ଜାଣନ୍ତୁ କରିସ୍ମାଙ୍କ ସହ ହୋଇଥିବା ନିର୍ବନ୍ଧକୁ ଭାଙ୍ଗି ଐଶ୍ୱର୍ଯ୍ୟାଙ୍କୁ ବଚ୍ଚନ ପରିବାରରେ କାହିଁକି ଦିଆଗଲା ବୋହୂର ମାନ୍ୟତା ! ଏହାକୁ ନେଇ ଜୟ ବଚ୍ଚନ କଲେ ବଡ଼ ଖୁଲାସା…

ବଲିଉଡରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ପରିଚୟ କଣ ଅଟେ ? ସେ ବିଷୟରେ କହିବାର କୌଣସି ଆବଶ୍ୟକତା ନାହିଁ । ଐଶ୍ୱର୍ଯ୍ୟାଙ୍କ ନାମ ନିଜ କ୍ୟାରିଅର ମଧ୍ୟରେ ସଲମାନ ଖାନ ଏବଂ ବିବେକ ଓବେରୟଙ୍କ ଭଳି ବଡ଼ କଳାକାରମାନଙ୍କ ସହ ଜଡିତ ରହିଥିଲା । ତେବେ ସଲମାନଙ୍କ ସହ ଏହି ସମ୍ପର୍କ ମିଡ଼ିଆ ଏବଂ ଖବରରେ ପ୍ରସାରିତ ହୋଇ ଯାଇଥିଲା । କିନ୍ତୁ କୁହାଯାଏ, କିଏ କାହା ସହିତ ବିବାହ କରିବା ଏହା ନିଜ ଭାଗ୍ୟରେ ହିଁ ଲେଖା ହୋଇଥାଏ । ଏଭଳି କିଛି ଐଶ୍ୱର୍ଯ୍ୟାଙ୍କ ସହ ହୋଇଥିଲା । ଭାଇଜାନଙ୍କ ସହ ତାଙ୍କର ବ୍ରେକ୍ଅପ୍ ହୋଇଗଲା ଏବଂ ଶେଷରେ ତାଙ୍କୁ ଜୁନିଅର ବଚ୍ଚନ ଅର୍ଥାତ ଅଭିଷେକଙ୍କୁ ନିଜ ଜୀବନସାଥୀ ରୂପରେ ମିଳିଲେ ।

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ପ୍ରଥମ ସାକ୍ଷାତ ଏକ ଚଳଚ୍ଚିତ୍ର ସେଟରେ ହୋଇଥିଲା । ଏହି ଚଳଚ୍ଚିତ୍ରଟି ୨୦୦୦ ମସିହାର ‘ଗୁରୁ’ ଚଳଚ୍ଚିତ୍ର ଥିଲା । ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ କରିଥିଲେ ଓ ଐଶ୍ୱର୍ଯ୍ୟା ମଧ୍ୟ ହଁ କହିଥିଲେ । ତା’ପରେ ୨୦୦୭ ମସିହାରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ଆଜି ଏମାନେ ସୁଖମୟ ବୈବାହିକ ଜୀବନଯାପନ ଅତିବାହିତ କରୁଛନ୍ତି । ଏମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି, ଝିଅର ନାମ ଆରାଧ୍ୟା ଅଟେ ।

କିନ୍ତୁ ଆପଣ ପ୍ରାୟତଃ ଏହି କଥା ଜାଣିଥିବେ ଯେ, ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ଅଭିଷେକଙ୍କର ନାମ କରିସ୍ମା କପୁରଙ୍କ ସହ ଜଡିତ ହୋଇଥିଲା । କିନ୍ତୁ ଜୟା ବଚ୍ଚନ ଏହି ସମ୍ପର୍କରେ କିଛି ନ କହି ନୀରବତା ରହିବା ଯୋଗୁଁ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ।

କରିସ୍ମା ଓ ଅଭିଷେକଙ୍କ ମଧ୍ୟରେ ହୋଇସାରିଥିଲା ନିର୍ବନ୍ଧ :-

ଆମେ ଆପଣଙ୍କୁ କହିରଖୁଛୁ ଯେ, ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ଅଭିଷେକଙ୍କର ନାମ କରିସ୍ମାଙ୍କ ସହ ଜଡିତ ହୋଇଥିଲା । କେବଳ ଏତିକି ନୁହେଁ, ଉଭୟେ ୫ ବର୍ଷ ପର୍ଯ୍ୟନ୍ତ ଲିବ୍-ଇନ୍-ରେଲେସନରେ ଥିଲେ । ଯାହାପରେ ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । କିନ୍ତୁ ଏମାନଙ୍କର ଏହି ସମ୍ପର୍କ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ଯାହାଫଳରେ ଅଭିଷେକ ଓ କାରିସ୍ମାଙ୍କ ନିର୍ବନ୍ଧ ମଧ୍ୟ ଭାଙ୍ଗି ଯାଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏପର୍ଯ୍ୟନ୍ତ ନିର୍ବନ୍ଧ ଭାଙ୍ଗିବାର କାରଣ ଦ୍ୱାରା ଲୋକମାନେ ଅଜ୍ଞାତ ଅଛନ୍ତି । ଅନେକ ଖବରରେ କୁହାଯାଇଥିଲା ଯେ ଏହି ସମ୍ପର୍କ କରିସ୍ମାଙ୍କ ମା’ ବବିତାଙ୍କ ପାଇଁ ଭାଙ୍ଗିଥିଲା କିନ୍ତୁ ବାସ୍ତବରେ ଅଭିଷେକଙ୍କ ମାଆ ଜୟା ବଚ୍ଚନଙ୍କୁ ମଧ୍ୟ କରିସ୍ମାକୁ ନିଜ ପରିବାରରେ ବହୂ କରିବା ପାଇଁ ପସନ୍ଦ କରୁନଥିଲେ ।

ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ କରିବା ପଛର କାରଣ ଏହା :-

ଏକ ସାମ୍ବାଦିକ ସମ୍ମିଳନୀରେ ସାକ୍ଷାତକାର ସମୟରେ ଜୟା କହିଥିଲେ ଯେ, ତାଙ୍କ ପାଇଁ ପାରମ୍ପରିକ ଏବଂ ପାରିବାରିକ ମୁଲ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, “ଐଶ୍ୱର୍ଯ୍ୟାଙ୍କୁ ବୋହୂ କରିବା ପଛରେ କଣ କାରଣ ରହିଛି ? ସେତେବେଳେ ସେ ପ୍ରତିଉତ୍ତର ଦେଇକହିଥିଲେ ହଁ, ଏହି କାରଣରୁ ମୁଁ ଅଭିଷେକଙ୍କୁ କରିସ୍ମାଙ୍କ ପରିବର୍ତ୍ତେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲି । ଜୟା କହିଥିଲେ ଯେ ମୋର ଇଚ୍ଛା ଥିଲା ଯେ ଯିଏ ବି ଆମ ଘରକୁ ବୋହୂ ହୋଇ ଆସିବେ, ତାଙ୍କ ମଧ୍ୟରେ ଆମ ସଂସ୍କୃତି ଏବଂ ପାରିବାରିକ ମୁଲ୍ୟର ଭଲ ବୁଝାମଣା ରହିଥିବା ଦରକର ।

କରିସ୍ମାଙ୍କ ପାଖରେ ମଧ୍ୟରେ ଥିଲା ଏହି ଗୁଣର ଅଭାବ :-

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, “କଣ ଏହି କାରଣ ପାଇଁ ଆପଣ କରିସ୍ମା ଓ ଅଭିଷେକଙ୍କ ବିବାହ ହେବାକୁ ଅନୁମତି ଦେଇନଥିଲେ । ତେବେ ସେ ଏହି କଥାକୁ ସ୍ୱୀକାର କରି କହିଥିଲେ ଯେ, ମୋର ଏବଂ କରିସ୍ମାଙ୍କ ପିତାଙ୍କର ଭଲ ବନ୍ଧୁତ୍ୱ ଥିଲା ଏବଂ କରିସ୍ମାଙ୍କ ଭିତରେ ମଧ୍ୟ କପୁର ପରିବାରର ରକ୍ତ ରହିଛି । କିନ୍ତୁ କରିସ୍ମାଙ୍କୁ ଦେଖି ଲାଗୁଥିଲା ଯେ, ତାଙ୍କୁ ତାଙ୍କ ପରିବାର ତରଫରୁ ବହୁତ ସ୍ଵାଧିନ ମିଳିଛି । କିନ୍ତୁ ମୁଁ ଯେତିକି କରିସ୍ମାଙ୍କୁ ବୁଝିପାରିଛି, କରିସ୍ମାଙ୍କ ମଧ୍ୟରେ ଆମର ସଂସ୍କୃତି, ପରମ୍ପରା ଏବଂ ପାରିବାରିକ ମୁଲ୍ୟର ବୁଝାମଣା କମ ରହିଛି । ମୁଁ ଏଭଳି କହୁନାହିଁ ଯେ କରିସ୍ମାଙ୍କ ମଧ୍ୟରେ ଆଦୌ ବୁଝାମଣା ନାହିଁ କିନ୍ତୁ ହଁ ଐଶ୍ୱର୍ଯ୍ୟାଙ୍କ ତୁଳନାରେ କମ ରହିଛି ।

ଏହି କାରଣରୁ ଅଭିଷେକ ଏବଂ କରିସ୍ମାଙ୍କ ପ୍ରେମ କାହାଣୀ ଅଧୁରା ରହିଗଲା । ଆଜି ଅଭିଷେକ ଓ ଐଶ୍ୱର୍ଯ୍ୟା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ଅନ୍ୟପକ୍ଷରେ କରିସ୍ମା ଆଜି ଦୁଇଟି ସନ୍ତାନର ଜନନୀ ଅଟନ୍ତି ।

Be the first to comment

Leave a Reply

Your email address will not be published.


*