ଏମାନେ ବଲିଉଡର ଭୟଙ୍କର ଖଳନାୟକ ମାନଙ୍କର ସୁନ୍ଦରୀ ଝିଅ, ଲୁକ୍ସରେ ଅନେକ ଅଭିନେତ୍ରୀ ମାନଙ୍କୁ ଦେଇଥାନ୍ତି ଟକ୍କର !

ଚଳଚ୍ଚିତ୍ରରେ ହିରୋ ଏବଂ ଖଳନାୟକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏମାନେ ଏଭଳି ଚରିତ୍ର ଅଟନ୍ତି , ଯେଉଁମାନେ ଚଳଚ୍ଚିତ୍ରକୁ ଜୀବନ ପ୍ରଦାନ କରନ୍ତି । ହିରୋଙ୍କ ଚରିତ୍ରକୁ ଖଳନାୟକଙ୍କ ଚରିତ୍ର ବିଶେଷ ଭାବରେ ଗଢି ତୋଳିଥାଏ , ଏବଂ ଏହି ଚରିତ୍ରରେ ଅଭିନୟ କରୁଥିବା ଲୋକ ଅତ୍ୟନ୍ତ ଭୟଙ୍କର ଦେଖା ଯାଆନ୍ତି । ଆମେ ଆଲୋଚନା କରୁଛୁ ବଲିଉଡର କିଛି ଭୟଙ୍କର ଖଳନାୟକଙ୍କ ବିଷୟରେ ଏବଂ ଆଜି ଆମେ ଆପଣଙ୍କୁ ବଲିଉଡର ଏଭଳି କିଛି ଖଳନାୟକ ମାନଙ୍କର ସୁନ୍ଦରୀ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ହିରୋଇନ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ କମ ନୁହଁନ୍ତି ଏବଂ ଆଉ କିଛି ହିରୋଇନ ଅଟନ୍ତି ।

କୁଳଭୂଷଣ ଖରବନ୍ଦା:-

ଚଳଚ୍ଚିତ୍ରରେ ପ୍ରାୟତଃ ପିତା ଭୂମିକାରେ ଅଭିନୟ କରୁଥିବା ଅଭିନେତା କୁଳଭୂଷଣ ଖରବନ୍ଦା ଚଳଚ୍ଚିତ୍ର ‘ଶାନ୍’ର ‘ଶାକାଲ’ ଚରିତ୍ର ଦ୍ୱାରା ସମସ୍ତଙ୍କ ନିକଟରେ ପରିଚିତ ଅଟନ୍ତି । ଆପଣଙ୍କୁ କହିରଖୁଛୁ ଯେ ବଡ଼ ବଡ଼ ଖଳନାୟକଙ୍କ ମଧ୍ୟରେ କୁଳଭୂଷଣଙ୍କୁ ଗଣନା କରାଯାଏ । ତେବେ ତାଙ୍କ ଝିଅ ଶ୍ରୁତି ଖରବନ୍ଦା ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ଅଟନ୍ତି ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରହିବାର ଦେଖାଯାଆନ୍ତି ।

ଡେନୀ:-

ଅନେକ ବଲିଉଡ ଚଳଚ୍ଚିତ୍ର ଖଳନାୟକ ଭୂମିକାରେ ଅଭିନୟ କରିଥିବା ଡେନୀଙ୍କର ଜଣେ ଝିଅ ଏବଂ ଜଣେ ପୁଅ ଅଛନ୍ତି । ତାଙ୍କ ଝିଅର ନାମ ପେମା ଡେଙ୍ଗଜପା ଅଟେ । ପେମା ଏନିମେଶନରେ ବିଏ ଅନର୍ସର ଡିଗ୍ରୀ ହାସଲ କରିଛନ୍ତି । ଏହାବ୍ୟତୀତ ସେ ଲଣ୍ଡନ କଲେଜ ଅଫ କମ୍ୟୁନିକେଶନରୁ ଅଧ୍ୟୟନ କରିସାରିଛନ୍ତି । ଏବଂ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ମଧ୍ୟ ଅଟନ୍ତି ।

