ବ୍ୟକ୍ତି ଜଣକ କହିଲେ – ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ମୋ ସହିତ ବିବାହ କରିନିଅନ୍ତୁ, ନାଗାର୍ଜୁନଙ୍କ ବୋହୂ ଦେଲେ ମଜାଳିଆ ଉତ୍ତର !

ନାଗାର୍ଜୁନଙ୍କ ବୋହୂ ଓ ସାଉଥ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ସମାନ୍ଥାଙ୍କୁ ବଲିଉଡ଼ରେ ମଧ୍ୟ ଖୁବ୍ ପସନ୍ଦ କରାଯାଏ । ସମାନ୍ଥା ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି ଏବଂ ଫଟୋ ସେୟାର କରନ୍ତି । ନିକଟରେ ସମାନ୍ଥା କିଛି ଫଟୋରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଉପରେ ଜଣେ ବ୍ୟକ୍ତି ଏଥିରେ କମେଣ୍ଟ କରି ସମାନ୍ଥାଙ୍କୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରିଛନ୍ତି । ଯଦିଓ ସମାନ୍ଥା ମଧ୍ୟ ହାର ମାନନ୍ତି ନାହିଁ, ସେ ମଧ୍ୟ ସେହି ୟୁଜରଙ୍କୁ ଉଚିତ ଉତ୍ତର ଦେଇଛନ୍ତି । ବ୍ୟକ୍ତି ଏପରି କଣ ପଚାରିଲେ….

ବାସ୍ତବରେ ସମାନ୍ଥା ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ଫଟୋ ସେୟାର କରିଥିଲେ । ଏହା ଉପରେ ଜଣେ ୟୁଜର କମେଣ୍ଟ କରି ସମାନ୍ଥାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ନିଜ ସ୍ୱାମୀ ନାଗା ଚୈତନ୍ୟଙ୍କୁ ଛାଡ଼ପତ୍ର ଦେଇ ଦିଅନ୍ତୁ କିନ୍ତୁ ଏହା ପରେ ସମାନ୍ଥା ମଧ୍ୟ ଏଥିପାଇଁ ଉଚିତ ଉତ୍ତର ଦେଇଛନ୍ତି, ଏହାର ଅନୁମାନ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ନଥିବ ।

ସମାନ୍ଥା ଅକ୍କୀନେନୀ ଦେଲେ ଉତ୍ତର


ଏହି ୟୁଜରଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ଯେ – ଏପରି କରିବା ତ କଷ୍ଟକର, କିନ୍ତୁ ଆପଣ ଗୋଟିଏ କାମ କରିପାରିବେ । ଏହା ବିଷୟରେ ନାଗା ଚୈତନ୍ୟଙ୍କୁ ପଚାରି ଦିଅନ୍ତୁ । ସମାନ୍ଥାଙ୍କ ଏହି ମଜାଳିଆ ଉତ୍ତରକୁ ଦେଖି ଲୋକମାନେ ମଧ୍ୟ ସେହି ବ୍ୟକ୍ତିଙ୍କୁ ଥଟ୍ଟା କରୁଛନ୍ତି । ସୁଚାଇଦେଉଛୁ ଯେ ସମାନ୍ଥା ଅକ୍ଟୋବର, ୨୦୧୭ରେ ନାଗାର୍ଜୁନଙ୍କ ପ୍ରଥମ ସ୍ତ୍ରୀ ଲକ୍ଷ୍ମୀଙ୍କ ପୁଅ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଉଭୟ ରୀତିନୀତି ଅନୁସାରେ ହୋଇଛି ।

ସମାନ୍ଥା ନିଜ ଅଭିନୟ କ୍ୟାରିୟରର ଶୁଭାରମ୍ଭ ୨୦୧୦ରେ ତେଲୁଗୁ ଚଳଚ୍ଚିତ୍ର ‘ୟା ମାୟା ଚେସାବେ’ରୁ କରିଥିଲେ । ୨୦୧୩ ମସିହାରେ ସମାନ୍ଥା ତେଲୁଗୁ ଓ ତାମିଲ ଉଭୟ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଲାଭ କରିଥିଲେ । ସମାନ୍ଥା ନିଜର ଫିଟନେସକୁ ନେଇ ଖୁବ୍ ସକ୍ରିୟ ରୁହନ୍ତି । କିଛି ଦିନ ତଳେ ସେ କହିଥିଲେ ଯେ ସେ ନିଜ ଦିନର ଆରମ୍ଭ ୧୦୮ ଥର ସୂର୍ଯ୍ୟ ନମସ୍କାର କରି କରନ୍ତି ।

Be the first to comment

Leave a Reply

Your email address will not be published.


*