ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଫସାଇବା ପାଇଁ ଉଦ୍ଧବ ସରକାର କରିଥିଲେ ଯୋଜନା, ୪୦ ଲୋକଙ୍କର ଗଠନ କରିଥିଲେ ଦଳ !

ରିପବ୍ଲିକ୍ ଟିଭିର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀ ବର୍ତ୍ତମାନ ସମୟରେ ନ୍ୟାୟିକ ହେପାଜତରେ ଅଛନ୍ତି । କୋର୍ଟ ତାଙ୍କୁ ୧୮ ନଭେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛି । ନିକଟରେ ପୋଲିସ୍ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା । ଏହି ମାମଲା ୨୦୧୮ ମସିହାରେ ଥିଲା, ଯାହା ବନ୍ଦ ହୋଇ ସାରିଥିଲା କିନ୍ତୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ୍ ଏହି ମାମଲାକୁ ଜାଲିଆତି ଉପାୟରେ ପୁଣିଥରେ ଖୋଲି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିନେଇଛି ।

ଏଥିସହିତ ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପାଇଁ ମହାରାଷ୍ଟ୍ର ସରକାର ଏକ ଦଳ ଗଠନ କରିଥିଲେ । ରାଜ୍ୟର ଗୃହ ମନ୍ତ୍ରାଳୟ ଦ୍ୱାରା ୪୦ ଜଣିଆ ଦଳ ଗଠନ କରିଥିଲା । ଗୃହ ବିଭାଗର କୋଙ୍କଣ ରେଞ୍ଜର ଇନ୍ସପେକ୍ଟର ଜେନେରାଲ ସଞ୍ଜୟ ମୋହିତଙ୍କ ନେତୃତ୍ୱରେ ଦଳ ଗଠନ କରାଯାଇଥିଲା । ଏହି ଦଳକୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବାର ଦାୟିତ୍ୱ ଦିଆଯାଇଥିଲା । ଯାହା ପରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନଭେମ୍ବର ୪ ତାରିଖରେ ଗିରଫ କରାଯାଇଥିଲା ।

ଚାଲିଲା ଅପରେସନ ଅର୍ଣ୍ଣବ:-

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାୟକ ଏବଂ ତାଙ୍କ ମାଁ କୁମୁଦଙ୍କ କଥିତ ରୂପରେ ଆତ୍ମହତ୍ୟା ମାମଲାକୁ ପୁଣିଥରେ ଖୋଲାଯାଇଥିଲା ଏବଂ ଅପରେସନ ଅର୍ଣ୍ଣବ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ମୁମ୍ବାଇ ଏବଂ ରାୟଗଡ ପୋଲିସର ୪୦ ଜଣ କର୍ମଚାରୀକୁ ଜଡିତ କରାଯାଇଥିଲା । ସଞ୍ଜୟ ମୋହିତେ ଅର୍ଣ୍ଣବଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯେତେବେଳେ କି ଏହାକୁ ସଫଳ କରିବାର ଦାୟିତ୍ୱ ହାଇ-ପ୍ରୋଫାଇଲ ଏନକାଉଣ୍ଟର ବିଶେଷଜ୍ଞ ସଚିନ ଭେଜଙ୍କୁ ପ୍ରଦାନ କରା ଯାଇଥିଲା ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, ଏହି ମାମଲାରେ ଇଣ୍ଟେରିୟର ଡିଜାଇନରଙ୍କର ପରିବାର ଲୋକମାନେ ଶରଦ ପୱାରଙ୍କ ଅତ୍ୟନ୍ତ ନିକଟତର ଭାବରେ ବିବେଚନା କରାଯାଆନ୍ତି ଏବଂ ଅର୍ଣ୍ଣବଙ୍କୁ ଫସାଇବା ପାଇଁ ଏହି ମାମଲାକୁ ଜାଲିଆତି ଉପାୟରେ ପୁଣିଥରେ ଖୋଲାଯାଇଛି ।

