ମାଧୁରୀ ଦୀକ୍ଷିତଙ୍କ ଭଉଣୀ ମାଧୁରୀଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦରୀ ଦେଖାଯାନ୍ତି ! ଆଜି ପର୍ଯ୍ୟନ୍ତ ରହିଛନ୍ତି ଲାଇମ୍ ଲାଇଟ୍ ଠାରୁ ଖୁବ୍ ଦୂରରେ…

ଧକ୍ ଧକ୍ ଗାର୍ଲ ନାମରେ ପରିଚିତ ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାମ ବଲିଉଡ଼ର ଏଭରଗ୍ରୀନ ସୂଚୀରେ ସାମିଲ ହୋଇଛି ଏବଂ ମାଧୁରୀ ଦୀକ୍ଷିତ ନିଜ ସୁନ୍ଦରତା ବଳରେ ସମସ୍ତଙ୍କ ହୃଦୟ ଜିଣି ନିଅନ୍ତି ଏବଂ ଆଜି ୫୩ ବର୍ଷ ବୟସରେ ମଧ୍ୟ ମାଧୁରୀଙ୍କ ସୁନ୍ଦରତା ବଜାୟ ରହିଛି । ମାଧୁରୀ ଦୀକ୍ଷିତ ବଲିଉଡ଼ରେ ଭଲ ଭଲ ସୁପରହିଟ ଚଳଚ୍ଚିତ୍ରର ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏବଂ ସେ ନିଜ ଅଭିନୟ ବଳରେ ସମସ୍ତଙ୍କୁ ନିଜ ଦିୱାନା କରିଦିଅନ୍ତି ।

ମାଧୁରୀ ଦୀକ୍ଷିତ ଅଭିନୟ ସଙ୍ଗେ ସଙ୍ଗେ ନିଜର ଉତ୍ତମ ନୃତ୍ୟକଳା ପାଇଁ ମଧ୍ୟ ଜଣାଶୁଣା ଏବଂ ମାଧୁରୀ ଦୀକ୍ଷିତ ଆଜି ଚଳଚ୍ଚିତ୍ରରୁ ଦୁରେଇ ଯାଇଛନ୍ତି କିନ୍ତୁ ଆଜି ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ଏବଂ ଅନେକଗୁଡ଼ିଏ ଡ୍ୟାନ୍ସିଙ୍ଗ ରିଏଲିଟି ଶୋ’ ଗୁଡ଼ିକରେ ଜର୍ଜଭାବରେ ଆସନ ଗ୍ରହଣ କରିଛନ୍ତି । ସୂଚନ ଥାଉ ଯେ, ମାଧୁରୀ ଦୀକ୍ଷିତ ନିଜ ଅଭିନୟ କ୍ୟାରିୟରରେ ସମସ୍ତ ବଡ଼ ବଡ଼ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି ଏବଂ ଆଜି ମଧ୍ୟ ଲୋକେ ମାଧୁରୀ ଦୀକ୍ଷିତଙ୍କ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ମାଧୁରୀ ନିଜ ଅଭିନୟ କ୍ୟାରିୟରରେ ଅନେକଗୁଡ଼ିଏ ଆଇକୋନିକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ଯାହାକୁ କି ଲୋକେ ଆଜି ମଧ୍ୟ ମନେ ପକାନ୍ତି ଏବଂ ତାଙ୍କ ଗୀତକୁ ଲୋକେ ବହୁତ ପସନ୍ଦ କରନ୍ତି ଓ ଯେଉଁମାନଙ୍କୁ ନୃତ୍ୟ କରିବାକୁ ଭଲ ଲାଗେ ସେମାନେ ମାଧୁରୀଙ୍କୁ ନିଜ ଗୁରୁ ରୂପରେ ମାନ୍ୟତା ଦେଇଛନ୍ତି । ଆପଣଙ୍କୁ ସୁଚାଇ ଦେଉଛୁ ଯେ, ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ମାଧୁରୀ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିନେଲେ । ଆଜି ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ମାଧୁରୀ ନିଜ ପରିବାର ସହ ବହୁତ ଖୁସିରେ ରୁହନ୍ତି ଓ ବେଳେବେଳେ ନିଜ ପରିବାର ସହିତ ସମୟ ଅତିବାହିତ କରୁଥିବା ଫଟୋ ସେୟାର କରନ୍ତି ।

