ଦୀପାବଳି ପରେ ସୂର୍ଯ୍ୟ ତୁଳା ରାଶିରୁ ବିଛା ରାଶିରେ ପ୍ରବେଶ କରିବେ । ଜାଣନ୍ତୁ ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ଯୋଗୁଁ ଏହି ୩ଟି ରାଶିର ବ୍ୟକ୍ତି ବିଶେଷମାନେ ଉପକୃତ ହେବେ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ସମୟ ସହିତ ନିଜର ଗତିଵିଧିରେ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ । କେବେ ବି କୌଣସି ଗ୍ରହ ଅଶୁଭ ହୋଇନଥାଏ ବରଂ ଏଥିରେ ମିଳୁଥିବା ପ୍ରଭାବ ଶୁଭ ଓ ଅଶୁଭ ବୋଲି ବିବେଚନା କରାଯାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ୧୬ ନଭେମ୍ବରକୁ ନିଜର ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ତୁଳା ରାଶିରୁ ବାହାରି ବିଛା ରାଶିରେ ଗୋଚର କରିବେ । ସୂର୍ଯ୍ୟର ଏହି ପରିବର୍ତ୍ତନ ଯୋଗୁଁ ବିଶେଷ କରି ତିନୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ରାଶି ବିଷୟରେ :

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ପରିବର୍ତ୍ତନରେ କେଉଁ ରାଶିର ବ୍ୟକ୍ତି ବିଶେଷ ହେବ ଉପକୃତ :

ମିଥୁନ ରାଶିର ଲୋକମାନଙ୍କୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଶୁଭ ଖବର ମିଳିବାର ସୂଚନା ରହିଛି । ସାମାଜିକ ସ୍ତରରେ ଆପଣଙ୍କ ମାନ-ସମ୍ମାନ ପ୍ରାପ୍ତି କରିବେ । ସମାଜରେ ଆପଣ ଆପଣଙ୍କର ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଆପଣଙ୍କ ଆୟରେ ଅତ୍ୟନ୍ତ ବୃଦ୍ଧି ହେବ । ଆୟର ନୂତନ ସ୍ରୋତ ମିଳିବ । ଚାକିରୀ କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବେ । ସାଙ୍ଗସାଥୀମାନଙ୍କ ସହ ଚାଲିଥିବା ମତଭେଦ ଦୂର ହୋଇପାରେ । ଘର ପରିବାରରେ ଖୁସି ବୃଦ୍ଧି ପାଇବ । ମାତାପିତାଙ୍କ ସ୍ଵସ୍ଥାବସ୍ଥାରେ ପରିବର୍ତ୍ତନ ଆସିବ । ଆପଣ ଆପଣଙ୍କର ବ୍ୟକ୍ତିଗତ ଜୀବନର ସମ୍ପୂର୍ଣ୍ଣ ଆନନ୍ଦ ନେବେ ।

କନ୍ୟା ରାଶିର ଲୋକମାନଙ୍କୁ ସୂର୍ଯ୍ୟଙ୍କର ଗୋଚର ଯୋଗୁଁ କାର୍ଯ୍ୟ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । କାର୍ଯ୍ୟରେ ଆପଣ କ୍ରମାଗତ ଭାବରେ ସଫଳତା ହାସଲ କରିବେ । କୌଣସି ନିକଟ ସମ୍ପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ । ଘର ପରିବାରରେ ଖୁସିର ବାତାବରଣ ରହିବ । ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଆପଣ କୌଣସି ସୁଖମୟ ଯାତ୍ରାରେ ଯାଇପାରନ୍ତି । ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଆୟରେ ଅତ୍ୟନ୍ତ ବୃଦ୍ଧି ହେବ । ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ ।

ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ଗୋଚର ଭଲ ପ୍ରମାଣିତ ହେବ । ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ଦେଖିବାକୁ ପାଇବେ । ରୋଜଗାରର ମାଧ୍ୟମ ବୃଦ୍ଧି ପାଇବ । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ଜାଗ୍ରତ ହୋଇପାରେ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କର ସହାୟତା ମିଳିବ । ଆପଣଙ୍କୁ ଆପଣଙ୍କ ଯୋଜନାର ଭଲ ଫଳାଫଳ ମିଳିବ । ପିଲାମାନଙ୍କ ପକ୍ଷରୁ ଖୁସିଖବର ମିଳିବାର ସମ୍ଭାବନା ରହିଛି ।

ବି.ଦ୍ର: ଅନୁଛେଦରେ ପ୍ରଦାନ କରାଯାଇଥିବା ଉପରୋକ୍ତ ତଥ୍ୟ ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରଯୁର୍ଯ୍ୟ ଅଟେ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*