UPI ଟ୍ରାଞ୍ଜେକ୍ସନ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର, ଲାଗୁ ହେବାକୁ ଯାଉଛି ଏହି ନୂଆଁ ନିୟମ !

ଯଦି ଆପଣ ପେଟୀଏମ୍, ଗୁଗଲ ପେ, ଫୋନ୍ ପେ, ଜୋୟୋ ପେ, ଏମେଜୋନ ପେ ଭଳି ଥର୍ଡ଼ ପାର୍ଟି ଏପରି ବ୍ୟବହାର କରନ୍ତି ଏବଂ ଏହା ଜରିଆରେ ୟୁପିଆଇ ପେମେଣ୍ଟ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ଼ ଖବର ରହିଛି । ନ୍ୟାସନଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (National Payments Corporation of India ) ଥର୍ଡ଼ ପାର୍ଟି ଏପ୍ ପ୍ରଭାଇଡ଼ସରେ (TPAPs) ୩୦ ପ୍ରତିଶତ କ୍ୟାପ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଜାନୁୟାରୀରୁ ଲାଗୁ ହେବ ।

ଥର୍ଡ଼ ପାର୍ଟି ଏପର ଏକାଧିକାରକୁ ଶେଷ କରିବା ପାଇଁ ଏହି ନିଷ୍ପତ୍ତି :-

NPCI ଏହି ନିଷ୍ପତ୍ତି ଭବିଷ୍ୟତରେ କୌଣସି ମଧ୍ୟ ଥର୍ଡ଼ ପାର୍ଟି ଏପର ଏକାଧିକାରକୁ ରୋକିବା ପାଇଁ ଏବଂ ତାହାକୁ ଆକାର କାରଣରୁ ମିଳୁଥିବା ବିଶେଷ ଫାଇଦାକୁ ରୋକିବା ପାଇଁ କରାଯାଇଛି । NPCIର ଏହି ନିଷ୍ପତ୍ତି ଅନୁସାରେ ୟୁପିଆଇ ଟ୍ରାଞ୍ଜେକ୍ସନରେ କୌଣସି ଗୋଟିଏ ପେମେଣ୍ଟ ବ୍ୟାଙ୍କର ଏକାଧିକାର ହେବ ନାହିଁ ।

ଅଧିକତମ ୩୦ ପ୍ରତିଶତ ଟ୍ରାଞ୍ଜେକ୍ସନର ଅନୁମତି :-

NPCI କହିଛି ଯେ ବର୍ତ୍ତମାନ ପ୍ରତି ମାସ ୨ ଅରବ ୟୁପିଆଇ ଟ୍ରାଞ୍ଜେକ୍ସନ ହେଉଅଛି । ସବୁ ପ୍ରକାରର ପେମେଣ୍ଟ ବ୍ୟାଙ୍କ ଏବଂ ବ୍ୟାଙ୍କ ଏହି ସୁବିଧାର ବ୍ୟବହାର କରୁଛନ୍ତି । ଏହାଦ୍ବାରା ସାଧାରଣ ଜନତାଙ୍କୁ ମଧ୍ୟ ଖୁବ୍ ଫାଇଦା ହେଉଅଛି । ଆଗାମୀ ଦିନରେ ୟୁପିଆଇ ଟ୍ରାଞ୍ଜେକ୍ସନ ରେ ଆହୁରି ଦ୍ରୁତତା ଆସିବ । ଏହିପରି NPCI ଏହି ନିଷ୍ପତ୍ତି ନେଇଛି ଯେ କୌଣସି ମଧ୍ୟ ସିଙ୍ଗଲ ଥର୍ଡ଼ ପାର୍ଟି ଏପକୁ ସର୍ବମୋଟ ମାତ୍ରାର ଅଧିକତମ ୩୦ ପ୍ରତିଶତ ଟ୍ରାଞ୍ଜେକ୍ସନର ହିଁ ଅନୁମତି ମିଳିବ ।

୧ ଜାନୁୟାରୀ ୨୦୨୧ ଠାରୁ ହେବ ଲାଗୁ :-

ଏହି ନିୟମ ୧ ଜାନୁୟାରୀ ୨୦୨୧ ଠାରୁ ଲାଗୁ ହେବାକୁ ଯାଉଛି । ଏନପୀସୀଆଇର ଏହି ନିୟମକୁ ସରଳ ଅର୍ଥରେ ବୁଝିବା । ମାନି ନିଅନ୍ତୁ ଯେ ଜାନୁୟାରୀ ୨୦୨୧ ରେ ପ୍ରତି ମାସ ଅଲଗା ଅଲଗା ପ୍ଲାଟଫର୍ମରେ ୩ ଅରବ ୟୁପିଆଇ ଟ୍ରାଞ୍ଜେକ୍ସନ ହୋଇଥାଏ । ଏହାର ୩୦ ପ୍ରତିଶତ, ଅର୍ଥାତ ଅଧିକତମ ୯୦ ଲକ୍ଷ ଟ୍ରାଞ୍ଜେକ୍ସନ କୌଣସି ଗୋଟିଏ ଥର୍ଡ଼ ପାର୍ଟି ଏପରୁ ଗୋଟିଏ ମାସରେ କରାଯାଇ ପାରିବ । ନୂଆଁ ନିୟମ ଦ୍ଵାରା ୟୁଜରଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ, ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

Be the first to comment

Leave a Reply

Your email address will not be published.


*