ଟିଭି ଜଗତର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଜନ୍ନତ ଜୁବେର ଯିଏକି କୋଟି କୋଟି ଟଙ୍କାର ମାଲିକାଣୀ, କିନ୍ତୁ ଭଲପାଆନ୍ତି ଜଣେ ସାଧାରଣ ଯୁବକଙ୍କୁ, ଜାଣନ୍ତୁ ସେ କିଏ !

ଏହି ଦୁନିଆରେ କିଛିବି ଅସମ୍ଭବ ହୋଇ ନଥାଏ । କେବଳ କୌଣସି ମଧ୍ୟ କାମରେ ସଫଳତା ପାଇବା ପାଇଁ ଯାହା ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଜିନିଷ ହୋଇଥାଏ ତାହା ହେଉଛି ଆମର ଧୌର୍ଯ୍ୟ ଏବଂ ସାହସ ଏବଂ ଯେଉଁ ବ୍ୟକ୍ତି ଠାରେ ଏହି ଦୁଇଟି ମହତ୍ୱପୂର୍ଣ୍ଣ ଜିନିଷ ଥାଏ ସେ ନିଜ ଭାଗ୍ୟ ନିଜେ ଲେଖିପାରେ ଏବଂ ଏହାର ସିଧାସଳଖ ଉଦାହରଣ ହେଉଛି ଟିଭି ଏବଂ ସୋସିଆଲ ମିଡ଼ିଆର ଜଣାଶୁଣା ଷ୍ଟାର ଜନ୍ନତ ଜୁବେର ରହମାନୀ । ଜନ୍ନତ ଜୁବେର ଜଣେ ସାଧାରଣ ପରିବାରର ଅଟନ୍ତି ଏବଂ ତାଙ୍କ ପରିବାର ମଧ୍ୟ କୌଣସି ଫିଲ୍ମି ପରିବାର ସମ୍ବନ୍ଧିତ ନୁହେଁ । ତଥାପି ସେ ନିଜର ସାହସ ଏବଂ ଆତ୍ମବିଶ୍ବାସ ଦ୍ଵାରା ଆଜି ପୁରା ସୋସିଆଲ ମିଡ଼ିଆ ଏବଂ ଟିଭି ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ତାଙ୍କ ସମବୟସ୍କଙ୍କ ମଧ୍ୟରେ ସେ ସବୁଠାରୁ ଲୋକପ୍ରିୟ ଅଟନ୍ତି ।

ଜନ୍ନତ ଆଜି ଯେଉଁ ସ୍ତରରେ ପହଞ୍ଚିଛନ୍ତି ସେତେ ପର୍ଯ୍ୟନ୍ତର ସଫଳତା ପାଇବା ତାଙ୍କ ପାଇଁ ସହଜ ନଥିଲା କିନ୍ତୁ ଜନ୍ନତ କେବେ ମଧ୍ୟ ହାର୍ ମାନି ନଥିଲେ ଏବଂ ଅନେକ ସମସ୍ୟାର ସାମ୍ନା କରି ନିଜ ରାସ୍ତା ନିଜେ ତିଆରି କରି ସଫଳତା ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । କହିରଖୁଛୁ ଯେ ଜନ୍ନତ ଖୁବ୍ କମ୍ ବୟସରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ଏବଂ ମାତ୍ର ୮ ବର୍ଷ ବୟସରେ ହିଁ ୨୦୧୦ରେ ଟିଭି ସିରିଏଲ “ଦିଲ୍ ମିଲ୍ ଗୟେ”ରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ଏହି ସିରିଏଲ ଦ୍ଵାରା ତାଙ୍କୁ କୌଣସି ପରିଚୟ ମିଳିପାରି ନଥିଲା । କିନ୍ତୁ ଜନ୍ନତ ହାର୍ ମାନି ନଥିଲେ ବରଂ ଆଗକୁ ଆଗେଇ ଚାଲିଲେ ।

