୧୭ ଘଣ୍ଟା ପର୍ଯ୍ୟନ୍ତ ଶାଶୁଘର ବାହାରେ ଦେଲେ ଧାରଣା, କିନ୍ତୁ ଖୋଲିଲା ନାହିଁ କବାଟ, ସ୍ୱାମୀଙ୍କ ସହ ରହିବା ‘ଜିଦ୍’ରେ ଅଟଳ ରହିଲେ ନେହା !

ଉତ୍ତରପ୍ରଦେଶର ମୁରାଦାବାଦର ବାସିନ୍ଦା ନେହା ପ୍ରାୟତଃ ୧୭ ଘଣ୍ଟା ପର୍ଯ୍ୟନ୍ତ ନିଜ ଶାଶୁଘର ବାହାରେ ଧାରଣା ଦେଇଥିଲେ । ନେହା ନିଜ ଛୋଟ ଝିଅ ସହ ଏହି ଧାରଣା ଦେଇଥିଲେ । ନେହାଙ୍କ କହିବା ଅନୁଯାୟୀ, ସେ ନିଜ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି କିନ୍ତୁ ସ୍ୱାମୀ ତାଙ୍କୁ ଘରକୁ ଯିବାକୁ ଦେଉ ନାହାଁନ୍ତି । ଯେଉଁ କାରଣରୁ ସେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ।

୨୦୧୭ ମସିହାରେ ନେହାଙ୍କର ବିବାହ ପ୍ରକାଶ ଇଙ୍କଲେଭ ବାସିନ୍ଦା ମନିଷ ଡୋଡାଙ୍କ ସହ ହୋଇଥିଲା । ଏହି ବିବାହରୁ ଏମାନଙ୍କର ଏକ ଝିଅ ମଧ୍ୟ ରହିଛି, ଯାହାର ନାମ ରିୟାଂଶୀ ଅଟେ । ନେହା ପାଖାପାଖି ଏକ ବର୍ଷ ଧରି ନିଜ ମାଆଙ୍କ ନିକଟରେ ରହୁଥିଲେ । ଏଥିସହିତ କରୱାଚୌଥ ଦିନ ନେହା ନିଜ ସ୍ୱାମୀଙ୍କ ଘରକୁ ଯିବାପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ନେହାଙ୍କ ଶାଶୁଘର ଲୋକ ତାଙ୍କୁ ଘରେ ପ୍ରବେଶ କରିବାକୁ ଦେଇନଥିଲେ । ଯାହାପରେ ନେହା ଘର ବାହାରେ ଧାରଣା ପାଇଁ ବସି ଯାଇଥିଲେ ।

ନେହା ପ୍ରାୟତଃ ୧୧ ଘଣ୍ଟା ଧରି ଥଣ୍ଡାରେ ବସି ରହିଥିଲେ । ନେହାଙ୍କର ଏଭଳି ଅବସ୍ଥା ଦେଖି ଜଣେ ପଡୋଶୀ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ନେହାଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ । ନେହା ରାତିସାରା ଝିଅ ସହ ପଡୋଶୀଙ୍କ ଘରେ ରହିଥିଲେ ଏବଂ ସକାଳ ହେଉ ହେଉ ପୁଣିଥରେ ଧାରଣା ପାଇଁ ବସି ଯାଇଥିଲେ । ଯେପରି ପୋଲିସକୁ ଏହି ବିଷୟରେ ସୂଚନା ମିଳିଥିଲା , ପୋଲିସ୍ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲା । ଯାହାପରେ ପୋଲିସ୍ ନେହାଙ୍କ ସହ କଥାବାର୍ତ୍ତା କରିଥିଲା ।

ନେହା ପୋଲିସଙ୍କୁ ସମ୍ପୂର୍ଣ୍ଣ କାହାଣୀ କହିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ କିନ୍ତୁ ତାଙ୍କୁ ଘରେ ପ୍ରବେଶ କରାଯାଉନାହିଁ । ନେହା ପୋଲିସକୁ କହିଥିଲେ ଯେ ତାଙ୍କ ମାଁ ବିଧବା ଅଟନ୍ତି ଏବଂ ସେ ତାଙ୍କ ମାଁଙ୍କ ଉପରେ ବୋଝ ହୋଇ ରହିବାକୁ ଚାହୁଁ ନାହାଁନ୍ତି । ନେହାଙ୍କ କହିବା ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାମୀ କିମ୍ବା ପରିବାର ଲୋକଙ୍କ ସହ କୌଣସି ସମସ୍ୟା ନାହିଁ ଏବଂ ସେ ସେମାନଙ୍କ ସହ ରହିବାକୁ ଚାହୁଁଛନ୍ତି ।

