ସାପ୍ତାହିକ ରାଶିଫଳ : ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ ରୋଗଜର ବୃଦ୍ଧି

ସାପ୍ତାହିକ ରାଶିଫଳ : ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ ରୋଗଜର ବୃଦ୍ଧି ସଙ୍ଗେ ସଙ୍ଗେ ଚାକିରିରେ ପଦୋନ୍ନତି ଓ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୦୯ ନଭେମ୍ବରରୁ ୧୫ ନଭେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ ପରିବାର ଏବଂ ସମ୍ପତ୍ତି ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବ୍ୟବହାରରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଆପଣଙ୍କ ସମୟ ଆପଣଙ୍କ ପାଇଁ ଅନୁକୂଳରେ ରହିବ । ଯଥା ସମ୍ଭବ ଅଯଥା ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ, ନଚେତ ଆପଣ ମାନସିକ ଶାନ୍ତି ହରାଇ ବସିବେ । ଆର୍ଥିକ ସ୍ଥିତିରେ ଉନ୍ନତିର ଆବଶ୍ୟକତା ରହିଛି । ନିଜ ବୈବାହିକ ଜୀବନକୁ ମଧୁରମୟ କରିବା ପାଇଁ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରନ୍ତୁ । ବ୍ୟବସାୟ କାରବାର ଭଲ ଚାଲିବ । ଚାକିରୀରେ ପଦୋନ୍ନତିର ଯୋଗ ରହିଛି । ଆପଣଙ୍କ ନକାରତ୍ମକ ବିଚାର ଆପଣଙ୍କୁ ଅସୁସ୍ଥ କରିପାରେ । ଏଥିପାଇଁ ଅନାବଶ୍ୟକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ସମାଜରେ ଆପଣଙ୍କ ମାନସମ୍ମାନ ବଢିବ । ବ୍ୟବସାୟ ବାଣିଜ୍ୟରେ ବନ୍ଧୁମାନଙ୍କ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ସାମୟିକ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ପ୍ରସଙ୍ଗ ଉପରେ ସପ୍ତାହଟି ଉତ୍ଥାନପତନ ଲାଗିରହିବ । ଅଧିକାଂଶ ସମୟ ମନ ଚିନ୍ତିତ ରହିବା ଯୋଗୁଁ କିନ୍ତୁ କୌଣସି ଭୁଲ ନିଷ୍ପତ୍ତି ନେଇପାରନ୍ତି । ତେଣୁ ଧୋର୍ଯ୍ୟର ସହ କାମ କରନ୍ତୁ ଏବଂ ନିଜ ମନକୁ ମଧ୍ୟ ଶାନ୍ତ ରଖନ୍ତୁ । ଜମିଜମା କ୍ରୟ ବିକ୍ରୟ ପାଇଁ ଭଲ ସମୟ ରହିଛି । ପ୍ରେମ ଜୀବନ ଭଲ ରହିବ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ପ୍ରେମ ଓ ରୋମାନ୍ସର କୌଣସି ଅଭାବ ରହିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ମତଭେଦ ଯୋଗୁଁ ଆପଣ ଟିକିଏ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ସହ ଜଡିତ ଚିନ୍ତା ମାନସିକ ଅବସାଦର କାରଣ ହୋଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କୌଣସି ଶୁଭ ଖବର ମିଳିବ । ବଜେଟ ଅନୁଯାୟୀ ଖର୍ଚ୍ଚ କରନ୍ତୁ । ବନ୍ଧୁ ଏବଂ ଜୀବନସାଥୀଙ୍କ ସହଯୋଗରେ କାର୍ଯ୍ୟଗୁଡିକ ସହଜ ସମ୍ପାଦନ କରିପାରିବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ ଦୀର୍ଘ ସମୟ ଧରି ଯେଉଁ ଅବସରର ଅପେକ୍ଷାରେ ଥିଲା, ତାହା ଏହି ସପ୍ତାହରେ ମିଳିପାରେ । ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ଦାମ୍ପତ୍ୟ ଜୀବନରେ ଟିକିଏ ଚାପ ପରେ ସପ୍ତାହ ଭଲ ରହିବ । କ୍ୟାରିଅର ପ୍ରସଙ୍ଗରେ ସପ୍ତାହ ଭଲ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଭଲ ରହିବ । କୌଣସି ଅସୁବିଧା ହେବ ନାହିଁ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣ ଆପଣଙ୍କ ଜୀବନସାଥୀଙ୍କୁ ଖୁସି କରିବା ପାଇଁ ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ କରିବେ । ଆପଣଙ୍କ ଦିନଚର୍ଯ୍ୟାରେ ପୂଜାପାଠକୁ ଅଗ୍ରାଧିକାର ହେବେ । ଦୂରରେ ରହୁଥିବା କୌଣସି ସମ୍ପ୍ରକୀୟକଙ୍କ ଠାରୁ ଶୁଭ ଖବର ମିଳିବ । ବ୍ୟବସାୟ ସମ୍ବନ୍ଧିତ କୌଣସି ନୂତନ ଯୋଜନାରେ ଲାଭ ମିଳିବ । ଆୟର ନୂତନ ସ୍ରୋତ ମିଳିବ । କୌଣସି ଭଲ ବ୍ୟକ୍ତିଙ୍କର ପରାମର୍ଶ ମିଳିବ । ଏହି ସପ୍ତାହରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେଇପାରନ୍ତି । ଆକସ୍ମିକ ଭାବରେ ବ୍ୟବସାୟ ସମ୍ବନ୍ଧିତ କୌଣସି ଲାଭର ସୁଯୋଗ ମିଳିବ, ଯେଉଁଥିରେ ଆପଣ ଜେଥେଷ୍ଟ ଲାଭବାନ ହେବ । ଯୁବକମାନଙ୍କୁ ନୂତନ ଚାକିରୀ ମିଳିପାରେ । ଏହି ସପ୍ତାହରେ କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅନ୍ୟ ବ୍ୟକ୍ତିଙ୍କ ବିଚାରରେ କାର୍ଯ୍ୟ କରନ୍ତୁ ନାହିଁ । ନିଜର ଉପସ୍ଥିତି ବୃଦ୍ଧି ଖଟାଇ କାର୍ଯ୍ୟ କରିଲେ ଉପକୃତ ହେବେ । କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଚିନ୍ତିତ ହେବା ପରିବର୍ତ୍ତେ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଖର୍ଚ୍ଚ ବଢିବା ଦ୍ୱାରା ଆୟର ନୂତନ ସ୍ରୋତ ଖୋଜିବେ । ଜୀବନସାଥୀଙ୍କ ସହାୟତା ପ୍ରତ୍ୟେକ କଷ୍ଟକର କାମ ଦୂର ହେବ । ଆପଣ କୌଣସି ଭିନ୍ନ ସଂସ୍କୃତି କିମ୍ବା ଅଲଗା ଦେଶରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ । ଚେଷ୍ଟାରତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ ଲେଖା ଏବଂ ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ । ପ୍ରେମୀ ସମ୍ପର୍କରେ ପୂର୍ବରୁ ଲାଗିରହିଥିବା ଝଞ୍ଜଟ ଦୂର ହେବ ଏବଂ ପ୍ରିୟାଙ୍କୁ ସହ ମନର କଥା କହିପାରିବେ । ବ୍ୟବସାୟରେ ଟଙ୍କା ଅଟକି ଯାଇପାରେ, ତେଣୁ ବ୍ୟବସାୟରେ ପୁଞ୍ଜି ବିନିଯୋଗ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଟିକିଏ ଚିନ୍ତା ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ । ଲେଖନ ଏବଂ କଳା ସହ ଜଡିତ ଲୋକଙ୍କୁ ସମ୍ମାନ ମିଳିବ । ମନର କଥା କହିଦେବା ଦ୍ୱାରା ଚିନ୍ତା ଦୂର ହେବ । ଆପଣଙ୍କ ଉନ୍ନତି ଏବଂ ସଫଳତା ଦେଖି ଈର୍ଷାପରାୟଣ ବ୍ୟକ୍ତିମାନେ ସକ୍ରିୟ ଉଠିବେ । ପାରିବାରିକ ସମସ୍ୟାର ସମାଧାନ ହେବ । ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଆସିବ । ହଠାତ୍ ଅସଜଡା କାର୍ଯ୍ୟ ଗୁଡିକ ବନ୍ଧୁ ସହକର୍ମୀଙ୍କ ସହାୟତାରେ ସମ୍ପାଦନ କରିବାରେ ସମର୍ଥ ହେବେ । କ୍ୟାରିଅରରେ ସଫଳତା ମିଳିବ । ଯେଉଁ ଲୋକମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ଜୀବନସାଥୀଙ୍କ ସହ ଆଲୋଚନା କରନ୍ତୁ ସକାରତ୍ମକ ଉତ୍ତର ମିଳିପାରେ । ଅଫିସ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପୁରୁଣା ରୋଗର ପାଦୁର୍ଭାବ ପୁଣି ଥରେ ବଢିପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ନକାରତ୍ମକ ବିଚାର ଉତ୍ପନ୍ନ ହୋଇପାରେ । ଆପଣ ଯେକୌଣସି ନିଷ୍ପତ୍ତି ନେଲେ ମଧ୍ୟ ତାହା ପାଣିରେ ମିଳେଇ ଯାଇପାରେ । ଏହି କାରଣରୁ ଆପଣଙ୍କ ନିକଟତର ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଏକ ଭଲ ସପ୍ତାହ ହେବ । ବ୍ୟବସାୟରେ ଗ୍ରାହକମାନେ ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଯଥେଷ୍ଟ ଆକର୍ଷଣୀୟ ହୋଇଥିବା ଯୋଗୁଁ ବୃତ୍ତିଗତ ବ୍ୟାପାର ଭଲ ଚାଲିବ । ଯଦି ଆପଣ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଅନେକ ଭଲ ଅବସର ମିଳିପାରେ । ଜୀବନସାଥୀଙ୍କ ସହ ମିଶି ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଫଳପ୍ରଦ ହେବ । ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଟଙ୍କା ରୋଜଗାର କରିବାର କୌଣସି ନୁତନ ସ୍ରୋତ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ କୌଣସି ମୌସୁମୀ ଗତ ରୋଗରେ ପୀଡିତ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସପ୍ତାହଟି ଆପଣଙ୍କ ପାଇଁ ସୁଖର ସମ୍ଭାର ନେଇ ଆସିଛି । ଏହି ସପ୍ତାହଟିରେ ଆପଣ ସୁଖଶାନ୍ତିରେ ଦିନ ଅତିବାହିତ କରିବେ । ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିର ମୁଖା ଖୋଳିବେ । ଚାକିରୀ କରିଥିବା ଲୋକମାନଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ସମାଜରେ ଜନକଲ୍ୟାଣ ଭଳି କିଛି ଭଲ ଏବଂ ବଡ କାମ କରିବେ । ଆପଣଙ୍କ ପ୍ରୟାସ ସଫଳ ହେବ ଏବଂ ଆପଣ ନିଜ କାର୍ଯ୍ୟଦକ୍ଷତାରେ ଉନ୍ନତ କରିବେ । ଘର-ଦୋକାନର ନିର୍ମାଣଧୀନ କାଯ୍ୟରେ ଅଗ୍ରସର କରିବେ । ଲଭ୍ ପାର୍ଟନରଙ୍କ ପାଇଁ ଏହି ସପ୍ତାହଟି ମଧୁରତାରେ ପରିପୂର୍ଣ୍ଣ ହେବ । ଶରୀରରେ ସାମାନ୍ୟ ଥକ୍କା ରହିବ ଏବଂ ମାନସିକ ଅବସ୍ଥା ମଧ୍ୟ ଠିକ ରହିବ ନାହିଁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣ ନିଜ ଭାଗ୍ୟବଳରେ ଉନ୍ନତି କରିବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଆପଣ ବୁଦ୍ଧି ପ୍ରଖର ରହିବ । ବୁଦ୍ଧି ବଳରେ ସମସ୍ତ ବିରୋଧୀଙ୍କୁ ପରାସ୍ତ କରିପାରିବେ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ । ବ୍ୟବସାୟରେ ଆପଣ ସହଯୋଗୀଙ୍କ ସହ ତାଳମେଳ ରଖି ବ୍ୟବସାୟରେ ଗତି ବଢାଇବାକୁ ଚେଷ୍ଟା କରିବେ । କର୍ମସ୍ଥଳରେ ମହିଳାଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । ସମସ୍ତ ଚିନ୍ତା ଦୂର ହୋଇଯିବ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହ ଆପଣ ନିଜପାଇଁ ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ । ଆପଣ ନିଜର ଲକ୍ଷ ପୂରଣ କରିବାରେ ଏବଂ କିଛି ଆଶକୁ ବାସ୍ତବ ରୂପରେଖା