୭୮ ବର୍ଷୀୟ ବୃଦ୍ଧ ନିଜ ୧୭ ବର୍ଷର ପତ୍ନୀଙ୍କୁ ମାଗିଲେ ଛାଡପତ୍ର ! କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ନିକଟରେ ଅତୀତରେ ୭୮ ବର୍ଷୀୟ ଆବା ସାରନା ଇଣ୍ଡୋନେସିଆରେ ନୋନି ନବିତା ନାମକ ଜଣେ ୧୭ ବର୍ଷୀୟ ଝିଅକୁ ବିବାହ କରିଥିଲେ । କିନ୍ତୁ ଭାଗ୍ୟର ବଡ ବିଡମ୍ବନା ସେମାନଙ୍କ ଭାଗ୍ୟରେ ବିବାହ ସୁଖର ଯୋଗ ନଥିଲା । ବିବାହର ୨୨ ଦିନ ପରେ ବର ଅର୍ଥାତ ୭୮ ବର୍ଷୀୟ ବୃଦ୍ଧ ବର୍ତ୍ତମାନ ଝିଅକୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ନୂଆ ଦିଲ୍ଲୀ ୦୯/୧୧: କୁହାଯାଉଛି ଯେ, ନିର୍ଦ୍ଧାରିତ ସମୟରେ ଉଭୟ ପୁଅ ଓ ଝିଅର ବିବାହ ସମ୍ପାଦନ ହୋଇଗଲେ ଭଲ କଥା, ଯଦି ଠିକ ସମୟରେ ବିବାହ ସମ୍ପାଦିତ ନ ହୁଏ ତେବେ ସେମାନଙ୍କ ବୈବାହିକ ଜୀବନରେ ତିକ୍ତତା ଲାଗିରହିଥାଏ । ଠିକ ସେହିପରି ହିଁ ଏକ ବାସ୍ତବ ଘଟଣା । ଇଣ୍ଡୋନେସିଆରେ ରହୁଥିବା ଅବାହ ସରନା ନାମକ ଜଣେ ବୃଦ୍ଧ ନିକଟରେ ୧୭ ବର୍ଷର ଝିଅକୁ ବିବାହ କରିଥିଲେ ଏବଂ ଏହି ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଧୁ ପାଲଟିଥିଲା । ଅବାହ ସରନା ବର୍ତ୍ତମାନ ୭୮ ବର୍ଷ ବୟସ ହୋଇସାରିଛି । ଏଥି ସହିତ ନିଜ ଠାରୁ ଏତେ ଛୋଟ ବର୍ଷର ଝିଅକୁ ବିବାହ କରିବା ଦ୍ୱାରା ତାଙ୍କୁ ମଧ୍ୟ ଅନେକ ନିନ୍ଦା କରାଯାଇଥିଲା ।

ତେବେ ବର୍ତ୍ତମାନ ଅବାହ ସରନା ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅବାହଙ୍କ ଅନୁଯାୟୀ ସେ ବର୍ତ୍ତମାନ ନୋନୀଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ଅବାହଙ୍କ ଏହି ନିଷ୍ପତ୍ତି ଦ୍ୱାରା ଝିଅର ପରିବାର ଲୋକ ଅତ୍ୟନ୍ତ ଦୁଃଖିତ ହୋଇଛନ୍ତି ଏବଂ ଏହି ସମ୍ପର୍କ ନ ଭାଙ୍ଗିବାକୁ ସେମାନେ ଚେଷ୍ଟା କରୁଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ନୋନୀଙ୍କ ଅବାହଙ୍କ ସହ ରହିବାକୁ କୌଣସି ଅସୁବିଧା ନାହିଁ । ଝିଅର ଭଉଣୀ ଇୟାନ ଏହି ବିଷୟରେ କହିଛନ୍ତି ଯେ, ଏହି ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା ​​। କିନ୍ତୁ ହଠାତ ସେ ଏଭଳି ନିଷ୍ପତ୍ତି କଣ ପାଇଁ ନେଇଛନ୍ତି, ସେ ବିଷୟରେ ଜଣାନାହିଁ । ଏହି ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟଚକିତ କରିଦେଇଛି । ପରିବାରକୁ ମଧ୍ୟ ଅବାହଙ୍କ ପାଇଁ କୌଣସି ସମସ୍ୟା ନଥିଲା । ତେବେ ଏହି ବିବାହ ପାଇଁ ଅବାହଙ୍କ ପରିବାରର ନିଶ୍ଚିତ ଭାବରେ ଟିକିଏ ଆପତ୍ତି ରହିଥିଲା ।

ଏହି କାରଣରୁ ନେଉଛନ୍ତି ଛାଡପତ୍ର :-

୭୮ ବର୍ଷୀୟ ଅବାହଙ୍କ ଅନୁଯାୟୀ, ନୋନୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ଯେଉଁଥି କାରଣରୁ ସେ ନୋନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନୋନୀଙ୍କ ଭଉଣୀ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଛାଡପତ୍ର ନେବା ପାଇଁ ଅବାହା ଏସବୁ କହୁଛନ୍ତି । ଅବାହ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିବାହ ସମୟରେ ସେ କନ୍ୟା ପାଇଁ ୫୦ ହଜାର ଟଙ୍କା, ମୋଟରସାଇକେଲ, ଗଦି ଏବଂ ଆହୁରି ଅନେକ ଜିନିଷ ପଠାଇଥିଲେ । ଏହା ବ୍ୟତୀତ ନୋନୀ ନବିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ବିବାହ ନିମନ୍ତେ ଯୌତୁକ ବାବଦକୁ ବହୁତ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ସବୁ କାରଣରୁ ଭିତ୍ତି କରି ଏହାକୁ ଯୌତୁକ ମାମଲା ଭାବରେ ମଧ୍ୟ ବିବେଚନା କରାଯାଉଛି ।

Be the first to comment

Leave a Reply

Your email address will not be published.


*