ତେବେ ୧୭ ଘଣ୍ଟା ସ୍ୱାମୀଙ୍କ ଘର ଆଗରେ ଧାରଣା ଦେବା ପରେ ମଧ୍ୟ ତାଙ୍କୁ ଘରେ ପ୍ରବେଶ କରା ଯାଇନଥିଲା । ପୋଲିସ୍ ନେହାଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଶୁଣିବା ପରେ ତାଙ୍କୁ କହିଥିଲା ଯେ ତାଙ୍କୁ ଜବରଦସ୍ତ ଭାବରେ ଘରେ ପ୍ରବେଶ କରାଯାଇପାରିବ ନାହିଁ । ନେହାଙ୍କୁ ଏହି ଘଟଣାରେ କୋର୍ଟ ଯିବାକୁ ପଡ଼ିବ । ପୋଲିସର ପରାମର୍ଶ ପରେ ନେହା ଧାରଣାରୁ ଉଠି ଯାଇଥିଲେ ଏବଂ ପୋଲିସରେ ପ୍ରାର୍ଥନା ପତ୍ର ଦେଇଥିଲେ । ସିଓ କାର୍ଯ୍ୟାଳୟରୁ ନେହାଙ୍କ ପ୍ରାର୍ଥନା ପତ୍ରକୁ କାଉନସିଲିଂ ପାଇଁ ମହିଳା ଥାନା ପଠାଇ ଦିଆଯାଇଛି ।

ଏଥିସହିତ ଏହି ସମ୍ପୂର୍ଣ୍ଣ ଘଟଣାକୁ ଶାଶୁଘର ଲୋକ ନେହାଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି । ନେହାଙ୍କ ଶାଶୁ ଉଷା ଡୋଡା ମହିଳା ଥାନାରେ ମାମଲା ଲେଖାଇଛନ୍ତି ଏବଂ କହିଛନ୍ତି ଯେ ଏହା ବୋହୂ ନେହା ଏବଂ ତାଙ୍କ ବାପଘର ଲୋକଙ୍କର ଷଡଯନ୍ତ୍ର ଅଟେ । ନେହା ବାପଘର ଲୋକଙ୍କ କହିବା ଅନୁସାରେ, କରୱାଚୌଥ ଦିନ ଶାଶୁଘରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ନେହାଙ୍କ ବାପଘର ଲୋକଙ୍କର ପ୍ରବର୍ତ୍ତନାରେ ଆମ ଘରେ ଆତ୍ମହତ୍ୟା କରିପାରନ୍ତି ଏବଂ ଆମକୁ ଫସାଇ ପାରନ୍ତି । ଏଥିପାଇଁ ଆମେ ତାଙ୍କୁ ଘରେ ପ୍ରବେଶ କରିବାକୁ ଦେବୁନାହିଁ ବୋଲି ଶାଶୁ କହିଛନ୍ତି ।

ପିଲାର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି:-

ନେହା ଏବଂ ଶାଶୁଘର ଲୋକଙ୍କ ମଧ୍ୟରେ ଚାଲିଥିବା ଝଗଡାର ପ୍ରଭାବ ପିଲା ଉପରେ ପଡିଛି । ବିଳମ୍ବ ରାତି ପର୍ଯ୍ୟନ୍ତ ଥଣ୍ଡାରେ ଧାରଣା ଦେବା ଯୋଗୁଁ ନେହାଙ୍କ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି । ନେହାଙ୍କ କହିବା ଅନୁଯାୟୀ, ଅନେକ ସମୟ ପର୍ଯ୍ୟନ୍ତ ଘର ବାହାରେ ବସିବା କାରଣରୁ ଝିଅ ରିୟାଂଶୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ଗୁରିବାର ଦିନ ସକାଳେ ନେହା ଝିଅକୁ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ । ଝିଅକୁ ଔଷଧ ଦେବା ପରେ ସେ ପୁଣିଥରେ ଶାଶୁଘର ଆଗରେ ଧାରଣାରେ ବସି ଯାଇଥିଲେ କିନ୍ତୁ ସନ୍ଧ୍ୟାରେ ପୁଣିଥରେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା । ଯେଉଁଥିପାଇଁ ସେ ପୁଣିଥରେ ଝିଅକୁ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ ।

ଏହି ସମଗ୍ର ପ୍ରସଙ୍ଗରେ ଥାନାର ଦାୟିତ୍ୱରେ ଥିବା ନଭଲ ମାରୱାହ କହିଛନ୍ତି ଯେ କୋର୍ଟର ଆଦେଶ ଆଣିବାକୁ ମହିଳାଙ୍କୁ ବୁଝା ଯାଇଛି କିମ୍ବା ଥାନାରେ ଅଭିଯୋଗ ଦେବାକୁ କୁହାଯାଇଛି । ପୋଲିସ୍ କାହାର ଘରେ ଜବରଦସ୍ତ ପ୍ରବେଶ କରିପାରିବ ନାହିଁ । ପୋଲିସର ବୁଝାଇବା ପରେ ନେହା ପୁଣିଥରେ ତାଙ୍କ ଘରକୁ ଫେରି ଯାଇଥିଲେ ।

Be the first to comment

Leave a Reply

Your email address will not be published.


*