ଦେବା ପାଇଁ ଏକ ଦଳର ତିଆରି କରିପାରନ୍ତି । ଆବଶ୍ୟକ କାର୍ଯ୍ୟକୁ ସପ୍ତାହର ମଝିରେ କରିବାକୁ ପ୍ରୟାସ କରନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ଏବଂ ବୟୋସ୍କଙ୍କ ଠାରୁ ପରାମର୍ଶ ନେବେ । ଆପଣଙ୍କୁ ସରକାରୀ ମାମଲାରେ କିଛି ଅସୁବିଧା ଆସିପାରେ । ଟଙ୍କା ପଇସା ସମ୍ବନ୍ଧୀୟ କାରବାରରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଆପଣ ନିଜର ପରିଶ୍ରମକୁ ଜାରି ରଖନ୍ତୁ । ଏହି ସପ୍ତାହ ଆପଣ ନିଜର କାର୍ଯ୍ୟକୁ ଯତ୍ନର ସହିତ କରିବେ । ଜୀବନ ସାଥୀଙ୍କ ପାଇଁ ଆପଣଙ୍କ ସ୍ଵଭାଵ ଖରାପ ହୋଇପାରେ । ପ୍ରେମଜୀବନରେ ଉତ୍ଥାନ-ପତନ ଆସିପାରେ । ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପାଣିପାଗର ପରିବର୍ତ୍ତନ ହେତୁ ଶାରୀରିକ ସମସ୍ୟା ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପ୍ରତ୍ୟେକ ସ୍ଥଳରେ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କୋର୍ଟ କଚେରୀରେ ଚାଲିଥିବା ମାମଲା ସମାଧାନ ହେବ । ଭାଗିଦାରୀମାନେ ଲାଭଦାୟକ ହେବ । ସନ୍ତାନମାନଙ୍କ ପାଇଁ କରାଯାଇଥିବା ପ୍ରୟାସ ସଫଳ ରହିବ । ଅକାରଣରେ ଆପଣ କୌଣସି ବିବାଦରେ ଫସି ଯାଇପାରନ୍ତି । ଆର୍ଥିକ ସମ୍ପର୍କ ଦୃଢ଼ ହେବା ଦ୍ୱାରା ଘର ସମ୍ପତ୍ତି ଯାନବାହନ କିଣିବା ପାଇଁ ମନ ହେବ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କୁ ମିଳିବ, ଯାହାଦ୍ୱାରା ଆପଣଙ୍କ ପ୍ରସନ୍ନତା ଆହୁରି ବଢିଯିବ । ଅଫିସରେ ନୂଆ ଦାୟିତ୍ଵ ମିଳିବା ସଙ୍ଗେ ସଙ୍ଗେ କାର୍ଯ୍ୟର ଚାପ ମଧ୍ୟ ବୃଦ୍ଧି ପାଇବ । ଅଧିନସ୍ଥ କର୍ମଚାରୀଙ୍କ ସାହାଯ୍ୟ ଓ ସହଯୋଗ ମିଳିବ । କାମରେ ଧନ ଲାଭ ହେବ । ନୂତନ ଆର୍ଥିକ ଚୁକ୍ତି ନୂଆ ରୂପ ନେବ । ଯୁବପୀଡିଙ୍କୁ ଚାକିରିର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ । ଟିକିଏ ଭାଗଦୌଡ଼ କରିବାକୁ ପଡିପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ବ୍ୟବସାୟ ସମ୍ବନ୍ଧୀୟ ଚିନ୍ତା ସମାଧାନ ହେବ । ବିରୋଧୀମାନେ ନାନା ପ୍ରକାର ସମସ୍ୟା ସୃଷ୍ଟି କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗ ସମାଧାନ ହେବ । ନୂତନ କାରବାର ବିସ୍ତାରରେ ସହାୟକ ହେବ । ଘର ବାହାରେ ପ୍ରଶଂସା ହେବ । ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସହାୟତା କରନ୍ତୁ । କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନ ଅଶାନ୍ତ ରହିବ । ପ୍ରେମୀ ଯୁଗଳ ପାଇଁ ସପ୍ତାହ ଭଲ ରହିବ । ନିଜ ପ୍ରେମୀସାଥୀଙ୍କ ସହ ଆପଣ ରୋମାଣ୍ଟିକ ସମୟ ଅତିବାହିତ କରିବେ । ଅନେକ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲିଯିବ । ଛୋଟ ଛୋଟ ଚାପ ଛାଡିଦେଲେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ହେବ ନାହିଁ ।

Be the first to comment

Leave a Reply

Your email address will not be published.


*