ସେପଟେ ମାଧୁରୀ ଦୀକ୍ଷିତଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ମାଧୁରୀ ଦୀକ୍ଷିତଙ୍କ ଭଉଣୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏକି ଦେଖିବାକୁ ମାଧୁରୀ ଦୀକ୍ଷିତଙ୍କ ଭଳି ଅତି ସୁନ୍ଦର । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ବିସ୍ତାରପୂର୍ବକ । ଆପଣଙ୍କୁ ସୂଚନା ଦେଉଛୁ କି ମାଧୁରୀ ଦୀକ୍ଷିତଙ୍କ ଦୁଇଟି ଭଉଣୀ ଅଛନ୍ତି; ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ରୁପା ଦୀକ୍ଷିତ ଅଟେ । ସେପଟେ ଦ୍ୱିତୀୟ ଭଉଣୀଙ୍କ ନାମ ଭାରତୀ ଦୀକ୍ଷିତ ଅଟେ ଏବଂ ଆଲୋଚନା କରିବା ରୂପା ଦୀକ୍ଷିତଙ୍କ ବିଷୟରେ । ତେବେ ରୁପା ଦେଖିବାକୁ ସୁନ୍ଦରୀ ଓ ଅଧିକାଂଶ ଲୋକଙ୍କୁ ତାଙ୍କ ବିଷୟରେ ଜଣନ୍ତି ନାହିଁ । କାରଣ ସେ ଲାଇମ ଲାଇଟରୁ ଦୁରେଇ ରୁହନ୍ତି ଏବଂ ଅଭିନୟ ଜଗତରୁ ସେ ଦୂରେଇ ରୁହନ୍ତି ।

ସୂଚନା ଦେଉଛନ୍ତି; ରୂପାଙ୍କୁ ବଲିଉଡ଼ ଚଳଚ୍ଚିତ୍ର ଅଧିକ ପସନ୍ଦ ନାହିଁ ଓ ସେ ଅଧିକାଂଶ ସମୟ ମିଡ଼ିଆ ଏବଂ କ୍ୟାମେରାରୁ ଦୂରେଇ ରୁହନ୍ତି । ଜଣାଇ ଦେଉଛୁ ଯେ, ରୂପାଙ୍କୁ ମାଧୁରୀଙ୍କ ସହିତ ଅନେକଥର ଦେଖାଯାଇଛି ଏବଂ ଏହା ସହିତ ଜଣାଇ ଦେଉଛୁ ଯେ ମାଧୁରୀଙ୍କ ଆଉ ଏକ ଭଉଣୀ ଭାରତୀ ମଧ୍ୟ ନିଜ ଭଉଣୀ ରୂପା ଭଳି ଲାଇମ୍ ଲାଇଟରୁ ଦୁରେଇ ରୁହନ୍ତି । ଆପଣଙ୍କୁ ସୂଚନା ଦେଇଛୁ ଯେ, ଭାରତୀ ଦୀକ୍ଷିତ କେବେ ମଧ୍ୟ ଲାଇମ୍ ଲାଇଟ୍ ସମ୍ମୁଖକୁ ଆସି ନାହାଁନ୍ତି ଏବଂ ସେ ଆଜି ନିଜ ପରିବାର ସହ ଜୀବନ ଅତିବାହିତ କରୁଛନ୍ତି ଏବଂ ନିଜ ଭଉଣୀ ମାଧୁରୀ ଓ ରୂପା ଭଳି ଭାରତୀ ମଧ୍ୟ ଦେଖିବାକୁ ଖୁବ ସୁନ୍ଦରୀ ।

ଏପରି ଭାବରେ ଦେଖିବାକୁ ଗଲେ ମାଧୁରୀ ଦୀକ୍ଷିତଙ୍କ ଦୁଇଟି ଭଉଣୀ ଅଛନ୍ତି ଓ ଉଭୟ ହିଁ ଚଳଚ୍ଚିତ୍ର ଜଗତରୁ ଖୁବ୍ ଦୂରେଇ ରୁହନ୍ତି ଏବଂ ସେପଟେ ମାଧୁରୀ ବଲିଉଡ଼ର ସବୁଠାରୁ ଅଧିକ ପ୍ରସିଦ୍ଧ ସୂଚୀରେ ସାମିଲ ଅଟନ୍ତି ଓ ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି ।

Be the first to comment

Leave a Reply

Your email address will not be published.


*