ଓଡ଼ିଶା ପାଇଁ ପୁଣିଥରେ ବଢ଼ିଲା ଚିନ୍ତା । ଡ଼ିସେମ୍ବରରେ ଓଡ଼ିଶାରେ ବଢ଼ିପାରେ କରୋନା !

ଡ଼ିସେମ୍ବର ମାସରେ ଭୟଙ୍କର ରୁପ ନେଇପାରେ କରୋନା ଭାଇରସର ସଂକ୍ରମଣ । ସମୟ କ୍ରମରେ କରୋନା ଭୂତାଣୁ ଦୁର୍ବଳ ହେବା ପରିବର୍ତ୍ତେ ଦିନକୁ ଦିନ ଏହି କରୋନା ଭୁତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି । ସମୟ କ୍ରମରେ ଡ଼ିସେମ୍ବର ମାସ ଯେତେ ପାଖେଇ ଆସୁଛି, ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗୁଚ୍ଚି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏବେ ଡ଼ିସେମ୍ବର ୧୫ ତାରିଖରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଆଶଙ୍କା ରହିଛି । ତେବେ ରାଜ୍ୟରେ ଏବେ ସଂକ୍ରମଣର ସଂଖ୍ୟା ହ୍ରାସ ପାଇଛି କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣର ଆଶଙ୍କା ଚିନ୍ତାର କାରଣ ପାଲଟିଛି ।

ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣର ଚାଲିଛି । ଲଣ୍ଡନ ସମେତ କିଛି ସ୍ଥାନରେ ପୁଣି ଲକ୍ଡ଼ାଉନ (ତାଲା ବନ୍ଦ) ଆରମ୍ଭ ହୋଇଛି । ତେଣୁ ଡ଼ିସେମ୍ବର ମାସରେ ପୁଣିଥରେ କରୋନା ସଂକ୍ରମଣ ହେବାକୁ ନେଇ ଆଶଙ୍କା କରାଯାଉଛି । କାରଣ ଏହି ସମୟରେ ଓଡ଼ିଶାରେ ସବୁଠାରୁ ଅଧିକ ଥଣ୍ଡା ପଡ଼ିଥାଏ । ୟୁରୋପରେ ଥଣ୍ଡା ବଢିବା କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ହୋଇଛି । ଏଭଳି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ସଂଖ୍ୟା ବଢ଼ିପାରେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ନେଇ କୋଭିଡ଼୍ ସମୀକ୍ଷା ବୈଠକରେ ଆଶଙ୍କା ପ୍ରକାଶ କରି ସତର୍କମୂଳକତା ପଦକ୍ଷେପ ଉପରେ ଏହି ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଲକ୍ଡ଼ାଉନ୍ ଭଳି କଠିନ ପଦକ୍ଷେପକୁ ଏଡ଼େଇବାକୁ ହେଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଭଳି କଟକଣା ମାନିବାକୁ ପଡ଼ିବ ।

ତେବେ କେରଳରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସେଠାକାର ପରିସ୍ଥିତିକୁ ଗମ୍ଭୀର କରିଦେଇଛି । ଅନାମ ପର୍ବ ପରେ ସେଠାକାର ସଂକ୍ରମଣ ହଠାତ୍ ବଢ଼ିବାରେ ଲାଗିଥିଲା । ତେବେ ଦିଲ୍ଲୀ ଓ କଲିକତାରେ ସଂକ୍ରମଣ ବଢ଼ି ଚାଲିଲେ ମଧ୍ୟ ସେଠାକାର ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ୟୁରୋପ ଓ ଅନ୍ୟ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ତେବେ ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ପୁଣିଥରେ ଲକ୍ଡ଼ାଉନ୍ କଟକଣା କରାଯାଇଥିବାର ସୂଚନା ହସ୍ତଗତ ହୋଇଛି । ତେବେ ସୂଚନା ଅନୁସାରେ, ଡ଼ିସେମ୍ବର ୧୫ ତାରିଖରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ସମ୍ଭାବନା ରହିଛି । ଯଦି ଆପଣ କରୋନା କବଳରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ମାସ୍କ ବ୍ୟବହାର କରନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାନିଟାଇଜର୍ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ଏବଂ କରୋନା ଠାରୁ ଦୂରରେ ରୁହନ୍ତୁ ।

ବିଶେଷ ସୂଚନା : କରୋନା ପରି ମହାମାରୀ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାସ୍କ ପରିଧାନ କରନ୍ତୁ, ଅଯଥାରେ ବାହାରକୁ ଆସନ୍ତୁ ନାହିଁ, ବାରମ୍ବାର ସାବୁନ ଦ୍ଵାରା ହାତ ଧୁଅନ୍ତୁ, ସାନିଟାଇଜର୍ ବ୍ୟବହାର କରନ୍ତୁ ଓ ଏହା ବ୍ୟତୀତ ସାମାଜିକ ଦୂରତା ମଧ୍ୟ ରକ୍ଷା କରନ୍ତୁ ।

Be the first to comment

Leave a Reply

Your email address will not be published.


*