ଟିଭିରେ ଅଭିନୟ କରିବା ପରେ ଜନ୍ନତଙ୍କୁ ଅନେକ ଶୋ ଅଫର ହେବାକୁ ଲାଗିଥିଲା ଯେପରିକି ଅନ୍ତରା, ଆଲ୍ଲାଦିନ୍, ଚାନ୍ଦ କେ ପାର୍ ଚଲୋ ଭଳି ସିରିଏଲ ସାମିଲ ରହିଛି । ପୁଣି ଜନ୍ନତ ଜୁବେର ୨୦୧୬ରେ ଲୋକପ୍ରିୟ ଶୋ “ଫୁଲୱା”ରେ ନଜର ଆସିଥିଲେ ଏବଂ ଏହି ଶୋ’ରେ ସେ ଖୁବ୍ ପ୍ରସିଦ୍ଧ ହୋଇଯାଇଥିଲେ । ତାଙ୍କୁ ଏହି ଶୋ’ରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଅନେକ ଆୱାର୍ଡ ମଧ୍ୟ ମିଳିଥିଲା । ଜନ୍ନତ ୨୦୧୭ରେ ଟିଭିର ଲୋକପ୍ରିୟ ଶୋ “ତୁ ଆଶିକୀ”ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦେଖାଯାଇଛି । ଏହି ଶୋରେ ମଧ୍ୟ ଜନ୍ନତ ଖୁବ୍ ପସନ୍ଦ କରାଯାଇଥିଲା ।

ଜନ୍ନତ ଦେଖିବାକୁ ଏତେ ସୁନ୍ଦର ଅଟନ୍ତି ଯେ ଯଦି ତାଙ୍କୁ କେହି ଥରେ ଦେଖି ଦିଅନ୍ତି ତେବେ ପସନ୍ଦ କରି ନିଅନ୍ତି । ପୁଣି ଆଜି ଆମେ ଆପଣଙ୍କୁ ଜନ୍ନତ ଜୁବେରଙ୍କ ଲୋଭ ଲାଇଫ ବିଷୟରେ ଏଠାରେ କିଛି କହିବାକୁ ଯାଉଛୁ । ଆପଣଙ୍କୁ କହି ରଖୁଛୁ ଯେ ମିଡ଼ିଆ ରିପୋର୍ଟରୁ ମିଳିଥିବା ସୂଚନା ମୁତାବକ ଟିକ୍ ଟକର ଲୋକପ୍ରିୟ ଷ୍ଟାର ଫୈଜଲ ଶେଖଙ୍କୁ ଡେଟ୍ କରୁଛନ୍ତି ଏବଂ ଅନେକଥର ଫୈଜଲ ଏବଂ ଜନ୍ନତଙ୍କୁ ଡିନର ଡେଟରେ ଦେଖାଯାଇଛି । ଏପରି ମଧ୍ୟ ଶୁଣା ଯାଉଛି ଯେ ବର୍ତ୍ତମାନ ଫୈଜଲ ଜନ୍ନତ ଜୁବେରଙ୍କ ଘରେ ରହୁଛନ୍ତି ଏବଂ ଜନ୍ନତଙ୍କ ମାତା ପିତା ମଧ୍ୟ ଫୈଜଲଙ୍କୁ ଖୁବ୍ ପସନ୍ଦ କରନ୍ତି ।

ପୁଣି ସେମାନେ ଦୁହେଁ ଏକା ସାଙ୍ଗରେ ଏକ ଏଲବମ୍ ମଧ୍ୟ କରିଛନ୍ତି ଯେଉଁଥିରେ ତାଙ୍କର କ୍ୟାମେଷ୍ଟ୍ରି ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ତାଙ୍କ ସଂପର୍କ ବିଷୟରେ କଣ ସତ ତାହାତ ଆଗାମୀ ସମୟ ହିଁ କହିବ । ଦୁଇ ଜଣ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କିଛି କହି ନାହାନ୍ତି ।

Be the first to comment

Leave a Reply

Your email address will not be published.


*