ଆସନ୍ତା ୯ ମାସ ମଧ୍ୟରେ ବନ୍ଦ ହୋଇପାରେ ଏହି ସରକାରୀ କମ୍ପାନୀ, ଜାଣନ୍ତୁ ସରକାରଙ୍କ ନୂଆଁ ଯୋଜନା କ’ଣ ?

ଦିନ ଧରି କ୍ଷତିଗ୍ରସ୍ତ ସରକାରୀ କମ୍ପାନୀଗୁଡ଼ିକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନସିବି ସଂସ୍ଥାକୁ ଜମି ବିକ୍ରୟ ପାଇଁ ପ୍ରାବଧାନ ଦିଆଯିବ ନାହିଁ ।

ଅନୁରାଗ ସିଂ ଠାକୁର ସଂସଦରେ କହିଥିଲେ ଯେ ୬ଟି କମ୍ପାନୀ ବନ୍ଦ କରିବା ପାଇଁ ଚିନ୍ତା କରାଯାଇଛି ଏବଂ ଅବଶିଷ୍ଟ ୨୦ଟି ଆଗାମୀ ପର୍ଯ୍ୟାୟରେ ବନ୍ଦ ହେବ ।

କ୍ଷତିଗ୍ରସ୍ତ ସରକାରୀ କମ୍ପାନୀଗୁଡ଼ିକୁ ଯଥାଶୀଘ୍ର ବନ୍ଦ କରିବାକୁ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିବେ । ସିଏନବିସି ଆୱାଜ ଦ୍ୱାରା ମିଳିଥିବା ସ୍ୱତନ୍ତ୍ର ସୂଚନା ଅନୁଯାୟୀ, ଏହି ଗାଇଡଲାଇନରେ ଏନବିସିସିକୁ ଜମି ବିକ୍ରିର ଦାୟିତ୍ୱ ଦିଆଯିବନାହିଁ । ଅର୍ଥମନ୍ତ୍ରୀ ଅନୁରାଗ ସିଂ ଠାକୁର ସଂସଦରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ” ସରକାରୀ କମ୍ପାନୀଗୁଡିକର ବିନିଯୋଗ ପାଇଁ ନୀତିଆୟୋଗ କିଛି ସର୍ତ୍ତ ସ୍ଥିର କରିଛି । ଏହାକୁ ଆଧାର କରି ସରକାର ୨୦୧୬ ଠାରୁ ୩୪ଟି କମ୍ପାନୀରେ ରଣନୈତିକ ବିନିଯୋଗକୁ ଅନୁମୋଦନ କରିଛନ୍ତି । ”

କ୍ଷତିଗ୍ରସ୍ତ କମ୍ପାନୀଗୁଡିକ ଶୀଘ୍ର ହେବ ବନ୍ଦ

ଦୀର୍ଘ କ୍ଷତିଗ୍ରସ୍ତ ସରକାରୀ କମ୍ପାନୀଗୁଡ଼ିକୁ ବନ୍ଦ କରିବା ପାଇଁ ଶୀଘ୍ର ଏକ ନୂତନ ଗାଇଡଲାଇନ ଜାରି କରାଯିବ । ୯ ମାସ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀଗୁଡ଼ିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ୧୨ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି । ବନ୍ଦ ପୂର୍ବରୁ ବଜାରରେ ଜମି କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ବିକ୍ରୟ କରିବା ଆବଶ୍ୟକ ହେବ ନାହିଁ ଏବଂ ଏନସିସିବି କିମ୍ବା ଅନ୍ୟ ଜମି ପରିଚାଳନା ଏଜେନ୍ସି ମଧ୍ୟ ନିଯୁକ୍ତ କରାଯିବ ନାହିଁ । ଯେଉଁ ବିଭାଗ କିମ୍ବା କମ୍ପାନୀର ଜମି ସେହି ବିଭାଗକୁ ସର୍କଲ ହାରରେ ଜମି ହସ୍ତାନ୍ତର କରାଯିବ ।

୬ଟି କମ୍ପାନୀ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି

ଅନୁରାଗ ସିଂ ଠାକୁର ସଂସଦରେ କହିଛନ୍ତି ଯେ ୬ଟି କମ୍ପାନୀ ବନ୍ଦ ପାଇଁ ବିଚାର କରାଯାଉଛି ଏବଂ ବାକି ୨୦ଟି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଅଛି । ବନ୍ଦ ପାଇଁ ବିଚାର କରାଯାଉଥିବା କମ୍ପାନୀଗୁଡିକ ହେଉଛି ହିନ୍ଦୁସ୍ତାନ ଫ୍ଲୋରୋକାର୍ବନ ଲିମିଟେଡ, ସ୍କୁଟର ଇଣ୍ଡିଆ, ଭାରତ ପମ୍ପ ଆଣ୍ଡ କମ୍ପ୍ରେସର୍ସ ଲିମିଟେଡ଼, ହିନ୍ଦୁସ୍ତାନ ପ୍ରିଫେବ, ହିନ୍ଦୁସ୍ତାନ ନ୍ୟୁଜ୍ ପ୍ରିଣ୍ଟ ଏବଂ କର୍ଣ୍ଣାଟକ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ । ଏଥିସହ ଆଲୋୟ ଷ୍ଟିଲ ପ୍ଲାଣ୍ଟ , ଦୁର୍ଗାପୁର, ସାଲେମ ଷ୍ଟିଲ୍ ପ୍ଲାଣ୍ଟ, ସେଲର ଭଦ୍ରାବତୀ ୟୁନିଟ୍, ପବନ ହଂସ, ଏୟାର ଇଣ୍ଡିଆ ଏବଂ ଏହାର ପାଞ୍ଚଟି ସହାୟକ କମ୍ପାନୀର ରଣନୈତିକ ବିକ୍ରୟ ପ୍ରକ୍ରିୟା ଜାରି ରହିଛି ।

ଏଚଏଲଏଲଲାଇଫ କେୟାର ଲିମିଟେଡ, ଇଣ୍ଡିଆନ ମେଡିସିନ ଆଣ୍ଡ ଫାର୍ମାସ୍ୟୁଟିକାଲ କର୍ପୋରେସନ ଲିମିଟେଡ, ଆଇଟିଡିସିର ବିଭିନ୍ନ ୟୁନିଟ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ, ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ, ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ, ସିପିଂ କର୍ପୋରେସନ ଅଫ ଇଣ୍ଡିଆ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ମଧ୍ୟ ଷ୍ଟ୍ରାଟେଜିକ୍ ବିକ୍ରୟ ହେବ ।

Be the first to comment

Leave a Reply

Your email address will not be published.


*