀର ରୋଗ ଅଟେ । ଏହି ରୋଗ ଦ୍ୱାରା ତ୍ୱଚା ଲାଲ ହୋଇଥାଏ ଏବଂ ପୁରୁଣା ହେବା ପରେ ହାଲ୍କା କଳା ଦାଗ ହୋଇଯାଏ ଓ ଅତ୍ୟଧିକ କୁଣ୍ଡିଆ ମଧ୍ୟ ହୁଏ । ଏକଜିମା, ଏଲର୍ଜି ସମ୍ବନ୍ଧିତ ହୋଇଥାଏ । ଏକଜିମା ସମ୍ବନ୍ଧିତ ଲୋକଙ୍କୁ ଅସ୍ଥାମା ରୋଗ ମଧ୍ୟ ହୋଇପାରେ । ଏକଜିମା ଥରେ ହେବା ପରେ ଏହା ସହଜରେ ଦୂର ହୋଇନଥାଏ ଏବଂ ଏହା ଖୁବ୍ ଶୀଘ୍ର ଶରୀରରେ ବଢିବାରେ ଲାଗିଥାଏ । ଆଜିର ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଏକଜିମାରୁ କିପରି ସହଜ ଘରୋଇ ଉପଚାର ଦ୍ଵାରା ମୁକ୍ତି ପାଇବା ସେହି ବିଷୟରେ ଆଲୋଚନା କରିବା ।

ପୁରୁଣାରୁ ଅତି ପୁରୁଣା ଏକଜିମାକୁ ଶେଷ କରିବାର ଏହା ଏକ ରାମବାଣ ଉପଚାର ଅଟେ । ନିହାତି ଥରେ ପ୍ରୟୋଗ କରନ୍ତୁ । ଏହି ଉପଚାର ନିମନ୍ତେ ଆବଶ୍ୟକ ଉଛାଚାର ୨୦ ଗ୍ରାମ ନିମ୍ବ ଛାଲି, ୨୦ ଗ୍ରାମ ଅଶ୍ଵସ୍ତ ଗଛର ଛାଲି, ନୋସାଦାର ଯାହାକୁ ଆମେ ଏମୋନିୟମ କ୍ଲୋରାଇଡ଼ କହିପାରିବା । ୨୦ ଗ୍ରାମ ଜଡ଼ା ତେଲ, ଦୁଇଟି ଅରଖ ପତ୍ର, ୧୦ ଗ୍ରାମ ବବୁଲ ଗଛର ଛାଲି ଆବଶ୍ୟକ । ଏହି ସମସ୍ତ ଜିନିଷ ଆପଣ ନିକଟସ୍ଥ ମାର୍କେଟରୁ ସହଜରେ ମିଳିଯିବ ।

ସର୍ବପ୍ରଥମେ ଜଡ଼ା ତେଲକୁ ଛାଡି ଆଉ ସମସ୍ତ ଜିନିଷକୁ ଖରାରେ ଶୁଖାଇ ଦିଅନ୍ତୁ । ତା’ପରେ ଜଡ଼ା ତେଲକୁ ଛାଡି ଆଉ ସମସ୍ତ ଜିନିଷକୁ ପେଷି ଏକ ଗୁଣ୍ଡ ବନାନ୍ତୁ । ଏବେ ଏହି ଗୁଣ୍ଡରେ ଜଡ଼ା ତେଲକୁ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କୌଣସି ଖୋଲା ମୁହଁ ବୋତଲରେ ପୁରାଇ ୧୦ ଦିନ ପର୍ଯ୍ୟନ୍ତ ଖରାରେ ରଖନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକଜିମା ପୀଡିତ ଅଙ୍ଗରେ ଲଗାନ୍ତୁ । ଏମିତି କରିବା ଦ୍ୱାରା ପୁରୁଣାରୁ ଅତି ପୁରୁଣା ଏକଜିମା ସମୂଳେ ଦୂର ହୋଇଯିବ ଏବଂ ଆପଣ ଏକଜିମାରୁ ତ୍ରାହି ମଧ୍ୟ ପାଇପାରିବେ । ଧ୍ୟାନ ରଖିବେ ଏହି ଉପଚାରର ପ୍ରୟୋଗ କରିବା ଦିନମାନଙ୍କରେ, ଏକଜିମା ହୋଇଥିବା ସ୍ଥାନରେ କୌଣସି ପ୍ରକାରର କିଛି ସାବୁନ ଲଗାଇବେ ନାହିଁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ ! ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*