ଅମଜାଦ ଖାନ୍:-

‘ଶୋଲେ’ ଚଳଚ୍ଚିତ୍ରର ପ୍ରସିଦ୍ଧ ଖଳନାୟକ ଗବର ସିଂହ ଅର୍ଥାତ ଅମଜାଦ ଖାନଙ୍କର ଜଣେ ଝିଅ ଏବଂ ଦୁଇଜଣ ପୁଅ ଅଛନ୍ତି । ଝିଅ ଅହଲାମ ଥିଏଟର ଅଭିନେତା ଜଫର କରାଚିୱାଲାଙ୍କୁ ୨୦୧୧ ମସିହାରେ ବିବାହ କରିଥିଲେ । ଅହଲାମ ନିଜେ ମଧ୍ୟ ଥିଏଟର ବ୍ୟାକଗ୍ରାଉଣ୍ଡରୁ ଅଟନ୍ତି । ସେ ଅନେକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।

କିରନ୍ କୁମାର:-

କହିରଖୁଛୁ ଯେ ପ୍ରସିଦ୍ଧ ଖଳନାୟକ କିରଣ କୁମାରଙ୍କର ଝିଅ ସୃଷ୍ଟି କୁମାର ଫ୍ୟାଶନ ଷ୍ଟାଇଲିଷ୍ଟ ଏବଂ ବିଶେଷଜ୍ଞ ଅଟନ୍ତି । ସେ ସୁଶ ଏବଂ ସିସ୍ ନାମକ ବସ୍ତ୍ର ଏବଂ ଅଳଙ୍କାର ଲେଭଲକୁ ଚଳାଉଛନ୍ତି ।

ରଞ୍ଜିତ:-

ବଲିଉଡ ଚଳଚ୍ଚିତ୍ରରେ ବିଶେଷ କରି ଅଭିନେତ୍ରୀ ମାନଙ୍କର ଇଜ୍ଜତ ଲୁଟିବା, ମାରପିଟ କରିବା ଏବଂ ଟଙ୍କା ଆଦାୟ କରିବା ଭଳି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ରଞ୍ଜିତଙ୍କର ଅଭିନୟ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଅଟେ । ସେ ଆଜି ମଧ୍ୟ ଚଳଚ୍ଚିତ୍ରରେ ନଜର ଆସୁଛନ୍ତି । କିନ୍ତୁ କହିରଖୁଛୁ ଯେ ରଞ୍ଜିତଙ୍କର ଏକ ସୁନ୍ଦରୀ ଝିଅ ଅଛନ୍ତି, ଯାହାଙ୍କ ନାମ ଦିବ୍ୟାଙ୍କା ବେଦୀ ଅଟେ ଏବଂ ସେ ଜଣେ ପ୍ରସିଦ୍ଧ ଅଳଙ୍କାର ଡିଜାଇନର ଅଟନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ଅତ୍ୟନ୍ତ ସକ୍ରିୟ ରହିଥାନ୍ତି ।

ଶକ୍ତି କପୁର:-

ଶକ୍ତି କପୁରଙ୍କର ଆଜି ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ସେ ତାଙ୍କର ଏପର୍ଯ୍ୟନ୍ତର ବଲିଉଡ ଯାତ୍ରା ନିଜ ବଳ ଦ୍ୱାରା ଅତିକ୍ରମ କରିଛନ୍ତି । ଆଜି ମଧ୍ୟ ଶକ୍ତି କପୁର ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ଦେଖା ଯାଉଛନ୍ତି କିନ୍ତୁ ତାଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ଶ୍ରଦ୍ଧା ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଏବଂ ଅନେକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି ।

ନସିରୁଦ୍ଦିନ୍ ଶାହା:-

ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରି ସାରିଥିବା ନସିରୁଦ୍ଦିନ ଶାହାଙ୍କ ଝିଅର ନାମ ହିବା ଅଟେ । ହିବା ତାଙ୍କର ପ୍ରଥମ ପତ୍ନୀ ପରବିନ ମୁରାଦଙ୍କର ଝିଅ ଅଟନ୍ତି । ବୃତ୍ତିରେ ହିବା ଷ୍ଟେଜ୍ ଅଭିନେତ୍ରୀ ଅଟନ୍ତି ଏବଂ ଅତ୍ୟନ୍ତ ସୁନ୍ଦରୀ ଅଟନ୍ତି ।

Be the first to comment

Leave a Reply

Your email address will not be published.


*