ଏହି ଦଳର ଜଣେ ସଦସ୍ୟ ସୂଚନା ଦେଇ କହିଛନ୍ତି ଯେ ଆମେ ଅତ୍ୟନ୍ତ ସତର୍କତାର ସହ କାମ କରିଛୁ ଏବଂ ଦଳର ପ୍ରତ୍ୟେକ ସଦସ୍ୟ ଏହି ସଂଯମତାକୁ ପାଳନ କରିଛନ୍ତି । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ଅର୍ଣ୍ଣବ କଥିତ ଆକାରରେ ଆତ୍ମହତ୍ୟା ମାମଲାରେ ଜଡିତ ଥିଲେ । ଏହା ଏକ ଗୁପ୍ତ ଅପରେସନ ଥିଲା ଏବଂ ଆମ ଲୋକମାନେ ଅର୍ଣ୍ଣବଙ୍କ ଘରକୁ ଅନେକଥର ଯାଇଥିଲେ । ଆମକୁ ଭୟ ଥିଲା ଯେ ଯଦି ସୂଚନା ଲିକ୍ ହୁଏ , ତେବେ ଅର୍ଣ୍ଣବ ଗିରଫରୁ ରକ୍ଷା ପାଇବା ପାଇଁ ସହର ବାହାରକୁ ଚାଲି ଯାଇପାରନ୍ତି ।

ଠିକ୍ ଯେପରି ଅର୍ଣ୍ଣବଙ୍କୁ ଗିରଫ କରିବାର ଦିନ ଆସିଲା, ପୋଲିସ୍ ସେଦିନ ଯୋଜନା ମୁତାବକ ତାଙ୍କ ଘରକୁ ଯାଇଥିଲା । କିଏ କବାଟ ବାଡେଇବ, ଏବଂ ପୁଣି କିଏ ଅର୍ଣ୍ଣବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବ, ପୋଲିସ୍ ତାହା ନିର୍ଣ୍ଣୟ କରିଥିଲା । ଏଥିସହ ବିରୋଧ ହେବା ପରେ କେଉଁ ପଦକ୍ଷେପ ଗ୍ରହଣ କରାଯିବ ।

ଅର୍ଣ୍ଣବଙ୍କୁ ଧରିବା ପରେ ତାଙ୍କୁ ରାୟଗଡ ଜିଲ୍ଲାର ଏକ କୋର୍ଟରେ ଉପସ୍ଥାପନ କରାଯାଇଥିଲା । ଯେଉଁଠାରେ କୋର୍ଟ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲା । ଏହି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବ୍ୟତୀତ ଫିରୋଜ ମହମ୍ମଦ ଶେଖ ଏବଂ ନୀତେଶ ସାରଦାଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥି ସହ ଅର୍ଣ୍ଣବଙ୍କ ଓକିଲ ମଧ୍ୟ ଜାମିନ ପାଇଁ ଆବେଦନ ଦାଖଲ କରି ଦେଇଛନ୍ତି ।

ଅର୍ଣ୍ଣବଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଅନ୍ୟଭ ଅନ୍ମୟ ନାୟକଙ୍କୁ ବାକି ଟଙ୍କା ପ୍ରଦାନ କରି ନଥିଲେ । ଯେଉଁ କାରଣରୁ ଅନ୍ମୟ ଏବଂ ତାଙ୍କ ମାଁ ଆତ୍ମହତ୍ୟା କରି ନେଇଥିଲେ । ଅଭିଯୁକ୍ତମାନଙ୍କୁ ୫.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଥିଲା । ଏହି ମାମଲାକୁ ୨ ବର୍ଷ ପୂରଣ ହୋଇ ସାରିଲାଣି ଏବଂ ଏହି ମାମଲା ଉପରେ କ୍ଲୋଜର ରିପୋର୍ଟ ଦିଆଯାଇ ସାରିଛି । ସମ୍ପୂର୍ଣ୍ଣ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ସ୍ପଷ୍ଟୀକରଣ ସ୍ପଷ୍ଟ ନୁହେଁ ଏବଂ ଜଣାପଡୁଛି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଯେକୌଣସି ପ୍ରକାରରେ ଫସାଇବା ପାଇଁ ସରକାରୀ ତନ୍ତ୍ରର ଅପବ୍ୟବହାର କରାଯାଇଛି ।

Be the first to comment

Leave a Reply

Your email address will not be published.


*