ପୋଲିସ ଗାଡ଼ିରୁ ଚିତ୍କାର କରି ଅର୍ଣ୍ଣବ କହିଲେ- ମୋ ଜୀବନ ବିପଦରେ ଅଛି, ମୋ ସହିତ ମାରପିଟ କରାଯାଉଛି… ଦେଖନ୍ତୁ ଭିଡ଼ିଓ ।

“ମୋ ଜୀବନ ବିପଦରେ ଅଛି, ଦୟାକରି ଭାରତର ଲୋକଙ୍କୁ କହିଦିଅନ୍ତୁ… ମୋ ଜୀବନ ବିପଦରେ ଅଛି ।” ରିପବ୍ଲିକ ମିଡ଼ିଆ ନେଟୱାର୍କର ପ୍ରଧାନ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ପୋଲିସ ଗାଡ଼ିରୁ ଚିତ୍କାର କରି କହିଛନ୍ତି । ଅର୍ଣ୍ଣବ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କ ସହିତ ମାରପିଟ କରିଛନ୍ତି ଓ ବର୍ତ୍ତମାନ ତାଙ୍କ ଜୀବନ ବିପଦରେ ରହିଛି । ୪ ନଭେମ୍ବରକୁ ଗିରଫ ହୋଇଥିବା ଅର୍ଣ୍ଣବ ଚଳିତ ରବିବାର ଅଲିବାଗ୍ ଜେଲରୁ ତଲୋଜା ଜେଲକୁ ସ୍ଥାନନ୍ତରଣ କରାଯାଇଛି ।

ଏହି ସମୟରେ ଅର୍ଣ୍ଣବଙ୍କୁ କଳା ପରଦାରେ ଘୋଡ଼ାଇ ପୋଲିସ ଗାଡ଼ିରେ ନିଆଗଲା କାରଣ କେହି ତାଙ୍କୁ ଦେଖି ନ ପାରନ୍ତୁ । ଯଦିଓ ଅର୍ଣ୍ଣବଙ୍କୁ ଗାଡ଼ି ଝରକାରୁ କିଛି କହିବା ପାଇଁ ସୁଯୋଗ ମିଳିଲା, ସେତେବେଳେ ସେ କହିଲେ ‘ମୋ ଜୀବନକୁ ବିପଦ ରହିଛି ।’ ମୋତେ ମୋର ଓକିଲ ସହ କଥାବାର୍ତ୍ତା କରିବା ପାଇଁ ଦିଆଯାଉ ନାହିଁ । ମୋତେ ଆଜି ସକାଳେ ଧକ୍କା ଦିଆଗଲା ଓ ମାରପିଟ ମଧ୍ୟ କରାଗଲା । ସେ ମୋତେ ସକାଳ ୬ଟାରେ ଉଠାଇ ଦେଲେ । ସେମାନେ ମୋତେ କହୁଛନ୍ତି ଯେ “ମୁଁ ମୋର ଓକିଲ ସହିତ କଥାବାର୍ତ୍ତା କରିପାରିବି ନାହିଁ ।” ମୁଁ ଦେଶର ଜନତାଙ୍କୁ କହିବା ପାଇଁ ଚାହେଁ ଯେ ମୋ ଜୀବନକୁ ବିପଦରେ ରହିଛି ।

ଅର୍ଣ୍ଣବଙ୍କୁ ବୁଧବାର ସକାଳେ ୭:୪୫ରେ ଇଣ୍ଟିରିୟର ଡିଜାଇନରଙ୍କୁ କଥିତ ରୂପେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହା ୨୦୧୮ର ମାମଲା ଅଟେ । ଅଭିଯୋଗ ରହିଛି ଯେ ଅର୍ଣ୍ଣବ ଗୋସ୍ଵାମୀ, ଫିରୋଜ ଖାଁ ଓ ନିତେଶ ସାରଦା ଇଣ୍ଟିରିୟର ଡିଜାଇନରଙ୍କୁ ତାଙ୍କର କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ପେମେଣ୍ଟ ନ ଦେଇଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିଲେ । ଗିରଫ ପରେ ଅର୍ଣ୍ଣବ ଅଲିବାଗ୍ ମାଜିଷ୍ଟ୍ରେଟ କୋର୍ଟରେ ପହଞ୍ଚିଥିଲେ; ଯେଉଁଠାରୁ ତାଙ୍କୁ ୧୪ ଦିନର ନ୍ୟାୟିକ ହିଫାଜତରେ ରଖାଯାଇଛି ।

ଯଦିଓ ୪ ଦିନ ଅଲିବାଗ୍ ଜେଲରେ ରହିବା ପରେ ଆଜି ରବିବାର ଦିନ ତାଙ୍କୁ ତଲୋବା ଜେଲକୁ ସ୍ଥାନାନ୍ତରିତ କରାଗଲା । ତଲୋବା ଜେଲର ଏସପି କୌସ୍ତୁଭ କୁରଲେକରଙ୍କ ଅନୁସାରେ ଅର୍ଣ୍ଣବଙ୍କୁ ବେରକରେ ସ୍ଥାନାନ୍ତରିତ କରିବା ପୂର୍ବରୁ କିଛି ଦିନ ଜେଲ ଭିତରେ ତିଆରି କୁଆରେନ ଟାଇନ ସେଣ୍ଟରରେ ରଖାଯିବ । ଅନ୍ୟପକ୍ଷରେ ଶନିବାରକୁ ବମ୍ବେ ହାଇକୋର୍ଟରେ ଅର୍ଣ୍ଣବ ଗୋସ୍ଵାମୀର ଜାମିନ ଆବେଦନ ପତ୍ରରେ ନିଜ ଆଦେଶ ସୁରକ୍ଷିତ ରଖିଛନ୍ତି ।

ନ୍ୟାୟମୂର୍ତ୍ତି ଏସଏସ ଶିନ୍ଦେ ଓ ନ୍ୟାୟମୂର୍ତ୍ତି ଏସଏସ କାର୍ଣ୍ଣିକ ଖଣ୍ଡପୀଠରେ କହିଛନ୍ତି ଯେ ସେ ଖୁବଶୀଘ୍ର ଆଦେଶ ଶୁଣାଇବାକୁ ଚେଷ୍ଟା କରିବେ । ବମ୍ବେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅର୍ଣ୍ଣବ ଚାହିଁଲେ ଜାମିନ ପାଇଁ ସ୍ଵତନ୍ତ୍ର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇପାରିବେ ।

ଅର୍ଣ୍ଣବଙ୍କ ଓକିଲ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟ ସରକାର ନିଜ ଶକ୍ତିର ଦୁରୂପଯୋଗ କରୁଛନ୍ତି । ସେ କହିଛନ୍ତି ଯେ ଅର୍ଣ୍ଣବ ତାଙ୍କ କ୍ଷମତାର ସଦ୍-ବ୍ୟବହାର କରିଥାନ୍ତି । ତାଙ୍କ ବିରୁଦ୍ଧରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ଏହି କାରଣରୁ ତାଙ୍କୁ ଅତ୍ୟାଚାର କରାଯାଉଛି ।

Be the first to comment

Leave a Reply

Your email address will not be published.


*